Posted inଜାତୀୟ

ଭାଜପା କହିଲା ଲଢ଼ନି, ଚ୍ୟାଲେଞ୍ଜ କଲେ ଶେଟ୍ଟାର

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୨ା୪: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ମାସେରୁ କମ୍‌ ସମୟ ବାକି ଥିବାବେଳେ ମଙ୍ଗଳବାର ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ୧୮୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ତାଙ୍କ ପାରମ୍ପରିକ ଶିଗ୍‌ଗାଓଁ ଆସନରୁ ନିର୍ବାଚନ ଲଢ଼ିବେ। ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ବି.ଏସ୍‌. ୟେଦୁରପ୍ପାଙ୍କ ପୁଅ ବି.ଓ୍ବାଇ, ବିଜୟେନ୍ଦ୍ରଙ୍କୁ ଶିକାରୀପୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦଳ ସୁଯୋଗ ଦେଇଛି।
ମେ’ ୧୦ ଭୋଟ ପାଇଁ କଂଗ୍ରେସ ଅଦ୍ୟାବଧି ୧୬୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୧୮୯ ପ୍ରାର୍ଥୀଙ୍କ ନାମ ଜାରି କରିଛି। ଦଳର କର୍ନାଟକ ପ୍ରଭାରୀ ଅରୁଣ ସିଂ କହିଛନ୍ତି, ୫୨ ନୂଆ ମୁହଁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ୮ ମହିଳାଙ୍କୁ ସୁଯୋଗ ଦିଆଯାଇଛି। ପ୍ରାର୍ଥୀଙ୍କ ମଧ୍ୟରୁ ୩୨ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି), ୩୦ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ୧୬ ଜଣ ତଫସିଲଭୁକ୍ତ ଜନଜାତି (ଏସ୍‌ସି) କାଟାଗୋରିର ବୋଲି ସେ ସୂଚନା ଦେଇଛନ୍ତି। ପୁରୁଖା କଂଗ୍ରେସ ନେତାଙ୍କୁ ଟକ୍କର ଦେବା ପାଇଁ ଭାଜପା ଦୁଇଜଣ ମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସର ଡି.କେ. ଶିବକୁମାରଙ୍କୁ କନକପୁରାରେ ମନ୍ତ୍ରୀ ଆର୍‌. ଅଶୋକଙ୍କୁ ଏବଂ ବରୁଣ ନିର୍ବାଚନମଣ୍ଡଳୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମନ୍ତ୍ରୀ ଭି. ସୋମନ୍ନାଙ୍କୁ ଟିକେଟ ଦିଆଯାଇଛି। ଦୁଇ ମନ୍ତ୍ରୀ ଏକାଧିକ ଆସନରେ ଲଢ଼ିପାରନ୍ତି। ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସି.ଟି. ରବି ଚିକମଗଲୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରାର୍ଥୀମାନଙ୍କ ମଧ୍ୟରୁ ୯ ଜଣ ଡାକ୍ତର, ୫ ଓକିଲ, ୩ ଶିକ୍ଷାବିତ୍‌, ଜଣେ ଲେଖାଏ ଅବସରପ୍ରାପ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସର, ୩ ରିଟାୟାର୍ଡ ସରକାରୀ କର୍ମଚାରୀ ଓ ୮ ସାମାଜିକ କର୍ମୀ ଅଛନ୍ତି।

କର୍ନାଟକ ନିର୍ବାଚନ ପୂର୍ବରୁ ଭାଜପାରେ ବିଦ୍ରୋହ ଦେଖିବାକୁ ମିଳିଛି। ହୁବ୍ବାଲ୍ଲି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ଭାଜପା ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ କହିଛି। ଏହାକୁ ନେଇ କ୍ଷୁବ୍ଧ ଶେଟ୍ଟାର ଦଳକୁ ଚ୍ୟାଲେଞ୍ଜ ଦେଇଛନ୍ତି। ହୁବ୍ବାଲ୍ଲି ଆସନରୁ ୬ ଥର ଜିତିଥିବା ଶେଟ୍ଟାର ୨୦୧୮ ନିର୍ବାଚନରେ କଂଗ୍ରେସର ମହେଶ ନଲଓ୍ବାଡ୍‌ଙ୍କୁ ୨୧,୦୦୦ରୁ ଊର୍ଦ୍ଧ୍ୱ ଭୋଟରେ ହରାଇଥିଲେ। କିନ୍ତୁ ଏଥର ଟିକେଟ ଦେବା ପରିବର୍ତ୍ତେ ସେ ଲଢ଼ିବେ ନାହିଁ ବୋଲି ନିଜ ଆଡ଼ୁ ଘୋଷଣା କରିବାକୁ ଭାଜପା କହିଥିଲା। ଖବରଦାତାଙ୍କୁ ଶେଟ୍ଟାର କହିଛନ୍ତି, ମୋର ମାଇନସ୍‌ ପଏଣ୍ଟ କ’ଣ? ମୁଁ ନିରାଶ। ପ୍ରଚାର ଆରମ୍ଭ କରିଥିଲି। ଆଗକୁ ଆହୁରି ଜୋର୍‌ଦାର ପ୍ରଚାର କରିବି। ନିର୍ବାଚନରୁ ଦୂରେଇଯିବାର ପ୍ରଶ୍ନ ଉଠୁନାହିଁ। ଅନ୍ୟପକ୍ଷେ ଦଳର ପରାମର୍ଶ ମାନି ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେ.ଏସ୍‌. ଈଶ୍ୱରାପ୍ପା ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ୭୫ ବର୍ଷୀୟ ଈଶ୍ୱରାପ୍ପା ଏନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ପତ୍ର ଲେଖି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri