ଭାଜପାର ପ୍ରତିବାଦ, କଂଗ୍ରେସର ଜବାବ

ଭୁବନେଶ୍ୱର,୩ା୭(ସୁନିତ୍‌ ମିଶ୍ର): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ପାର୍ଲାମେଣ୍ଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଉଭୟ ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏଭଳି ହୋଇଥିଲା ଯେ, ଭାଜପା ଏବଂ କଂଗ୍ରେସ କର୍ମୀ ପରସ୍ପର ଉପରକୁ ଟେକା, ପଥର ଏବଂ ଗୋବର ମାଡ଼ କରିଥିଲେ। ଭାଜପା ଯୁବମୋର୍ଚ୍ଚା କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ପ୍ରଥମେ ପହଞ୍ଚି ସୋମବାର ରାହୁଲ ଗାନ୍ଧୀଙ୍କ ପାର୍ଲାମେଣ୍ଟରେ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ପ୍ରତିବାଦ କରିଥିଲେ। ଏହି ସମୟରେ ଭାଜପା ଯୁବମୋର୍ଚ୍ଚା ସଦସ୍ୟମାନେ ରାହୁଲଙ୍କ ଫଟୋଚିତ୍ରକୁ ଗୋବରପାଣିରେ ଧୋଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଛାତ୍ର ଏବଂ ଯୁବକଂଗ୍ରେସ କର୍ମୀମାନେ ଏହାକୁ ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି, ଆମେ ମାଷ୍ଟରକ୍ୟାଣ୍ଟିନଠାରେ ପ୍ରତିବାଦ କରିବା ସମୟରେ କଂଗ୍ରେସ ଭବନ ଭିତରୁ ପଥର ମାଡ଼ କରାଯାଇଥିଲା। ଫଳରେ ଯୁବମୋର୍ଚ୍ଚାର ୬ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୁଣ୍ଡ ଫାଟିଯାଇଛି। ମୁଣ୍ଡ ଫାଟିଥିବା କର୍ମୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଯୁବମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନାରେ ଏକ ଏତଲା ଦାୟର କରାଯାଇଥିବା ଜଣାପଡ଼ିଛି। ଏନେଇ ଜଣେ ଭାଜପା କର୍ମୀ କହିଛନ୍ତି, ଗଣତନ୍ତ୍ରର ସର୍ବୋଚ୍ଚ ଗୃହରେ ଯେଉଁଭଳି ଭାବେ ବିରୋଧୀ ଦଳ ନେତା ହୀନ ମନ୍ତବ୍ୟ ଦେଇଛନ୍ତି ଏହାଦ୍ୱାରା କୋଟି କୋଟି ହିନ୍ଦୁଙ୍କ ଭାବନାକୁ ସେ କୁଠାରାଘାତ କରିଛନ୍ତି। ଦେବଦେବୀଙ୍କ ସହ ସେ ସବୁବେଳେ ଅନ୍ୟାୟ ଅତ୍ୟାଚାର କରିଛନ୍ତି। ଆଗାମୀ ଦିନରେ ଯଦି କଂଗ୍ରେସର ସର୍ବୋଚ୍ଚ ନେତା ପ୍ରତ୍ୟେକ ହିନ୍ଦୁଙ୍କ ଆଗରେ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଭାଜପା ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସେ କହିଛନ୍ତି। ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି, ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ଅଛି। ସମସ୍ତେ ନିଜ ଦାବିକୁ ମଧ୍ୟ ଉପସ୍ଥାପିତ କରିପାରିବେ। ହେଲେ ଭାଜପା ଯେଉଁଭଳି ପ୍ରତିବାଦ କରିଛି ସେମିତି କୌଣସି ରାଜ୍ୟରେ ଦେଖାଯାଇ ନ ଥିଲା। ସାଧାରଣ ଲୋକମାନେ ଏହାକୁ ଦେଖୁଛନ୍ତି, ନିଶ୍ଚୟ ଏହାର ଜବାବ ଦେବେ ବୋଲି ୟାସିର କହିଛନ୍ତି।
ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ କହିଥିଲେ ଯେ ହିନ୍ଦୁମାନେ ହିଂସା ଉପରେ ବିଶ୍ୱାସ କରନ୍ତି। ଆଜି ରାଜ୍ୟ କଂଗ୍ରେସ ନେତା ଓ କର୍ମୀ ପ୍ରମାଣ କରିଦେଲେ ତାଙ୍କ ଦଳ ହିଁ ହିଂସା ଉପରେ ବିଶ୍ୱାସକରେ। ରାହୁଲ ସମସ୍ତ ହିନ୍ଦୁ ସମାଜ ଆଗରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ଏହାସହ ଯେଉଁମାନେ ଆଜି ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ଆକ୍ରମଣ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଅଭିଳାଷ ଦାବି କରିଛନ୍ତି। ଅନ୍ୟପଟେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୋଲିସ ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା। ପ୍ରାୟ ୨୫ରୁ ୩୦ ମିନିଟ୍‌ ପରେ ପରିସ୍ଥିତି ଶାନ୍ତ ପଡିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ସମୟ ମଧ୍ୟରେ ଉଭୟ ଭାଜପା ଏବଂ କଂଗ୍ରେସ କର୍ମୀମାନେ ପରସ୍ପର ବିରୋଧରେ ପ୍ରବଳ ନାରାବାଜି ଏବଂ ପ୍ରତିବାଦ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri