Posted inଜାତୀୟ

ଭାଜପା ଏମ୍‌ପି କୃଷକଙ୍କୁ କଲେ ସମର୍ଥନ…

ଲକ୍ଷ୍ନୌ,୫।୯: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ଜିଆଇସି ଗ୍ରାଉଣ୍ଡରେ କୃଷି ଆଇନ ବିରୋଧରେ କିଷାନ ମହାପଞ୍ଚାୟତ ସଭା ଆରମ୍ଭ ହୋଇଛି। ଏପରିସ୍ଥଳେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ବରୁଣ ଗାନ୍ଧୀଙ୍କ କୃଷକଙ୍କୁ ସମର୍ଥନ କରିଛନ୍ତି। କେନ୍ଦ୍ର ସରକାର ଏବଂ ଭାଜପା କୃଷି ଆଇନ ପ୍ରତ୍ୟାବର୍ତ୍ତନ ନେଇ ଅମଙ୍ଗ ହେଉଛନ୍ତି। କିନ୍ତୁ ବରୁଣ ରବିବାର କୃଷକଙ୍କ ସପକ୍ଷରେ ସ୍ବର ଉତ୍ତୋଳନ କରିଛନ୍ତିି। କୃଷକଙ୍କ ଯନ୍ତ୍ରଣା ବୁଝିବାକୁ ବରୁଣ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ କୃଷକ ହେଉଛନ୍ତି ଆମ ମାନଙ୍କର ରକ୍ତ ଏବଂ ଆମକୁ ସେମାନଙ୍କ ଯନ୍ତ୍ରଣା ବୁଝିବାକୁ ପଡ଼ିବ।

ପିଲିଭିଟର ଭାଜପା ଏମ୍‌ପି ବରୁଣ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଟୁଇଟ କରି କହିଛନ୍ତି ଯେ ମୁଜାଫରନଗରରେ କୃଷି ଆଇନ ବିରୋଧରେ ବିକ୍ଷୋଭ ପାଇଁ ଲକ୍ଷାଧିକ କୃଷକ ଏକାଠି ହୋଇଛନ୍ତି। ଆମକୁ ପୁନର୍ବାର ସେମାନଙ୍କ ସହିତ ସମ୍ମାନର ସହିତ ମିଶିବାର ଆବଶ୍ୟକତା ରହିଛି। ସେମାନଙ୍କର ଯନ୍ତ୍ରଣାକୁ ବୁଝି, ଦୃଷ୍ଟିକୋଣକୁ ଜାଣିବା ପାଇଁ ତୃଣମୂଳସ୍ତରକୁ ଯିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହା ସହିତ ବରୁଣ ଏକ ଭିଡିଓ ମଧ୍ୟ ଅପଲୋଡ୍‌ କରିଛନ୍ତି। ବରୁଣ ଗାନ୍ଧୀଙ୍କ ଏହି ଟୁଇଟକୁ ଭାଜପା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ ରିଟୁଇଟ୍‌ କରିଛନ୍ତି।

ବରୁଣଙ୍କ ଏହି ବିବୃତ୍ତି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଭାଜପା କୃଷି ଆଇନକୁ ସମର୍ଥନ କରୁଛି। ମାତ୍ର କୃଷକ ସଂଗଠନ ଏହାକୁ ବିରୋଧ କରୁଛନ୍ତି ଏବଂ ଏହାକୁ କଳା ଆଇନ ବୋଲି କହି ଏହାର ପ୍ରତ୍ୟାବର୍ତ୍ତନ ଦାବ କରୁଛନ୍ତି। ବରୁଣ ଗାନ୍ଧୀଙ୍କ ଟୁଇଟରୁ ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କ ସମର୍ଥନ କେବଳ ଚାଷୀଙ୍କ ସ୍ବାର୍ଥ ସହିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri