ରାସ୍ତାରୋକୋରୁ ଓହରିଲା ଭାଜପା, ଭାଙ୍ଗିଲା ଡିଭାଇଡର

ସମ୍ବଲପୁର,୧୭ା୧(ବ୍ୟୁରୋ): ସମ୍ବଲପୁର ଅଇଁଠାପାଲି ଛକରେ ପୋଲିସ ଅନୁମୋଦନକ୍ରମେ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରି ଛକ ରାସ୍ତା ବନ୍ଦ କରିଦିଆଯାଇଥିଲା। ଯାତ୍ରୀଙ୍କ ସମସ୍ୟାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିଜେଡି ପକ୍ଷରୁ ଏହାକୁ ନିନ୍ଦା କରାଯାଇଥିବା ବେଳେ ଜିଲା ଭାଜପା ପକ୍ଷରୁ ରାସ୍ତାରୋକୋ ଚେତାବନୀ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟାରେ ଭାଜପା ଜିଲା ସଭାପତି ଗିରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀର ରଞ୍ଜନ ବାବୁଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ପହଞ୍ଚତ୍ଥିଲେ। ହେଲେ କେତେଜଣ ପୋଲିସ କର୍ମଚାରୀ ଆସି ସେମାନଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ କହିଥିଲେ। ଯଦି ସମସ୍ୟା ହେଉଛି ଏସ୍‌ପି ଅଫିସ ଯାଇ ଆଲୋଚନା କର ବୋଲି କହିଥିଲେ। ନେତାମାନେ ରାସ୍ତାରୋକୋ କାର୍ଯ୍ୟକ୍ରମ ବନ୍ଦକରି ଏସ୍‌ପି ବାତୁଲା ଗଙ୍ଗାଧରଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ସମୟରେ ଏପ୍‌ସି ଗଙ୍ଗାଧର ୨ଦିନ ସମୟ ମାଗିଥିଲେ। ହେଲେ ଭାଜପା ନେତାମାନେ ଦିନଟିଏ ସମୟ ଦେଇ ଚାଲିଆସିଥିଲେ। ପରେ ଏସ୍‌ପି ଅଫିସ ସମ୍ମୁଖରେ ସେମାନେ ନିଜ ଭିତରେ ଆଲୋଚନା କରିଥିଲେ। ଲୋକଙ୍କ ସମସ୍ୟା ପାଇଁ ରାସ୍ତାରୋକୋ କରି ତୁରନ୍ତ ଡିଭାଇଡର ଭାଙ୍ଗିଦେବାର ଥିଲା ବୋଲି ନେତା ବାବୁ କହୁଥିଲେ। ହେଲେ ବିଧାୟକ ନାଏକ କାହିଁକି ଏଭଳି କରିବ, ଏହା କଲେ ଆମ ପିଠିରେ କେହି ପଡିବେ ନାହିଁ ବୋଲି କହିଥିଲେ। ଉପସ୍ଥିତ ଥିବା କେତେଜଣ କର୍ମକର୍ତ୍ତା ଏହି କଥାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଏହା ପ୍ରଚାର ହେବା ପରେ ସହରରେ ଚର୍ଚ୍ଚା ହୋଇଥିଲା। ଅନ୍ୟପଟେ ସନ୍ଧ୍ୟା ସମୟରେ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଡିଭାଇଡରକୁ ଭାଙ୍ଗି ଦିଆଯାଇଛି। କାଇଁଶିରରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୩ଦିନ ଧରି ଅଞ୍ଚଳବାସୀ ପ୍ରଶାସନର ତ୍ରୁଟି ଯୋଗୁ ଯେଉଁ ସମସ୍ୟା ଭୋଗିଥିଲେ ତାହାକୁ ନିନ୍ଦା କରାଯାଇଥିଲା। ଅଇଁଠାପାଲି ଛକରେ ସବ୍‌ରୋଡ୍‌ ନିର୍ମାଣ କରିବାକୁ ଏନ୍‌ଏଚ୍‌ଏଆଇ ପାଖରେ ଦାବି କରାଯିବ ବୋଲି ସ୍ଥିର ହୋଇଥିଲା। ପ୍ରଶାସନର ଭୁଲ ଯୋଗୁ କଂକ୍ରିଟ ଡିଭାଇଡର ନିର୍ମାଣ କରି ସରକାରୀ ଟଙ୍କା ବରବାଦ କରାଯାଇଛି। ସ୍ଥାୟୀ ସମାଧାନ ନ ହେଲେ ଛାତ୍ରୀଛାତ୍ର, ବୃଦ୍ଧ, ମହିଳା ଓ ପୁରୁଷ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମତପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?