Posted inଜାତୀୟ

ଏଡିଆର୍‌ ରିପୋର୍ଟ: ଭାଜପା ପାଇଛି ସର୍ବାଧିକ ୨,୨୪୩ କୋଟି ଚାନ୍ଦା

ନୂଆଦିଲ୍ଲୀ,୭।୪: ୨୦୨୩-୨୪ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକ ମଧ୍ୟରେ ଭାଜପା ମୋଟ ୮,୩୫୮ଟି ଚାନ୍ଦାରୁ ସର୍ବାଧିକ ୨,୨୪୩ କୋଟିରୁ ଊର୍ଦ୍ଧ୍ୱ ସଂଗ୍ରହ କରିଥିବା ଘୋଷଣା କରିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରୁ ଏହା ଜଣାପଡ଼ଛି।

ନିର୍ବାଚନ କମିଶନରେ ଦାଖଲ ହୋଇଥିବା ତଥ୍ୟ ଆଧାରରେ ଉକ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି। ରିପୋର୍ଟ ଅନୁଯାୟୀ, ଜାତୀୟ ଦଳଗୁଡ଼ିକ ମୋଟ ୧୨,୫୪୭ଟି ଚାନ୍ଦାରୁ ମୋଟ ୨,୫୪୪.୨୮ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି, ଯାହାକି ପୂର୍ବବର୍ଷ ତୁଳନାରେ ୧୯୯ ପ୍ରତିଶତ ଅଧିକ। ମୋଟ ଚାନ୍ଦାରୁ କେବଳ ଭାଜପା ଭାଗ ୮୮ ପ୍ରତିଶତ ହୋଇଥିବାବେଳେ କଂଗ୍ରେସ ୧,୯୯୪ଟି ଦାନରୁ ୨୮୧.୪୮ କୋଟି ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

ଅନ୍ୟ ଜାତୀୟ ଦଳ ମଧ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌), ସିପିଆଇ(ଏମ୍‌), ନ୍ୟାଶନାଲ ପିପୁଲ୍ସ ପାର୍ଟି ସ୍ବଳ୍ପ ପରିମାଣର ଚାନ୍ଦା ପାଇଛନ୍ତି। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ କୌଣସି ଚାନ୍ଦା ପାଇନାହିଁ।

୨୦୨୨-୨୩ ଆର୍ଥତ୍କ ବର୍ଷରେ ଭାଜପା ୭୧୯.୮୫୮ କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ୨୦୨୩-୨୪ରେ ୨,୨୪୩.୯୪ କୋଟି ଟଙ୍କା ପାଇଛି। ଅର୍ଥାତ୍‌ ପୂର୍ବବର୍ଷ ତୁଳନାରେ ୨୦୨୩-୨୪ ବର୍ଷରେ ଗୈରିକ ଦଳର ଚାନ୍ଦା ପରିମାଣ ୨୧୧.୭୨ ପ୍ରତିଶତ ବୃଦ୍ଧି ପାଇଛି। କଂଗ୍ରେସକୁ ୨୦୨୨-୨୩ରେ ୭୯.୯୨୪ କୋଟି ଟଙ୍କା ମିଳିଥିବାବେଳେ ୨୦୨୩-୨୪ରେ ୨୫୨.୧୮ ପ୍ରତିଶତ ବଢ଼ି ୨୮୧.୪୮ କୋଟି ଟଙ୍କା ହୋଇଛି।

ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଆପ୍‌ର ଚାନ୍ଦା ପରିମାଣ ୭୦.୧୮ ପ୍ରତତଶତ ହ୍ରାସ ପାଇ ୨୬.୦୩୮ କୋଟି ଟଙ୍କା ହୋଇଥିବାବେଳେ ଏନ୍‌ପିଇପିର ଚାନ୍ଦା ୯୮.୦୨ ପ୍ରତିଶତ କମି ୭.୩୩୧ କୋଟି ଟଙ୍କା ରହିଛି। ଚାନ୍ଦା ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ବାଚନ କମିଶନ ୨୦୨୪ ସେପ୍ଟେମ୍ବର ୩୦କୁ ଶେଷ ତାରିଖ ଘୋଷଣା କରିଥିବାବେଳେ କେବଳ ବିଏସ୍‌ପି ଏବଂ ଆପ୍‌ ସମୟସୀମା ମଧ୍ୟରେ ରିପୋର୍ଟ ଦାଖଲ କରିଥିଲେ।

ଭାଜପା ୪୨ ଦିନ ବିଳମ୍ବରେ ରିପୋର୍ଟ ଦେଇଥିବାବେଳେ ସିପିଆଇ(ଏମ୍‌), କଂଗ୍ରେସ ଏବଂ ଏନ୍‌ପିଇପି ଯଥାକ୍ରମେ ୪୩, ୨୭ ଏବଂ ୨୩ ଦିନ ପରେ ରିପୋର୍ଟ ଦାଖଲ କରିଛନ୍ତି। ଜାତୀୟ ଦଳଗୁଡ଼ିକ କର୍ପୋରେଟ ବା ବ୍ୟବସାୟ ସେକ୍ଟରରୁ ମୋଟ ୨,୨୬୨.୫୫ କୋଟି ଟଙ୍କା ଏବଂ ବ୍ୟକ୍ତିଗତ ଦାତାଙ୍କଠାରୁ ୨୭୦.୮୭୨ କୋଟି ଟଙ୍କା ପାଇଛନ୍ତି। ଭାଜପା ୩,୪୭୮ଟି କର୍ପୋରେଟ ସେକ୍ଟର ଚାନ୍ଦାରୁ ୨,୦୬୪.୫୮ କୋଟି ଏବଂ ୪,୬୨୮ ବ୍ୟକ୍ତିଗତ ଦାତାଙ୍କଠାରୁ ୧୬୯.୧୨୬ କୋଟି ଟଙ୍କା ପାଇଛି। ସେହିପରି କଂଗ୍ରେସ ୧୦୨ଟି କର୍ପୋରେଟ/ବ୍ୟବସାୟ ସେକ୍ଟର ଚାନ୍ଦାରୁ ୧୯୦.୩୨୬୩ କୋଟି ଏବଂ ୧,୮୮୨ ବ୍ୟକ୍ତିବିଶେଷଙ୍କଠାରୁ ୯୦.୮୯୯ କୋଟି ଟଙ୍କା ପାଇଥିବା ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri