Posted inଜାତୀୟ

ଭାଜପା ଖୋଜୁଛି ସାଥୀ

ନୂଆଦିଲ୍ଲୀ,୧୭ା୭ : କେନ୍ଦ୍ରରୁ ଭାଜପାକୁ ହଟାଇବା ପାଇଁ ଆଗେଇ ଆସିଥିବା ବିରୋଧୀ ଦଳଗୁଡ଼ିକର ଶକ୍ତି ବୃଦ୍ଧି ହେବାରେ ଲାଗିଛି। ଦିଲ୍ଲୀରେ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ କେନ୍ଦ୍ର ଆଣିଥିବା ଅଧ୍ୟାଦେଶରେ ଉପରାଜ୍ୟପାଳଙ୍କୁ ସବୁ କ୍ଷମତା ଦେଇ ଦିଆଯାଇଛି। ତାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ବିରୋଧ କରିଆସୁଛନ୍ତି। ଇତିମଧ୍ୟରେ କେନ୍ଦ୍ରୀୟ ଅଧ୍ୟାଦେଶ ବିରୋଧରେ ପ୍ରମୁଖ ବିରୋଧୀ ଦଳଗୁଡ଼ିକ କେଜ୍‌ରିଓ୍ବାଲଙ୍କୁ ସମର୍ଥନ କରିଥିବାବେଳେ ରବିବାର ଜୁଲାଇ ୧୬ରେ କଂଗ୍ରେସ ଏହି ପ୍ରତିବାଦରେ ସାମିଲ ହୋଇ ଏଏପିର ଲକ୍ଷ୍ୟକୁ ସମର୍ଥନ କରିଛି। ଏହା ବିରୋଧୀ ଏକତାକୁ ଅଧିକ ମଜଭୁତ କରିଛି। ଅଣଭାଜପା ଶାସିତ ରାଜ୍ୟଗୁଡ଼ିକରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଲଗାଇ ବିରୋଧୀଙ୍କୁ ଦମନ କରିଆସୁଥିବା ଭାଜପା ଆଗାମୀ ଲୋକ ସଭା ନିର୍ବାଚନରେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ମନେହେଉଛି।
୨୦୨୪ ଲୋକ ସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ନେଇ ଭାଜପା ଗତ କିଛିମାସ ପର୍ଯ୍ୟନ୍ତ ଏକପ୍ରକାର ନିଶ୍ଚିତ ଥିଲା। ୨୦୧୯ର ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସହଯୋଗୀଙ୍କ ପ୍ରତି ଏହାର ବ୍ୟବହାର ମଧ୍ୟ ବଦଳିଯାଇଥିଲା। ଏଥିରୁ ମନେହେଉଥିଲା, ସତେଯେମିତି କେନ୍ଦ୍ରରେ ଶାସକ ଦଳ ଆଉ କୌଣସି ସହଯୋଗୀଙ୍କ ସମର୍ଥନ ଆବଶ୍ୟକ କରୁନାହିଁ। ଆସାମଠାରୁ ଆରମ୍ଭକରି ପଞ୍ଜାବର ଅକାଳୀ ଦଳ (ବାଦଲ) ପର୍ଯ୍ୟନ୍ତ ଏହାର ଜ୍ୱଳନ୍ତ ଉଦାହରଣ। ପରବର୍ତ୍ତୀ ସମୟରେ ଉଦ୍ଧବ ଠାକ୍‌ରେଙ୍କ ଶିବସେନା, ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଭଳି ଗୋଟିଏ ପରେ ଗୋଟିଏ ଦଳ ଏନ୍‌ଡିଏରୁ ଓହରିଯିବା ପରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ଭାଜପା ଉଦ୍ୟମ କରି ନ ଥିଲା। ଆସନ୍ତା ନିର୍ବାଚନରେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ଜୁନ୍‌ ୨୩ରେ ପାଟନାରେ ୧୫ ବିରୋଧୀ ଦଳ ଏକାଠି ହୋଇଥିଲେ। ଜୁଲାଇ ୧୭ ଓ ୧୮ରେ ବେଙ୍ଗାଲୁରୁରେ କଂଗ୍ରେସ ନେତୃତ୍ୱରେ ହେବାକୁ ଥିବା ବୈଠକରେ ୨୬ ବିରୋଧୀ ଦଳ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି। କର୍ନାଟକ ବିଧାନସଭା ନିର୍ବାଚନ ପରେ ବିପକ୍ଷର ବଳ ବୃଦ୍ଧି ଘଟୁଥିବା ଦେଖି ଭାଜପା ଆମତ୍ବିଶ୍ୱାସ ହରାଇ ସାଥୀ ଖୋଜିବା ଆରମ୍ଭ କରିଛି। ଛୋଟ ଦଳଗୁଡ଼ିକୁ ଖୋଜିବା ପଛର କାରଣ ବୁଝିବା କଷ୍ଟକର ନୁହେଁ। ଆସନ୍ତା ୨୦ ତାରିଖରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ୧୮ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏନ୍‌ଡିଏ ବୈଠକ ଡାକିଛନ୍ତି। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହିବେ। ଏଥିରୁ ବୁଝିହେଉଛି, ଭାଜପା ପାଇଁ ଏହି ବୈଠକ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ।

ବେଙ୍ଗାଲୁରୁ ବୈଠକରେ ବିରୋଧୀ ନେତାମାନେ ପରସ୍ପର ମଧ୍ୟରେ ଥିବା ମତଭେଦ ଦୂର କରି ଭାଜପା ବିରୋଧରେ ଏକ ମିଳିତ ମେଣ୍ଟ ଉପସ୍ଥାପନ କରିବେ। ଏହି ବୈଠକରେ ଯୋଗଦେବାକୁ ଥିବା ଦଳଗୁଡ଼ିକ ମଧ୍ୟରେ ଅଛନ୍ତି କଂଗ୍ରେସ, ଏନ୍‌ସିପି, ଜେଡିୟୁ, ଆର୍‌ଜେଡି, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇ(ଏମ୍‌), ଡିଏମ୍‌କେ ପ୍ରମୁଖ। କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ କରିବ ନାହିଁ ବୋଲି କଂଗ୍ରେସ ଘୋଷଣା କରିବା ପରେ ଆମ୍‌ ଆଦ୍‌ମୀ ପାର୍ଟି ବିରୋଧୀ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ବୈଠକ ପୂର୍ବରୁ ବିରୋଧୀ ନେତାମାନଙ୍କ ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୈଶ ଭୋଜିର ଆୟୋଜନ କରିଛନ୍ତି। ସେଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ଦଳର ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେବେ। ବେଙ୍ଗାଲୁରୁ ବୈଠକରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ, ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧରୀ ପ୍ରମୁଖ ଯୋଗ ଦେଉଥିବା କର୍ନାଟକ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସଲିମ ଅହମଦ କହିଛନ୍ତି।
ଅନ୍ୟପକ୍ଷେ ଏନ୍‌ଡିଏ ବୈଠକରେ ପ୍ରାୟ ୩୦ ଦଳ ଯୋଗଦେଇପାରନ୍ତି ବୋଲି କୁହାଯାଉଛି। ଶାସକ ମେଣ୍ଟର ସହଯୋଗୀଙ୍କ ବ୍ୟତୀତ ଅନ୍ୟ କେତେକ ନୂଆ ଏବଂ ପୂର୍ବତନ ସହଯୋଗୀଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି।

ନୂଆଦିଲ୍ଲୀର ଅଶୋକା ହୋଟେଲରେ ମଙ୍ଗଳବାର ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବ।
ବିହାରର ୪ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନେ ହେଲେ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ନେତା ଚିରାଗ ପାଶ୍ୱାନ, ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା(ଏଚ୍‌ଏଏମ୍‌)ର ଜିତନରାମ ମାଞ୍ଝି, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଉପେନ୍ଦ୍ର ସିଂ କୁଶ୍‌ଓ୍ବାହା ଏବଂ ବିକାଶଶୀଳ ଇନ୍‌ସାନ ପାର୍ଟିର ମୁକେଶ ସାହାନି। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି)ର ପୂର୍ବତନ ସହଯୋଗୀ ଓମ୍‌ପ୍ରକାଶ ରାଜଭରଙ୍କ ଦଳ ସୁହେଲଦେବ ଭାରତୀୟ ସମାଜ ପାର୍ଟି ରବିବାର ଏନ୍‌ଡିଏରେ ଯୋଗଦେଇଛି। ଏସ୍‌ପି ବିଧାୟକ ଦାରା ସିଂ ଚୌହାନ ଶନିବାର ଉତ୍ତରପ୍ରଦେଶ ବିଧାନସଭାରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଏବଂ ବାଦଲ ପରିବାର ନିୟନ୍ତ୍ରଣରେ ଥିବା ଶିରୋମଣି ଅକାଳୀ ଦଳ ଏନ୍‌ଡିଏରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିବାବେଳେ ଭାଜପା ସେମାନଙ୍କ ସହ ମେଣ୍ଟ କରିବ ନାହିଁ ବୋଲି ଜଣାପଡ଼ିଛି। ପଞ୍ଜାବରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିବାବେଳେ ଆନ୍ଧ୍ରପ୍ରଦେଶରେ ପଓ୍ବନ କଲ୍ୟାଣଙ୍କ ଜନସେନା ପାର୍ଟି ସହ ମେଣ୍ଟ କରିବ ବୋଲି ଏକ ସୂତ୍ରରୁ ପ୍ରକାଶ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ମଧ୍ୟ ଏନ୍‌ଡିଏରେ ସାମିଲ ହେବା ନେଇ ସଙ୍କେତ ଦେଇଛି।

ଉଲ୍ଲେଖଯୋଗ୍ୟ ଏନ୍‌ଡିଏରେ ଏବେ ୨୪ ଦଳ ରହିଛନ୍ତି। ସେଗୁଡ଼ିକ ହେଲେ ଭାଜପା, ଏଆଇଏଡିଏମ୍‌କେ, ଶିବସେନା (ଏକନାଥ ଶିନ୍ଦେ ଗୋଷ୍ଠୀ), ନ୍ୟାଶନାଲ ପିପୁଲ୍‌ସ ପାର୍ଟି(ଏନ୍‌ପିପି), ନ୍ୟାଶନାଲିଷ୍ଟ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି), ଏସ୍‌କେଏମ୍‌ (ସିକିମ କ୍ରାନ୍ତିକାରୀ ପାର୍ଟି), ଜେଜେପି(ଜନନାୟକ ଜନତା ପାର୍ଟି), ଆଇଏମ୍‌କେଏମ୍‌କେ (ଇଣ୍ଡିଆ ମକ୍କଲ କଲଭି ମୁନେତ୍ରା କାଝାଗମ), ଏଜେଏସୟୁ(ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ), ଆର୍‌ପିଆଇ (ରିପବ୍ଲିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ), ଏମ୍‌ଏନ୍‌ଏଫ୍‌ (ମିଜୋ ନ୍ୟାଶନାଲ ଫ୍ରଣ୍ଟ), ଟିଏମ୍‌ସି (ତାମିଲ ମାନିଲା କଂଗ୍ରେସ), ଆଇପିଏଫ୍‌ଟି(ତ୍ରିପୁରା), ବିପିପି (ବୋଡୋ ପିପୁଲ୍‌ସ ପାର୍ଟି), ପିଏମ୍‌କେ (ପଟାଲି ମକ୍କାଲ କାଛି), ଏମ୍‌ଜିପି (ମହାରାଷ୍ଟ୍ର ଗୋମନ୍ତକ ପାର୍ଟି), ଅପନା ଦଳ, ଏଜିପି (ଆସାମ ଗଣ ପରିଷଦ), ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି, ନିଶାଦ ପାର୍ଟି, ୟୁପିପିଏଲ୍‌ (ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ), ଏଆଇଆର୍‌ଏନ୍‌ସି (ଅଲ୍‌ ଇଣ୍ଡିଆ ଏନ୍‌ଆର୍‌ କଂଗ୍ରେସ ପୁଡ଼ୁଚେରି), ଶିରୋମଣି ଅକାଳୀ ଦଳ ସଂଯୁକ୍ତ(ଧିଣ୍ଡସା) ଏବଂ ଜନସେନା (ପଓ୍ବନ କଲ୍ୟାଣ)। ଏହା ବ୍ୟତୀତ ଶାସକ ମେଣ୍ଟରେ ସାମିଲ ହୋଇଥିବା ନୂଆ ଦଳଗୁଡ଼ିକ ହେଲେ ଏନ୍‌ସିପି ଅଜିତ ପାଓ୍ବାର ଗୋଷ୍ଠୀ, ଲୋକ ଜନଶକ୍ତି ପାର୍ଟି (ରାମବିଳାସ), ଏଚ୍‌ଏଏମ୍‌ (ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା), ଆର୍‌ଏଲ୍‌ଏସ୍‌ପି (ରାଷ୍ଟ୍ରୀୟ ଲୋକ ସମତା ପାର୍ଟି), ଭିଆଇପି (ବିକାଶଶୀଳ ଇନ୍‌ସାନ ପାର୍ଟି) ଏବଂ ଏସ୍‌ବିଏସ୍‌ପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି)।

 


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

CEC ଚୟନ କମିଟିରୁ CJIଙ୍କୁ କାହିଁକି ହଟାଗଲା? ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୮।୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri