ରାସ୍ତାରୋକୋରୁ ଓହରିଲା ଭାଜପା, ଭାଙ୍ଗିଲା ଡିଭାଇଡର

ସମ୍ବଲପୁର,୧୭ା୧(ବ୍ୟୁରୋ): ସମ୍ବଲପୁର ଅଇଁଠାପାଲି ଛକରେ ପୋଲିସ ଅନୁମୋଦନକ୍ରମେ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରି ଛକ ରାସ୍ତା ବନ୍ଦ କରିଦିଆଯାଇଥିଲା। ଯାତ୍ରୀଙ୍କ ସମସ୍ୟାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିଜେଡି ପକ୍ଷରୁ ଏହାକୁ ନିନ୍ଦା କରାଯାଇଥିବା ବେଳେ ଜିଲା ଭାଜପା ପକ୍ଷରୁ ରାସ୍ତାରୋକୋ ଚେତାବନୀ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟାରେ ଭାଜପା ଜିଲା ସଭାପତି ଗିରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀର ରଞ୍ଜନ ବାବୁଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ପହଞ୍ଚତ୍ଥିଲେ। ହେଲେ କେତେଜଣ ପୋଲିସ କର୍ମଚାରୀ ଆସି ସେମାନଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ କହିଥିଲେ। ଯଦି ସମସ୍ୟା ହେଉଛି ଏସ୍‌ପି ଅଫିସ ଯାଇ ଆଲୋଚନା କର ବୋଲି କହିଥିଲେ। ନେତାମାନେ ରାସ୍ତାରୋକୋ କାର୍ଯ୍ୟକ୍ରମ ବନ୍ଦକରି ଏସ୍‌ପି ବାତୁଲା ଗଙ୍ଗାଧରଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ସମୟରେ ଏପ୍‌ସି ଗଙ୍ଗାଧର ୨ଦିନ ସମୟ ମାଗିଥିଲେ। ହେଲେ ଭାଜପା ନେତାମାନେ ଦିନଟିଏ ସମୟ ଦେଇ ଚାଲିଆସିଥିଲେ। ପରେ ଏସ୍‌ପି ଅଫିସ ସମ୍ମୁଖରେ ସେମାନେ ନିଜ ଭିତରେ ଆଲୋଚନା କରିଥିଲେ। ଲୋକଙ୍କ ସମସ୍ୟା ପାଇଁ ରାସ୍ତାରୋକୋ କରି ତୁରନ୍ତ ଡିଭାଇଡର ଭାଙ୍ଗିଦେବାର ଥିଲା ବୋଲି ନେତା ବାବୁ କହୁଥିଲେ। ହେଲେ ବିଧାୟକ ନାଏକ କାହିଁକି ଏଭଳି କରିବ, ଏହା କଲେ ଆମ ପିଠିରେ କେହି ପଡିବେ ନାହିଁ ବୋଲି କହିଥିଲେ। ଉପସ୍ଥିତ ଥିବା କେତେଜଣ କର୍ମକର୍ତ୍ତା ଏହି କଥାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଏହା ପ୍ରଚାର ହେବା ପରେ ସହରରେ ଚର୍ଚ୍ଚା ହୋଇଥିଲା। ଅନ୍ୟପଟେ ସନ୍ଧ୍ୟା ସମୟରେ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଡିଭାଇଡରକୁ ଭାଙ୍ଗି ଦିଆଯାଇଛି। କାଇଁଶିରରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୩ଦିନ ଧରି ଅଞ୍ଚଳବାସୀ ପ୍ରଶାସନର ତ୍ରୁଟି ଯୋଗୁ ଯେଉଁ ସମସ୍ୟା ଭୋଗିଥିଲେ ତାହାକୁ ନିନ୍ଦା କରାଯାଇଥିଲା। ଅଇଁଠାପାଲି ଛକରେ ସବ୍‌ରୋଡ୍‌ ନିର୍ମାଣ କରିବାକୁ ଏନ୍‌ଏଚ୍‌ଏଆଇ ପାଖରେ ଦାବି କରାଯିବ ବୋଲି ସ୍ଥିର ହୋଇଥିଲା। ପ୍ରଶାସନର ଭୁଲ ଯୋଗୁ କଂକ୍ରିଟ ଡିଭାଇଡର ନିର୍ମାଣ କରି ସରକାରୀ ଟଙ୍କା ବରବାଦ କରାଯାଇଛି। ସ୍ଥାୟୀ ସମାଧାନ ନ ହେଲେ ଛାତ୍ରୀଛାତ୍ର, ବୃଦ୍ଧ, ମହିଳା ଓ ପୁରୁଷ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମତପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri