ସବୁ ଏସ୍‌ପି ଅଫିସ ଘେରିଲା ଭାଜପା

ଭୁବନେଶ୍ୱର,୭ା୫(ବ୍ୟୁରୋ): ବିଜେଡି ଶାସନରେ ଦୁଇଟି ଆଇନ। ଶାସକ ବିଜେଡି ସଭାପତିଙ୍କ ଇଙ୍ଗିତରେ ଆଇନ କାର୍ଯ୍ୟକାରୀ ହେଉଛି। ବିଜେଡି ସପକ୍ଷବାଦୀଙ୍କ ପାଇଁ ଗୋଟେ ପ୍ରକାର ଏବଂ ବିପକ୍ଷବାଦୀଙ୍କ ଲାଗି ଆଉ ଗୋଟେ ପ୍ରକାର। ରାଜନୈତିକ ହିଂସାପରାୟଣ, ହୀନ ରାଜନୈତିକ ସ୍ବାର୍ଥ, ବିରୋଧୀଙ୍କ କଣ୍ଠରୋଧ ଉଦ୍ଦେଶ୍ୟରେ ନବୀନ ସରକାର ସରକାରୀ କଳ ଓ ବଳକୁ ଅପବ୍ୟବହାରକରି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଏହାସହ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରିକୁ ବିରୋଧକରି ରାଜ୍ୟର ସବୁ ଏସ୍‌ପି ଅଫିସ୍‌ ଘେରାଉ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳ ଦାବିପତ୍ର ଦେଇଛି।
ଭାଜପା ପକ୍ଷରୁ କୁହାଯାଇଛି, ବିଭିନ୍ନ ଆପରାଧିକ କାର୍ଯ୍ୟ ଓ ଦୁର୍ନୀତିରେ ଲିପ୍ତଥିବା ବିଜେଡି ମନ୍ତ୍ରୀ ଓ ନେତାଙ୍କୁ ସୁରକ୍ଷା ବଳୟ ଭିତରେ ରଖୁଥିବା ନବୀନ ସରକାର ବିରୋଧୀଙ୍କ ପ୍ରତି ଆକ୍ରୋଶମୂଳକ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ସେମାନଙ୍କୁ ଅଯଥାରେ ମିଛ କେସ୍‌ ଜରିଆରେ ବଦନାମ କରିବାର ପ୍ରୟାସ ଜାରି ରଖିଛନ୍ତି। ଏହା ଅତ୍ୟନ୍ତ ଅଶୋଭନୀୟ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି କୁଠାରାଘାତ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଛ ମାମଲାରେ ଗିରଫକରି ବଦନାମ କରିବାର ହୀନ ପ୍ରୟାସ। ବିଧାୟକ ପାଣିଗ୍ରାହୀ ପ୍ରଥମେ ଏତଲା ରୁଜୁ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତିଲେଇବଣି ବିଡିଓଙ୍କ କାଉଣ୍ଟର ଏତଲା ଆଧାରରେ ବିଧାୟକଙ୍କୁ ଗିରଫ କରାଯିବା ସମ୍ପୂର୍ଣ୍ଣ ଆଇନ ବିରୋଧୀ। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ବିଡିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଆହୁରି ଚିନ୍ତାଜନକ। ସେହିପରି ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନାର ଅଭିଯୋଗ କରିବା ସତ୍ତ୍ୱେ ଶାସକ ଦଳ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ବିଜେଡିର ଦୋମୁହାଁ ନୀତିକୁ ପୁଣିଥରେ ପଦାରେ ପକାଇଛି ବୋଲି ଦଳ ଅଭିଯୋଗ କରିଛି।

ନଦୀ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଫେରାଦ

ଓଡ଼ିଶାରେ ପ୍ରାୟ ୪.୫ କୋଟିରୁ ଅଧିକ ଲୋକଙ୍କ ଜୀବନଧାରଣ ନଦୀଗୁଡ଼ିକ ଉପରେ ନିର୍ଭର। ଓଡ଼ିଶାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ୍‌ ଭଳି ନଦୀ ପ୍ରବାହିତ। କିନ୍ତୁ ରାଜ୍ୟ ସରକାରଙ୍କ ବେପରୁଆ ମନୋଭାବ ଯୋଗୁ ରାଜ୍ୟରେ ଜଳ ସଙ୍କଟ ଦେଖାଦେବା ସହ ଲୋକେ ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀଜଳ ପରିଚାଳନା ପାଇଁ ନଦୀଗୁଡ଼ିକ ଶୁଷ୍କ ହୋଇପଡ଼ିଛି। କଳକାରଖାନା ଓ ଶିଳ୍ପ ପାଇଁ ଯେତିକି ପାଣି ଆବଶ୍ୟକ ତା’ଠୁ ଅଧିକ ବ୍ୟବହାର କରି ଦୂଷିତ ପାଣି ନଦୀକୁ ଛଡ଼ାଯାଉଛି। କେନ୍ଦ୍ର ସରକାର ଓଡ଼ିଶାରେ ସ୍ବଚ୍ଛ ପାନୀୟ ଜଳ ପାଇଁ ବିଭିନ୍ନ ଯୋଜନା ଜରିଆରେ ପ୍ରଚୁର ଆର୍ଥିକ ଅନୁଦାନ ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ତାହା କାର୍ଯ୍ୟକାରୀ ହୋଇ ନ ପାରି କେନ୍ଦ୍ରକୁ ଫେରିଯାଉଛି। ମାଫିଆଙ୍କ ଜରିଆରେ ରାଜ୍ୟ ସରକାର ନଦୀ ଜଳ ଓ ବାଲିକୁ ବ୍ୟାପକ ଭାବେ ହରିଲୁଟ କରୁଛନ୍ତି। ଶୁକ୍ରବାର ଭାଜପା ନଦୀ ସୁରକ୍ଷା ସମିତି(ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକର ସୁରକ୍ଷା ଲାଗି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri