ଭାଜପାର ପ୍ରତିବାଦ, କଂଗ୍ରେସର ଜବାବ

ଭୁବନେଶ୍ୱର,୩ା୭(ସୁନିତ୍‌ ମିଶ୍ର): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ପାର୍ଲାମେଣ୍ଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଉଭୟ ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏଭଳି ହୋଇଥିଲା ଯେ, ଭାଜପା ଏବଂ କଂଗ୍ରେସ କର୍ମୀ ପରସ୍ପର ଉପରକୁ ଟେକା, ପଥର ଏବଂ ଗୋବର ମାଡ଼ କରିଥିଲେ। ଭାଜପା ଯୁବମୋର୍ଚ୍ଚା କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ପ୍ରଥମେ ପହଞ୍ଚି ସୋମବାର ରାହୁଲ ଗାନ୍ଧୀଙ୍କ ପାର୍ଲାମେଣ୍ଟରେ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ପ୍ରତିବାଦ କରିଥିଲେ। ଏହି ସମୟରେ ଭାଜପା ଯୁବମୋର୍ଚ୍ଚା ସଦସ୍ୟମାନେ ରାହୁଲଙ୍କ ଫଟୋଚିତ୍ରକୁ ଗୋବରପାଣିରେ ଧୋଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଛାତ୍ର ଏବଂ ଯୁବକଂଗ୍ରେସ କର୍ମୀମାନେ ଏହାକୁ ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି, ଆମେ ମାଷ୍ଟରକ୍ୟାଣ୍ଟିନଠାରେ ପ୍ରତିବାଦ କରିବା ସମୟରେ କଂଗ୍ରେସ ଭବନ ଭିତରୁ ପଥର ମାଡ଼ କରାଯାଇଥିଲା। ଫଳରେ ଯୁବମୋର୍ଚ୍ଚାର ୬ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୁଣ୍ଡ ଫାଟିଯାଇଛି। ମୁଣ୍ଡ ଫାଟିଥିବା କର୍ମୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଯୁବମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନାରେ ଏକ ଏତଲା ଦାୟର କରାଯାଇଥିବା ଜଣାପଡ଼ିଛି। ଏନେଇ ଜଣେ ଭାଜପା କର୍ମୀ କହିଛନ୍ତି, ଗଣତନ୍ତ୍ରର ସର୍ବୋଚ୍ଚ ଗୃହରେ ଯେଉଁଭଳି ଭାବେ ବିରୋଧୀ ଦଳ ନେତା ହୀନ ମନ୍ତବ୍ୟ ଦେଇଛନ୍ତି ଏହାଦ୍ୱାରା କୋଟି କୋଟି ହିନ୍ଦୁଙ୍କ ଭାବନାକୁ ସେ କୁଠାରାଘାତ କରିଛନ୍ତି। ଦେବଦେବୀଙ୍କ ସହ ସେ ସବୁବେଳେ ଅନ୍ୟାୟ ଅତ୍ୟାଚାର କରିଛନ୍ତି। ଆଗାମୀ ଦିନରେ ଯଦି କଂଗ୍ରେସର ସର୍ବୋଚ୍ଚ ନେତା ପ୍ରତ୍ୟେକ ହିନ୍ଦୁଙ୍କ ଆଗରେ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଭାଜପା ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସେ କହିଛନ୍ତି। ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି, ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ଅଛି। ସମସ୍ତେ ନିଜ ଦାବିକୁ ମଧ୍ୟ ଉପସ୍ଥାପିତ କରିପାରିବେ। ହେଲେ ଭାଜପା ଯେଉଁଭଳି ପ୍ରତିବାଦ କରିଛି ସେମିତି କୌଣସି ରାଜ୍ୟରେ ଦେଖାଯାଇ ନ ଥିଲା। ସାଧାରଣ ଲୋକମାନେ ଏହାକୁ ଦେଖୁଛନ୍ତି, ନିଶ୍ଚୟ ଏହାର ଜବାବ ଦେବେ ବୋଲି ୟାସିର କହିଛନ୍ତି।
ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ କହିଥିଲେ ଯେ ହିନ୍ଦୁମାନେ ହିଂସା ଉପରେ ବିଶ୍ୱାସ କରନ୍ତି। ଆଜି ରାଜ୍ୟ କଂଗ୍ରେସ ନେତା ଓ କର୍ମୀ ପ୍ରମାଣ କରିଦେଲେ ତାଙ୍କ ଦଳ ହିଁ ହିଂସା ଉପରେ ବିଶ୍ୱାସକରେ। ରାହୁଲ ସମସ୍ତ ହିନ୍ଦୁ ସମାଜ ଆଗରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ଏହାସହ ଯେଉଁମାନେ ଆଜି ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ଆକ୍ରମଣ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଅଭିଳାଷ ଦାବି କରିଛନ୍ତି। ଅନ୍ୟପଟେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୋଲିସ ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା। ପ୍ରାୟ ୨୫ରୁ ୩୦ ମିନିଟ୍‌ ପରେ ପରିସ୍ଥିତି ଶାନ୍ତ ପଡିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ସମୟ ମଧ୍ୟରେ ଉଭୟ ଭାଜପା ଏବଂ କଂଗ୍ରେସ କର୍ମୀମାନେ ପରସ୍ପର ବିରୋଧରେ ପ୍ରବଳ ନାରାବାଜି ଏବଂ ପ୍ରତିବାଦ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri