Posted inଜାତୀୟ

ଏମ୍‌ସିଡି ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଯୋଜନା, ଝୁମ୍ପୁଡ଼ି ବସ୍ତିରେ ଖୋଲିବ ନମୋ ସେବା କେନ୍ଦ୍ର…

ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ(ଏମ୍‌ସିଡି) ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ରାଜଧାନୀର ଝୁମ୍ପୁଡ଼ି ବସ୍ତିରେ ନମୋ ସେବା କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି। ରବିବାର ଦଳର ନେତାମାନେ ଏନେଇ ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚଳିତ ବର୍ଷ ଶେଷରେ ହେବାକୁ ଥିବା ପୌରସଂସ୍ଥା ନିର୍ବାଚନ ପୂର୍ବରୁ ଏଭଳି କରାଯିବାକୁ ଯୋଜନା ରହିଛି। ଏଥିପାଇଁ ବର୍ତ୍ତମାନର କୋଭିଡ ଲହର ହ୍ରାସ ପାଇବାକୁ ଭାଜପା ପକ୍ଷରୁ ଅପେକ୍ଷା କରାଯାଇଛି।

ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ରବିବାର କହିଛନ୍ତି ଯେ ଏହି ନମୋ କେନ୍ଦ୍ର ଖୋଲିବା ପାଇଁ ଆମର ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ସପ୍ତାହରେ କୋଭିଡ ମାମଲା ହ୍ରାସ ପାଇବା ପରେ ଆମେ ପ୍ରାୟ ୨୦-୨୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ଝୁମ୍ପୁଡ଼ି ବସ୍ତିଗୁଡିକରେ କେନ୍ଦ୍ର ଖୋଲିବାକୁ ଯୋଜନା କରିଛୁ। ଗତ ବର୍ଷ ଅକ୍ଟୋବରରେ, ରାଜଧାନୀର ବସ୍ତି ବାସିନ୍ଦାଙ୍କ ନିକଟରେ ପହଞ୍ଚିବା ପାଇଁ ଦିଲ୍ଲୀ ଭାଜପା ପକ୍ଷରୁ ଝୁମ୍ପୁଡ଼ି ବସ୍ତିରେ ସମ୍ମାନ ଯାତ୍ରା ଆରମ୍ଭ କରାଯାଇଥିଲା।

୭୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନମୋ ସେବା କେନ୍ଦ୍ର ଖୋଲାଯିବାକୁ ଯୋଜନା ହୋଇଛି। ଏକ ଆକଳନ ଅନୁସାରେ ଦିଲ୍ଲୀର ଝୁମ୍ପୁଡ଼ି ବସ୍ତିରେ ୨୦ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଆସିଥାନ୍ତି। ଦ୍ରୁତ ସହରୀକରଣ ମଧ୍ୟରେ ଆଜି ମଧ୍ୟ ଏହି ବସ୍ତିଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ, ସ୍ବିରେଜ ଏବଂ ପରିମଳ, ସ୍ବାସ୍ଥ୍ୟ ସୁବିଧା ଭଳି ମୌଳିକ ସୁବିଧାର ଅଭାବ ରହିଛି। ପ୍ରତ୍ୟେକ ନମୋ କେନ୍ଦ୍ର ଏଭଳି ସମସ୍ୟାକୁ ଦୂର କରିବା ପାଇଁ କାର୍ଯ୍ୟ କରିବ।

ଦିଲ୍ଲୀରେ ପ୍ରାୟ ୭୦୦ଟି ବସ୍ତି କ୍ଲଷ୍ଟର ଅଛି ଯେଉଁଠାରେ ଗତ ନିର୍ବାଚନରେ ଭାଜପା ସଫଳ ହୋଇ ନ ଥିଲା। ଆମ୍‌ ଆଦ୍‌ମୀ ପାର୍ଟି ଏବଂ ଏହା ପୂର୍ବରୁ କଂଗ୍ରେସ ଝୁମ୍ପୁଡ଼ି ବସ୍ତି ଭୋଟରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri