‘ଭାଜପାର ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହେବ’

ଭୁବନେଶ୍ୱର, ୨୨।୫(ଅସମାପିକା ସାହୁ):ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଓଡ଼ିଶାରେ ତାଙ୍କ ସପକ୍ଷରେ ହାୱା ରହିଛି। ୨୦୧୯ ଭଳି ୨୦୨୪ରେ ମଧ୍ୟ ଭାଜପାର ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହେବ ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ମଙ୍ଗଳବାର ଜାତୀୟ ଖବର ସରବରାହ ସଂସ୍ଥା ‘ପିଟିଆଇ’କୁ ଦେଇଥିବା ସାକ୍ଷାତ୍‌କାରରେ ପାଣ୍ଡିଆନ ଏହା କହିଛନ୍ତି। ନିର୍ବାଚନ, ନିର୍ବାଚନ ପରବର୍ତ୍ତୀ ସ୍ଥିତି ଓ ରତ୍ନଭଣ୍ଡାର ସମେତ ଅନେକ ପ୍ରଶ୍ନର ଉତ୍ତର ଦେଇ ପାଣ୍ଡିଆନ କହିଛନ୍ତି, ଓଡ଼ିଶାରେ ନବୀନଙ୍କ ବିକଳ୍ପ ନାହିଁ। ତେଣୁ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁନାହିଁ। ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, ଭଗବାନଙ୍କ ଅନୁଗ୍ରହ ଏବଂ ଲୋକଙ୍କ ସମର୍ଥନ ବିଜେଡିକୁ ସୁଦୃଢ଼ କରିଛି। ବିଜେଡି ସର୍ବାଧିକ ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ମନ୍ତବ୍ୟ ଉପରେ ସେ ଉତ୍ତର ଦେଇ କହିଛନ୍ତି, ୨୦୧୯ରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ବିଦାୟ ବର୍ଷ ବୋଲି ଭାଜପା ପ୍ରଚାର କରୁଥିଲା। ମାତ୍ର ନିର୍ବାଚନ ଫଳାଫଳ ସବୁ ବଦଳାଇଦେଲା। ନବୀନ ପଟ୍ଟନାୟକ ବହୁମତ ଲାଭ କରି ପୁଣି ସରକାରକୁ ଆସିଲେ। ୨୦୨୪ରେ ମୁଖ୍ୟମନ୍ତ୍ରୀ ଭାବେ ଷଷ୍ଠଥର ଲାଗି ନବୀନ ପଟ୍ଟନାୟକ ପୁଣି ଦାୟିତ୍ୱ ନେବେ।
ଯଦି ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଏ ତେବେ ତାହା ହିଁ ଓଡ଼ିଶାକୁ ଶ୍ରେଷ୍ଠ ଉପହାର ହେବ। ପ୍ରଧାନମନ୍ତ୍ରୀ କହୁଛନ୍ତି, ସେ ଚାଷୀଙ୍କୁ ୩,୧୦୦ ଟଙ୍କା ଏମ୍‌ଏସ୍‌ପି ଦେବେ। ଏହାକୁ ଭାଜପା ଜୋରଦାର ପ୍ରଚାର କରୁଛି। ଯଦି ଏହା ପ୍ରଧାନମନ୍ତ୍ରୀ କରନ୍ତି, ତେବେ ଏହା ହେବ ଓଡ଼ିଶାକୁ ମୋଦିଙ୍କ ଦ୍ବିତୀୟ ଗିଫ୍ଟ। କୋଇଲା ରୟାଲିଟିକୁ ଯଦି ସଂଶୋଧନ କରାଯାଏ ତେବେ ତାହା ଓଡ଼ିଶା ଲାଗି ତୃତୀୟ ଉପହାର ହେବ ବୋଲି ପାଣ୍ଡିଆନ କହିଛନ୍ତି।
ସେହିପରି ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ପାଣ୍ଡିଆନ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ରାଜନୀତିଜ୍ଞ ନୁହନ୍ତି, ସେ ଜଣେ ମହାନ ବ୍ୟକ୍ତି। ଓଡ଼ିଶାବାସୀଙ୍କୁ ସେବା କରିବା ଲାଗି ତାଙ୍କ ହୃଦୟରେ ପବିତ୍ର ଭାବନା ରହିଛି। ସେ ରାଜନୀତି କରନ୍ତି ନାହିଁ। ସେ ଯଦି ରାଜନୀତି କରିବେ ତେବେ ଓଡ଼ିଶାବାସୀଙ୍କ ସେବା କରିପାରିବେ ନାହିଁ। ଲୋକଙ୍କ ସେବା ଲାଗି ସେ ରାଜନୀତିକୁ ମାଧ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ବିଜୟୀ ହେବେ। ଦୁଇଟିଯାକ ଆସନରୁ ସେ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ପାଣ୍ଡିଆନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri