Posted inଜାତୀୟ

ବାହାଘରରେ ଟଙ୍କା ଉଡ଼ାଇଲେ ଭାଜପା ନେତା

ମେହସନା, ୨୦।୨: ବିବାହକୁ ନେଇ ଅନେକ ସ୍ଥାନରେ ଭିନ୍ନଭିନ୍ନ ରୀତି, ନିୟମ ରହିଛି, ଯାହାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଲୋକେ ବହୁ ଆୟୋଜନ କରିଥାନ୍ତି। କନିଆ ଘରକୁ ବରଯାତ୍ରୀ ଶୋଭାଯାତ୍ରା ବାହାରିବା ସମୟରେ ସେମାନଙ୍କ ଉପରକୁ ଟଙ୍କା ଫିଙ୍ଗାଯିବାର ପରମ୍ପରା ବିଶେଷକରି ଗୁଜରାଟରେ ଦେଖିବାକୁ ମିଳିଥାଏ। ନିଜ ପୁତୁରା ବାହାଘରରେ ଟଙ୍କା ବର୍ଷା କରି ଗୁଜରାଟ ମେହସନା ଜିଲା ଅଗୋଲ ଗ୍ରାମର ପୂର୍ବତନ ସରପଞ୍ଚ କରିମ ଯାଦବ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଭାଜପା ନେତା କରିମଙ୍କ ପୁତୁରା ରାଜାକଙ୍କ ବାହାଘର ନିକଟରେ ଶେଷ ହୋଇଛି। ବାହାଘର ଦିନ ରାଜାକ ଯେତେବେଳେ ବରଯାତ୍ରୀ ଧରି ଘରୁ ବାହାରନ୍ତି ସେ ସମୟରେ କରିମ ଛାତ ଉପରେ ରହି ୫୦୦ ଟଙ୍କିଆ ନୋଟ୍‌ ତଳେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରକୁ ପିଙ୍ଗିଥିଲେ। ଖାଲି କରିମ ନୁହନ୍ତି, ତାଙ୍କ ପରିବାରର ବହୁ ସଦସ୍ୟ ଛାତରେ ଛିଡ଼ା ହୋଇ ଟଙ୍କା ବର୍ଷା କରୁଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏତେମାତ୍ରାରେ ଟଙ୍କା ଉଡ଼ାଉଥିବା ଦେଖି ଗାଁର ଅନେକ ଲୋକ କରିମଙ୍କ ଘର ଆଗରେ ଜମା ହୋଇଥିଲେ। ତଳେ ପଡ଼ୁଥିବା ଟଙ୍କା ନେବା ପାଇଁ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। କରିମ ଟଙ୍କା ଫିଙ୍ଗିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବହୁ ୟୁଜର୍ସ ଭିଡିଓକୁ ନେଇ କରିମଙ୍କୁ ସମାଲୋଚନା କରିଥିବାବେଳେ ଅନେକେ ତାଙ୍କୁ ଉପହାସ କରିଛନ୍ତି।

ଗତବର୍ଷ ବେଙ୍ଗାଲୁରୁରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ସ୍ଥାନୀୟ ମାର୍କେଟ୍‌ର ଫ୍ଲାଏଓଭର୍‌ରେ ଛିଡ଼ା ହୋଇ ଜଣେ ବ୍ୟକ୍ତି ଟଙ୍କା ଫିଙ୍ଗିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ବ୍ୟକ୍ତିଜଣକ କୋଟ୍‌, ପ୍ୟାଣ୍ଟ ପିନ୍ଧି ଏକ କାନ୍ଥଘଣ୍ଟାକୁ ନିଜ ବେକରେ ଝୁଲାଇଥିଲେ। ପାଖାପାଖି ୩୦୦୦ ଟଙ୍କାର ୧୦ ଟଙ୍କିଆ ନୋଟ୍‌ ସେ ଫ୍ଲାଏଓଭର୍‌ ଭଳେ ଯାଉଥିବା ଲୋକଙ୍କ ଉପରକୁ ଫୋପାଡ଼ିଥିବାବେଳେ ଲୋକେ ଏହାକୁ ଗୋଟାଇବା ଆରମ୍ଭ କରିବା ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ଘଟଣାସ୍ଥଳରେ ଗହଳି ଭାଙ୍ଗିବା ସହ ଉକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri