ରେଳ ଦୁର୍ଘଟଣାକୁ ନେଇ ଦଳୀୟ ନେତାଙ୍କୁ ଭାଜପାର ଟାର୍ଗେଟ

ଭୁବନେଶ୍ୱର,୮ା୬(ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗରେ ୨ ବରିଷ୍ଠ ଭାଜପା ନେତା ମୁହଁାମୁହିଁ ହୋଇଛନ୍ତି। ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ମଙ୍ଗଳବାର ରେଳ ଦୁର୍ଘଟଣା ଉପରେ ଦେଇଥିବା ବୟାନକୁ ନେଇ ବୁଧବାର ତାଙ୍କ ନିଜ ଦଳ ପକ୍ଷରୁ ତୀବ୍ର ବିରୋଧ ହୋଇଛି। ବିଜୟଙ୍କୁ କଡ଼ା ସମାଲୋଚନାକରି ଦଳର ବରିଷ୍ଠ ନେତା ସମୀର ଦେ ଓ ସଜ୍ଜନ ଶର୍ମା ମୁହଁ ଖୋଲିଛନ୍ତି। ବିଜୟ ମହାପାତ୍ର ନିଜର ରାଜନୀତିକ ଉଦ୍ଦେଶ୍ୟ ରଖି ଦେଶବାସୀଙ୍କୁ ଭ୍ରମିତ କରିବାକୁ ଦାୟିତ୍ୱହୀନ ଓ ବେପରୁଆ ବୟାନ ଦେଉଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ନେତା ପୂର୍ବତନ ମନ୍ତ୍ରୀ ସମୀର ଦେ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ବିଜୟ ମହାପାତ୍ରଙ୍କ ବୟାନକୁ ଖଣ୍ଡନ କରିବା ସହ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଦେଶବାସୀ ମ୍ରିୟମାଣ ହୋଇଥିବାବେଳେ ବିଜୟଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ନେତା ତଥାକଥିତ ବିରୋଧୀ ଦଳ ନେତାଙ୍କ ଭଳି ନିଜର ରାଜନୀତିକ ଉଦ୍ଦେଶ୍ୟ ରଖି ମନ୍ତବ୍ୟ ଦେବା ଆଦୌ ଉଚିତ ହୋଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଓ ଦୋଷୀଙ୍କୁ ଲୋକଲୋଚନକୁ ଆଣିବା ପାଇଁ ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ଜାରି ରହିଥିବା ବେଳେ ବିଜୟ ଏଭଳି ମନ୍ତବ୍ୟ ରଖି ଭାଜପା ସମେତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି ଥିବା ନିଜର ଅସହିଷ୍ଣୁତାକୁ ପଦାରେ ପକାଇଛନ୍ତି। ଯଦି ବିଜୟଙ୍କ ପାଖରେ ଏତେ ସବୁ ତଥ୍ୟ ଥିଲା ତେବେ ଗଣମାଧ୍ୟମ ଆଗରେ ମନ୍ତବ୍ୟ ରଖିବା ପୂର୍ବରୁ ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରେଳମନ୍ତ୍ରୀ କିମ୍ବା ରେଳ ବିଭାଗକୁ ଜଣାଇଥିଲେ ଅସୁବିଧା କେଉଁଠି ଥିଲା ବୋଲି ସମୀର ପ୍ରଶ୍ନ କରିଛନ୍ତି। ଏବେ ଏଭଳି ମନ୍ତବ୍ୟ ରଖି କେବଳ ନିଜକୁ ଗଣମାଧ୍ୟମରେ ବଞ୍ଚାଇ ରଖିବାକୁ ସେ ଉଦ୍ୟମ କରୁଛନ୍ତି। ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଦେଶବାସୀଙ୍କ ଅଖଣ୍ଡ ବିଶ୍ୱାସ ଓ ଭରସା ରହିଛି। ଦୁର୍ଘଟଣାରେ ଯିଏ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱସ୍ତ କରାଯାଇସାରିଛି। ତେଣୁ ବିଜୟ ସାଧାରଣ ଲୋକଙ୍କୁ ଭ୍ରମିତ କରିବା ପାଇଁ ଯେତେ ଦାୟିତ୍ୱହୀନ ଓ ବେପରୁଆ ମନ୍ତବ୍ୟ ଦେଲେ ତା’ର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସମୀର କହିଛନ୍ତି। ସେହିପରି ଭାଜପା ନେତା ସଜ୍ଜନ ଶର୍ମା ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଜୟ ଓଡ଼ିଶାର ସୁବ୍ରମଣ୍ୟମ ସ୍ବାମୀ ହେବାକୁ ଚାହୁଁଛନ୍ତି, ଯିଏ ନିଜେ କୌଣସି ଅନୁଶାସନ ମାନନ୍ତି ନାହିଁ। ସୂଚନାଯୋଗ୍ୟ, ବିଜୟ ମହାପାତ୍ର ରେଳ ଦୁର୍ଘଟଣା ପ୍ରସଙ୍ଗରେ ରେଳ ମନ୍ତ୍ରଣାଳୟକୁ ମଧ୍ୟ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri