Posted inଜାତୀୟ

ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଦେଖିବାକୁ ମିଳିଛି ଭାଜପାର ବିଜୟ

ନୂଆଦିଲ୍ଲୀ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳଫଳ ଉପରେ କେବଳ ଦେଶ ନୁହେଁ ବରଂ ବିଶ୍ୱର ନଜର ରହିଥିଲା । ରାଜନୈତିକ ପଣ୍ଡିତ ଏହାକୁ ୨୦୨୪ ଲୋକ ସଭା ନିର୍ବାଚନର ସେମିଫାଇନାଲ ଭାବେ ଧରି ନେଇଛନ୍ତି । ଭାଜପାର ବିଜୟ ପରେ ବିଭିନ୍ନ ଦେଶରେ ଏହାକୁ ନେଇ ରାଜନୈତିକ ବିଚାର ବିମର୍ଷ ବି ଆରମ୍ଭ ହୋଇଯାଇଛି । ମଧ୍ୟ ପୂର୍ବରୁ ନେଇ ୟୁରୋପ ଓ ଆମେରିକାର ଗଣମାଧ୍ୟରେ ଭାଜପା ବିଜୟକୁ ବେଶ ଭଲଭାବେ କଭରେଜ କରାଯାଇଛି । ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ କହିଛି, କରୋନା, ମହଙ୍ଗା ମାଡ, ବେରୋଜଗାର, କୃଷକ ଆନ୍ଦୋଳନ ପରେ ବି ସର୍ବାଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ଶାସନକ୍ଷମତା ହାତକୁ ନେଇଛି ।
ଅଲ ଜଜିରା ଦର୍ଶାଇଛି ଉତ୍ତର ପ୍ରଦେଶ ସମେତ ୪ ରାଜ୍ୟରେ ଭାଜପା ସରକାର ଗଠନ କରିବାରେ ସଫଳ ହୋଇଛି । ତେବେ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହା ଭାଜପାର ଏକ ଝଲକ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦର୍ଶାଇଛି । କଟ୍ଟର ହିନ୍ଦୁବାଦୀ ପରେ ବି ଯୋଗୀ ଆଦିତ୍ୟନାଥଙ୍କ ବିଜୟ ମୋଦିଙ୍କ ଉପରେ ଜନସାଧାରଣଙ୍କ ଭରସା ବୋଲି କହିଛି ଅଲ ଜଜିରା ।
ବିବିସି କହିଛି ବିନା କୌଣସି ଲହରରେ ଯୋଗୀ ଆଦିତ୍ୟନାଥଙ୍କ ବିପୁଳ ବିଜୟ ଭାଜପା ପ୍ରତି ଲୋକଙ୍କ ବିଶ୍ୱାସକୁ ଦର୍ଶାଇଛି ।
ସେହିପରି ନ୍ୟୁୟର୍କ ଟାଇମ୍ସ କହିଛି ମହଙ୍ଗା ମାଡ, ମହାମାରୀ ପରେ ବି ଲୋକେ ଯୋଗୀ ଆଦିତ୍ୟନାଥଙ୍କୁ ଭରସା କରିପାରିଛନ୍ତି ଆଉ ବିଜୟୀ କରିଛନ୍ତି । ବେକାରୀ ସମସ୍ୟା ବଢି ଚାଲିଛି, ବିବାଦ ପିଛା ଛାଡୁନି ଏହାପରେ ବି ଜନତା ଯୋଗୀଙ୍କୁ ବାଛିଛନ୍ତି । କଟ୍ଟର ହିନ୍ଦୁତ୍ୱବାଦୀ ଯୋଗୀଙ୍କୁ ପୁଣିଥରେ ଶାସନ କ୍ଷମତା ଦେବାର ଅର୍ଥ ହେଉଛି ଅନେକ ତାଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ବୋଲି ଭାବି ନେଇଛନ୍ତି । ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୋଲି ବି ଆଲୋଚନା ହେଉଛି ।
ଗଲ୍ଫ ନ୍ୟୁଜ କହିଛି ୪ ରାଜ୍ୟରେ ପୁଣିଥରେ ଭାଜପା ଲହର ଦେଖିବାକୁ ମିଳିଛି । ୨୦୧୪ରେ ଆରମ୍ଭ ହୋଇଥିବା ମୋଦି ଲହର ଏବେ ବି ଅତୁଟ ରହିଛି । ୭ ବର୍ଷ ପରେ ଭାଜପା ପୁଣିଥରେ ଶାସନ କ୍ଷମତା ହାତେଇବା ଭାରତୀୟ ରାଜନୀତିରେ ଇତିହାସ ବୋଲି କୁହାଯାଉଛି ।
କରୋନା ମହାମାରୀ ଓ କୃଷକ ଆନ୍ଦୋଳନ ପରେ ଉତ୍ତର ପ୍ରଦେଶରେ ଜନତା ସମାଜବାଦୀ ପାର୍ଟି ସପକ୍ଷରେ ଆସୁଥିବା ଦେଖାଯାଉଥିଲେ ବି ଏହା ଭୁଲ ପ୍ରମାଣିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri