Posted inଜାତୀୟ

ଭାଜପା ନେତାଙ୍କ ହତ୍ୟା ଘଟଣା: ସ୍ବତନ୍ତ୍ର ଟିମ୍‌ ଗଠନ

ଚେନ୍ନାଇ,୨୫।୫: ଚେନ୍ନାଇର ଭାଜପା ନେତା ବାଲଚନ୍ଦ୍ରଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ସେ ଚେନ୍ନାଇ ଭାଜପା ସେଣ୍ଟ୍ରାଲ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଧ୍ୟକ୍ଷ ଥିଲେ। ଚିନ୍ତାଦ୍ରିପେଟ୍‌ଠାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମୟରେ ଭାଜପା ନେତାଙ୍କ ସୁରକ୍ଷାକର୍ମୀ ଚା’ ପିଇବାକୁ ଯାଇଥିଲେ। ତେବେ ବାଲଚନ୍ଦ୍ରଙ୍କ ହତ୍ୟା ପରେ ବିରୋଧୀ ଭାଜପା ଏଥିପାଇଁ ଶାସକ ଡିଏମ୍‌କେକୁ ଦାୟୀ କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ନେଇ ତାମିଲନାଡ଼ୁ ଭାଜପା ରାଜ୍ୟ ସଭାପତି କେ. ଆନ୍ନାମଲାଇ କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଭାଜପା ତାମିଲନାଡୁ ପୋଲିସକୁ ୪୮ଘଣ୍ଟା ସମୟ ଦେଇଛି। ଯଦି ୪୮ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅସଫଳ ହୁଏ ତେବେ ଦଳ ବିରୋଧ ପ୍ରଦର୍ଶନ କରିବ ବୋଲି ଭାଜପା ରାଜ୍ୟ ଉପସଭାପତି କାରୁ ନାଗରାଜନ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଏହା ହତ୍ୟା ମାମଲା ଏବଂ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି ବୋଲି ଚେନ୍ନାଇ ପୋଲିସ କମିଶନର ଶଙ୍କର ଜିଓ୍ବାଲ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଚେନ୍ନାଇ କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

ତାମିଲନାଡୁରେ ଆଖି ବୁଜିଦେଲେ ଓଡ଼ିଆ ଶ୍ରମିକ: ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବିଧବା ମା’ ଆଖିରୁ ଶୁଖୁନି ଲୁହ 

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ...

ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ...

‘ବିପଦମୁକ୍ତ ଭବିଷ୍ୟତ ଗଠନରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ’

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ପରିସରରେ ମଙ୍ଗଳବାର ପରିବେଶ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri