ଖବରଦାତାଙ୍କୁ ଲାଞ୍ଚୁଆ କହିଲେ ଭାଜପା ନେତା

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧି ଟଙ୍କା ଖାଇଛନ୍ତି। ସେଥିଲାଗି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସପକ୍ଷରେ ଖବର ପ୍ରସାରଣ କରୁଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ଭାଜପା ଜିଲା ଉପସଭାପତି ଅଜୟ ପାଣିଗ୍ରାହୀ। ସେ ଗତ ୧୭ ତାରିଖରେ କେଗାଁ ଥାନା ସମ୍ମୁଖରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଦେଇଥିବା ଏହି ମନ୍ତବ୍ୟକୁ କଳାହାଣ୍ଡି ଜିଲା ଖବରଦାତା ସମୂହ ନିନ୍ଦା କରିଛନ୍ତି। ଜିଲା ଉପସଭାପତି ପାଣିଗ୍ରାହୀଙ୍କ ଏଭଳି ଆରୋପକୁ ବିରୋଧ କରି ଖବରଦାତାମାନେ ଥାନାରେ ଏତଲା ଦେଇଛନ୍ତି। ଏନେଇ ଭାଜପା ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଓ ରାଜ୍ୟ ଭାଜପା ନିକଟରେ ଖବରଦାତାଙ୍କ ପକ୍ଷରୁ ଲଖିତ ଭାବେ ଜଣାଯାଇଛି।