ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ଭାଜପା କାର୍ଯ୍ୟାଳୟରେ ସଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି l ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର, ହରମୋହନ ଶାସିନି, ସୁନିଲ ନାୟକ, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ସାହୁ, ମିନତୀ ମହାପାତ୍ର, ତୃପ୍ତିମୟୀ ଜେନା, ତାରିଣୀ ସେନାପତି, ଭୀମସେନ ପେରେଇ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l ପ୍ରଥମେ ଜାତୀୟ ପତାକାକୁ ଭାଜପା ନେତା ଆଲୋକ ସେଠୀ ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପରେ ଅସହାୟ ଗରିବଙ୍କୁ ଭାଜପା ପକ୍ଷରୁ ବସ୍ତ୍ର, ଫଳ ଓ ମିଠା ବଣ୍ଟନ କରାଯାଇଥିଲାl ଶେଷରେ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଆୟୋଜନ ହୋଇଥିଲା I ବୈଠକରେ ତୃଣମୂଳ ସ୍ତରରେ ସକ୍ରିୟ ରହି ଲୋକଙ୍କୁ ମୋଦି ଓ ମୋହନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ସଚେତନ କରାଇବା ସହ ଆସନ୍ତା ଦିନରେ ସଂଗଠନକୁ ଅଧିକରୁ ଅଧିକ ମଜବୁତ୍ କରିବା ପାଇଁ ଆଲୋଚନା ହୋଇଥିଲା l
Dharitri – Odisha’s No.1 Odia Daily

