ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ ସ୍ପଷ୍ଟ ହୋଇସାରିଛି । ତାପୂର୍ବରୁ ପଶ୍ଚିମବଙ୍ଗର ଦୁଇଟି ଆସନ ନନ୍ଦୀଗ୍ରାମ ଏବଂ ରେଜିନଗରରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡ଼ିଛି । ସେହିଭଳି ଆସାମର ଗୋଟିଏ ଲୋ କସଭା ଆସନରେ ମଧ୍ୟ ଉପନିର୍ବାଚନ ହୋଇଥିଲା । ତାମିଲନାଡୁରେ ଦୁଇଟି ଆସନରେ ସିଏମ ଜୋସେଫଙ୍କ ଦଳ ଟିଭିକେ ଆଗୁଆ ରହିଛି ।

ପଶ୍ଚିମବଙ୍ଗର ୨ଟି, ତାମିଲନାଡୁର ୨, ପୁଡୁଚେରୀର ଗୋଟିଏ ବିଧାନସଭା ଆସନ ଏବଂ ଆସାମର ଗୋଟିଏ ଲୋକ ସଭା ଆସନ ସମେତ ୬ଟି ଆସନରେ ଉପନିର୍ବାଚନ ହୋଇଥିଲା । ଅକ୍ଟୋବର ୯, ଆଜି ଭୋଟ ଗଣତି ହୋଇଛି ।  ଭାଜପା ପଶ୍ଚିମବଙ୍ଗର ଉଭୟ ଆସନରେ ବିଜୟୀ ହୋଇଛି । ଏହା ସହିତ ଆସମାର ନଗାଓଁ ଆସନରେ ଭାଜପା ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେପଟେ ତାମିଲନାଡୁର ୨ଟି ବିଧାନସଭା ଆସନ​‌ରେ ଟିଭିକେ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି । ପୁଡୁଚେରୀର ଥାଟ୍ଟନଚାଭଡ଼ି ଆସନରେ ଶାସକ ଅଲଇଣ୍ଡିଆ ଏନଆର କଂଗ୍ରେସ (AINRC) ପ୍ରାର୍ଥୀ ଅଶୋକ ଆନନ୍ଦ ୮,୪୮୨ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ସେହିଭଳି କଂଗ୍ରେସ ଏବଂ ଡିଏମକେ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି ।

ଅକ୍ଟୋବର ୬ରେ ଏହି ୬ଟି ଆସନରେ ଭୋଟିଂ ହୋଇଥିଲା । ଏସଆଇଆରକୁ ନେଇ ଚାଲିଥିବା ପ୍ରତିବାଦ ମଧ୍ୟରେ ଏହି ନିର୍ବାଚନୀ ଫଳାଫଳ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଏବଂ ରେଜିନଗର, ତାମିଲନାଡୁର ମଦୁରାନ୍ତକମ ଏବଂ ଧାରାପୁରମ, ପୁଡୁଚେରୀର ଥାଟ୍ଟନଚାଭଡ଼ି ବିଧାନସଭା ଆସନ ଏବଂ ଆସାମର ନଗାଓଁ ଲୋକସଭା ଆସନରେ ମତଦାନ ହୋଇଥିଲା । ନେତାମାନେ ଗୋଟିଏ ଆସନ ରଖି ଅନ୍ୟଟି ଛାଡ଼ିବାରୁ ଏହି ସବୁ ଆସନ ଖାଲି ପଡ଼ିଥିଲା । ୬ ଆସନରୁ ୩ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨ଟିରେ ଟିଭିକେ ଆଗୁଆ ରହିଛି  ଗୋଟିଏରେ  AINRC ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।

Share