ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ ଜନ ସଚେତନ କଲେ ଭାଜପାର ବରିଷ୍ଠ କର୍ମକର୍ତ୍ତା ଓ କିଛି ଯୁବପିଢ଼ି । ଲୋକଙ୍କୁ ଥଣ୍ଡା ଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ସରକାରଙ୍କ ପାଣିପାଗ ବିଭାଗର ନିର୍ଦ୍ଦେଶକୁ ମାନି ଚଳିବାକୁ ପରାମର୍ଶ ଦେଲେ ଭାଜପାର ପ୍ରଭାକର ସାହୁ, ହରେନ ସାହୁ, ମୀନକେତନ ସାହୁ ସିସପା ପ୍ରଧାନ, ମହେଶ୍ୱର ସାହୁ ।

ସେହିପରି ଦାରିଙ୍ଗବାଡି ୪ ଛକରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକାଧିକ ଉଠାଦୋକାନୀ ଏହି ଗ୍ରୀଷ୍ମ ପ୍ରବାହରେ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ସେମାନେ ବ୍ୟବସାୟ କରୁଛନ୍ତି । ସେମାନଙ୍କୁ ଭାଜପାର କର୍ମକର୍ତ୍ତାମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଭେଣ୍ଡିଂ ଜୋନରେ ଯାଇ ସୁରକ୍ଷିତ ବ୍ୟବସାୟ କରିବାକୁ ନିବେଦନ କରାଯାଇଥିବା ଭାଜପାର ପୂର୍ବତନ ମଣ୍ଡଳ ସମ୍ପାଦକ ପ୍ରଭାକର ସାହୁ କହିଛନ୍ତି ।

ବସ ଷ୍ଟାଣ୍ଡରେ ଏହି ଥଣ୍ଡା ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଯାତ୍ରୀବାହୀ ବସ, ଅଟୋ, ଭାରିଯାନ ଆଦିରେ ଯାଉଥିବା ଯାତ୍ରୀ, ଚାଳକ, ହେଲପର ସମସ୍ତଙ୍କୁ ଥଣ୍ଡା ଜଳ ପ୍ରଦାନ କରାଯିବା ସହ ସୁରକ୍ଷିତ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଥିବା ଭାଜପା ପକ୍ଷରୁ କୁହାଯାଇଛି ।

Dharitri – Odisha’s No.1 Odia Daily

Share