ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …

ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନକଲ୍ୟାଣମୂଳକ ଯୋଜନା ଓ ଶାସନ ବ୍ୟବସ୍ଥା ପ୍ରତି ଆସ୍ଥା ପ୍ରକଟ କରି ବିଭିନ୍ନ ଦଳରୁ ଆସିଥିବା ବ୍ୟକ୍ତିବିଶେଷମାନେ ଭାଜପାରେ ଯୋଗଦାନ କରିଥିଲେ। ନୂତନ ସଦସ୍ୟମାନଙ୍କୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଭାଜପାର ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ନାୟକ କହିଥିଲେ ଯେ, ଏଭଳି ମିଶ୍ରଣ ପର୍ବ ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବ ଏବଂ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳ ଛାଡ଼ି ୫୦ରୁ ଅଧିକ ମହିଳା ଓ ପୁରୁଷ ଭାଜପାରେ ସାମିଲ ହୋଇଥିଲେ।

ମିଶ୍ରଣ ପର୍ବରେ ହୁମା ସମିତି ସଭ୍ୟ ଧ୍ରୁବଚରଣ ପଲାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ଭାଜପା ଜିଲ୍ଲା ସମ୍ପାଦକ ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡୀ, ବିଧାୟକ ପ୍ରତିନିଧି ମାନସ ନାହାକ, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ପୂର୍ବତନ ମଣ୍ଡଳ ସଭାପତି କାନ୍ତରୀ ଦଳାଇଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share