ଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦ: ଶୁକ୍ରବାର ଏସ୍‌ପି ଅଫିସ ଆଗରେ ଧାରଣା ଦେବ ଭାଜପା

ଭୁବନେଶ୍ୱର,୫।୫(ବ୍ୟୁରୋ): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ରାଜ୍ୟର ସମସ୍ତ ଏସ୍‌ପି ଅଫିସ ଆଗରେ ଭାଜପା ଧାରଣା ଦେବ। ଏନେଇ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ଏହାଛଡ଼ା ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବ ବୋଲି ସେ କହିଛନ୍ତି।