ଭାଜପା ପୂର୍ବତନ ଜିଲା ଉପସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ଜଗତ୍‌ସିଂହପୁର,୧।୩(ଡିଏନ୍‌.ଏ.): ଭାଜପା ପୂର୍ବତନ ଜିଲା ଉପସଭାପତିଙ୍କୁ ମରଣାନ୍ତକ ଆକ୍ରମଣ। ଏଭଳି ଘଟଣା ଘଟିଛି ଜଗତ୍‌ସିଂହପୁର ଜିଲା ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ବଙ୍ଗାଳିପଡ଼ା କଲୋନୀରେ। ପୂର୍ବ ବିବାଦକୁ କେନ୍ଦ୍ରକରି ଭାଜପା ପୂର୍ବତନ ଜିଲା ଉପସଭାପତି ଅଜିତ ଦାସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଅଜିତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ବଙ୍ଗାଳିପଡ଼ା କଲୋନୀରେ ଗତ କିଛି ଦିନ ହେବ ଅନେକ କିଛି ଲୋକଙ୍କ ସହ ଅଜିତଙ୍କ ବ୍ୟକ୍ତିଗତ ବିବାଦ ଲାଗି ରହିଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଅଜିତ କାମ ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚି ରହିଥିବା ୫ଜଣ ଦୁର୍ବୃତ୍ତ ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ସଂଘବଦ୍ଧ ଆକ୍ରମଣ କରିଥିଲେ।