ବିଜେଡି ବିରୋଧରେ ରାସ୍ତାକୁ ଓହ୍ଲାଇବ ଭାଜପା

ଭୁବନେଶ୍ବର, ୧୩ା୨(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ବର୍ଷ ସମୟ ଥିବାବେଳେ ଏହା ପୂର୍ବରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବା ଆରମ୍ଭ ହେଲାଣି। ବିଭିନ୍ନ ପ୍ରସଙ୍ଗରେ ପରସ୍ପର ବିରୋଧରେ ଆନ୍ଦୋଳନ କରିବା ଲାଗି ଉଭୟ ବିଜେଡି ଏବଂ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିଜେଡି ରାସ୍ତାକୁ ଓହ୍ଲାଇବା ଲାଗି ଶାସକ ଦଳ ନିଜର ପ୍ରସ୍ତୁତି କରୁଥିବା ବେଳେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଭାଜପା ଆନ୍ଦୋଳନ କରିବ। ଆସନ୍ତା ୧୪, ୧୫ ଏବଂ ୧୬ ଏହି ୩ ଦିନ ଧରି ଭାଜପା, ବିଜେଡି ପରସ୍ପର ବିରୋଧରେ ଆନ୍ଦୋଳନ କରିବାକୁ ସଜବାଜ ଆରମ୍ଭ କରିଦେଇଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆସନ୍ତା ୧୪ରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହରତାଳ, ୧୫ରେ ସବୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏବଂ ୧୬ରେ ରାଜଭବନ ଆଗରେ ବିକ୍ଷୋଭ ଓ ହରତାଳ କରିବାକୁ ଭାଜପା ପକ୍ଷରୁ ଯୋଜନା କରାଯାଇଛି। ତେବେ ଭାଜପାର ଏହି ଆନ୍ଦୋଳନକୁ କାଉଣ୍ଟର କରିବା ଲାଗି ବିଜେଡି ପକ୍ଷରୁ ଆସନ୍ତା ୧୫ରେ ସବୁ ପଞ୍ଚାୟତ ଅଫିସ୍‌ ଆଗରେ ଆନ୍ଦୋଳନ ଏବଂ ୧୬ରେ ସବୁ ବ୍ଲକ ଅଫିସ୍‌ ଘେରାଉ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।
ତେବେ ଭାଜପା ନବ ଦାସ ହତ୍ୟାକାଣ୍ଡ, ବାଲି ମାଫିଆଙ୍କ ଦୌରାତ୍ମ୍ୟ, ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗକୁ ନେଇ ସବୁ ଜିଲାରେ ହରତାଳ କରିବ। ଅପରପକ୍ଷରେ କେନ୍ଦ୍ର ସରକାର ହିତାଧିକାରୀଙ୍କ ୫ କେଜି ଲେଖା ଚାଉଳ କାଟି ଦେଉଥିବା ଅଭିଯୋଗ ଆଣି ବିଜେଡି ପକ୍ଷରୁ ସବୁ ବିଧାୟକ ଏବଂ ଜିଲା ସଭାପତିମାନଙ୍କୁ ପ୍ରତିବାଦ କରିବା ଲାଗି କୁହାଯାଇଛି। ତେବେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦୁଇ ରାଜନୈତିକ ଦଳ ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡିଥିବା ବେଳେ ଆସନ୍ତା ୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମ୍‌ପୁର ଯିବାର କାର୍ଯ୍ୟକ୍ରମ ରହିଛି। ପଦମ୍‌ପୁର ଉପନିର୍ବାଚନ ସମୟରେ ଶାସକ ଦଳ ଦେଇ ଆସିଥିବା ପ୍ରତିଶ୍ରୁତି ପୂରଣ ଲାଗି ଦଳ ଯୋଜନା ରଖିଛି। ଅନ୍ୟପଟେ ମାର୍ଚ୍ଚ ପ୍ରଥମ ସପ୍ତାହରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଢେଙ୍କାନାଳ ଏବଂ ଭଦ୍ରକ ଯିିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri