ନମିତାଙ୍କୁ ବାରଣ

ତାମିଲନାଡ଼ୁ ରାଜ୍ୟ ଭାଜପା ଶାଖାର କାର୍ଯ୍ୟକାରୀ ସଦସ୍ୟା ଏବଂ ସେହି ରାଜ୍ୟର ସୁପରିଚିତା ସିନେମା ଅଭିନେତ୍ରୀ ନମିତା ଭାଙ୍କଓ୍ବାଲା ଅଗଷ୍ଟ ୨୬ରେ ମଦୁରାଇସ୍ଥିତ ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ତାଙ୍କ ସହ ସ୍ବାମୀ ବୀରେନ୍ଦ୍ର ଚୌଦାରୀ ଥିଲେ। ମନ୍ଦିର ଦ୍ୱାର ପାଖରେ ପହଞ୍ଚତ୍ଲା ବେଳକୁ ନମିତା ଓ ତାଙ୍କ ସ୍ବାମୀ ଭିଆଇପି ଭାବେ ପ୍ରବେଶ କରିବାକୁ ଦାବିକଲେ। ଏହା ଶୁଣି ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଦେଲେ। କାରଣ ପଚାରିବାରୁ ସୁରକ୍ଷା କର୍ମୀ କହିଥିଲେ ଯେ, ସେହି ଦମ୍ପତି ହିନ୍ଦୁଧର୍ମର ବୋଲି ପ୍ରମାଣ ଦେବା ଦରକାର। ଏଠାରେ ମନେରଖିବାକୁ ହେବ ଯେ ସିନେମା ତାରକା ଭାବେ ନମିତା ଯଥେଷ୍ଟ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଦକ୍ଷିଣର ଯାହା ସମସ୍ତେ କରନ୍ତି ତାହା ମଧ୍ୟ ନମିତା କରିଛନ୍ତି। ଅର୍ଥାତ୍‌ ସିନେମାରେ ପ୍ରବେଶ କରି ନାମ ଅର୍ଜନ କରିବା ପରେ ରାଜନୀତିରେ ପାଦଦେଇଛନ୍ତି ସମ୍ପୃକ୍ତା ତାରକା। ସେଥିରୁ ବୁଝିବାକୁ ହେବ ଯେ ସ୍ବାଭାବିକ ଭାବେ, ତାଙ୍କ ମୁହଁକୁ ସୁରକ୍ଷା କର୍ମୀ ନିଶ୍ଚିତ ଭାବେ ଚିହ୍ନିଥିବେ। କିନ୍ତୁ ନିର୍ଦ୍ଦେଶକୁ ମାନି ନିଜର କର୍ତ୍ତବ୍ୟରେ ଅବହେଳା କରିବା ପରିବର୍ତ୍ତେ ସେହି ସୁରକ୍ଷା କର୍ମୀ ତାଙ୍କର ଧର୍ମ ସମ୍ପର୍କରେ ପ୍ରମାଣଦେବା ପାଇଁ କହିଲେ। ଏହି ଖବରଟି ଜାତୀୟ ସ୍ତରରେ ବ୍ୟାପିଯାଇଛି। ଯାହା ତଥ୍ୟ ମିଳିଛି ସେଥିରୁ ଜଣାପଡ଼ିଛି ଯେ, ମନ୍ଦିର ଭିତରେ ଭିଡ଼ଥିବା ହେତୁ ନମିତା ଓ ତାଙ୍କ ସ୍ବାମୀ ମାସ୍କ ପିନ୍ଧି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେଥିଯୋଗୁ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇବା ସହ ଧର୍ମର ପ୍ରମାଣ ମାଗିଥିଲେ। ମନ୍ଦିର ପରିଚାଳନା ପକ୍ଷରୁ ହିନ୍ଦୁ ଧର୍ମାବଲମ୍ବୀମାନେ କେଉଁ ପ୍ରକାର ନିଜ ସମ୍ପର୍କରେ ପ୍ରମାଣ ଦେଇପାରିବେ, ତାହା ବିଧିବଦ୍ଧ ଭାବେ ସ୍ପଷ୍ଟ କରାଯାଇଛି କି ନାହିଁ ଜଣାପଡ଼ୁନାହିଁ। ଏହା ସତ୍ୟ ଯେ, ମନ୍ଦିର ପରିଚାଳନା କମିଟିଗୁଡ଼ିକରେ ଯେତେବେଳେ ସଦସ୍ୟ ପରିବର୍ତ୍ତନ ଘଟେ; ସେତେବେଳେ ପରିଚାଳନା ସମ୍ପର୍କିତ ଆଇନଗୁଡ଼ିକ ମଧ୍ୟ ଅନେକାଂଶରେ ବଦଳି ଯାଇଥାଏ। ତେବେ ନମିତା ତାଙ୍କ ମଥାରେ କୁଙ୍କୁମ ଲଗାଇବା ପରେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୁଧର୍ମରେ ବେଶ ପୋଷାକର କୌଣସି କଟକଣା କିମ୍ବା ଶରୀରରେ କୌଣସି ଚିହ୍ନବର୍ଣ୍ଣ ଛାଡ଼ିବାର ବ୍ୟବସ୍ଥା ପୂର୍ବରୁ ନାହିଁ। ହୁଏତ ମହିଳାମାନେ ଚୁଡ଼ି, ସିନ୍ଦୂର, ଅଳତା ଏବଂ ସର୍ବୋପରେ ଶାଢ଼ି ପିନ୍ଧିଲେ ହିନ୍ଦୁ ଭାବେ ପରିଚିତ ହୋଇପାରନ୍ତି। ପୁରୁଷଙ୍କ ପାଇଁ କୌଣସି ଦେଖାଣିଆ ବ୍ୟବସ୍ଥା ନ ଥିବାରୁ ନିଜକୁ ହିନ୍ଦୁ ପ୍ରମାଣ କରିବା ଅନେକ ସମୟରେ କଷ୍ଟକର ହୋଇପାରେ। ଏହା ହେଲା ଗୋଟିଏ ପଟର ଆଲୋଚନା।
ଅନ୍ୟପଟେ ଭାରତୀୟ ମାନସିକତାରେ ଦେଖିଲେ ନମିତାଙ୍କ ମନ୍ଦିର ପ୍ରବେଶ ନେଇ ଉପୁଜିଥିବା ସମସ୍ୟା ଦେଶବ୍ୟାପୀ ସବୁ ଗଣମାଧ୍ୟମରେ ପ୍ରକାଶ ପାଇଲା, କାରଣ ଗୋଟିଏ କି ଦୁଇଟି ସୁରକ୍ଷାକର୍ମୀ ତାଙ୍କର ଦାୟିତ୍ୱକୁ ଅତି ନିଷ୍ଠାର ସହ ପୂରଣ କରିଥିଲେ। ସାଧାରଣ ଭାରତୀୟର ମାନସିକତାକୁ ଦେଖିଲେ ନମିତାଙ୍କ ଭଳି ଜଣେ ସୁପରିଚିତ ସିନେ ତାରକା ଏବଂ ବିଶେଷକରି ରାଜନେତା ପାଲଟିଥିବା ବ୍ୟକ୍ତିଙ୍କୁ ଗୋଟିଏ ଗରିବ ସୁରକ୍ଷାକର୍ମୀ କେଉଁ ଆସ୍ପର୍ଦ୍ଧାରେ ଅଟକାଇଥିଲା ତାହା ଅନେକଙ୍କୁ ବିରକ୍ତ କରିଛି। ହୁଏତ ସେହି ମୀନାକ୍ଷୀ ମନ୍ଦିରର ପରିଚାଳକ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବହିଷ୍କାର କରିଦେଇପାରନ୍ତି। ଏହାର ଏକମାତ୍ର କାରଣ ହେଲା, ଭାରତୀୟମାନଙ୍କ ମନରେ କୌଣସି ବ୍ୟକ୍ତି ତା’ର ଦାୟିତ୍ୱକୁ ଅତି ଭଲଭାବେ ତୁଲାଇଲେ ଅନ୍ୟମାନଙ୍କର ଦେହ ସହେ ନାହିଁ। ଅପରପକ୍ଷରେ ଅନ୍ୟ ଦେଶରେ ଏଭଳି କର୍ମଚାରୀଙ୍କୁ ସାଧୁବାଦ ଦେବା ସହିତ ଉପାଧି ମଧ୍ୟ ଦିଆଯାଇ ଥାଆନ୍ତା। ଆମେ ଏଭଳି ଏକ ଜାତି, ଯେଉଁଠାରେ ଆମ ଭୋଟ ପାଇ ଆମ ପ୍ରତିନିଧି ଯେତେବେଳେ ଉଚ୍ଚ ପଦବୀ ଅଳଙ୍କୃତ କରନ୍ତି; ସେତେବେଳେ ପ୍ରଥମେ ପୋଲିସ ଓ ଅନ୍ୟ ସୁରକ୍ଷାକର୍ମୀଙ୍କ ସାହାଯ୍ୟରେ ସାଧାରଣ ଲୋକଙ୍କୁ ଦୂରାଇ ରଖିବା ହୋଇପଡ଼େ ମୁଖ୍ୟ କର୍ତ୍ତବ୍ୟ। ସେହି ଶକ୍ତିଶାଳୀ ଲୋକମାନେ ରାସ୍ତାରେ ଯାତାୟାତ କରିବା ସମୟରେ ଅନ୍ୟ ସମସ୍ତଙ୍କ ଗାଡ଼ି ବନ୍ଦ କରିବାକୁ ପଡ଼ିଥାଏ।
ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚ୍ୟର ବିଷୟ ହେବା କଥା ଜଣେ ବ୍ୟକ୍ତି ହିନ୍ଦୁ ବୋଲି କେମିତି ପ୍ରମାଣ କରିବ। ଉଦାହରଣ ସ୍ବରୂପ ସାଧାରଣ ଖ୍ରୀଷ୍ଟିଆନ କିମ୍ବା ମୁସଲମାନଙ୍କୁ ପରୀକ୍ଷା କରିବାକୁ ହେଲେ ସେମାନେ ହୁଏତ ବାଇବେଲ କିମ୍ବା କୋରାନରୁ ଦୁଇ ଚାରିପଦ ଉଚ୍ଚାରଣ କରିପାରିବେ। ଏଠାରେ ମନେପଡ଼େ ଆଫ୍ରିକାର ବୁକୋହାରାମ ଉଗ୍ରପନ୍ଥୀ ଗୋଷ୍ଠୀ କିଛିବର୍ଷ ପୂର୍ବେ ଏକ ବଡ଼ ମଲ୍‌ରେ ପ୍ରବେଶ କରି ସେଠାରେ ଥିବା ଲୋକଙ୍କୁ ପଣବନ୍ଦୀ କରିଦେଲେ। ଏହା ପରେ ଜଣେ ଜଣକା ବଞ୍ଚତ୍ବା ପାଇଁ ସୁଯୋଗ ଦେଲେ, କିନ୍ତୁ ସେଥିରେ ଏକ ସର୍ତ୍ତ ରହିଲା, ଯିଏ କୋରାନର କୌଣସି ପଙ୍‌କ୍ତି କହିପାରିବ ସେହି ବ୍ୟକ୍ତି ବଞ୍ଚତ୍ବ। ଅନେକ ମୁସଲମାନ ବଞ୍ଚତ୍ଗଲେ। ଆହୁରି ଅନେକ ମୁସଲମାନ ଗୁଳିର ଶିକାର ହେଲେ; କାରଣ ସେମାନେ କୋରାନ ପଠନ କରି ନ ଥିଲେ କିମ୍ବା ତାଙ୍କର ମନେପଡ଼ିଲା ନାହିଁ। ଅନୁରୂପ ଭାବେ ଭାରତୀୟଙ୍କର ସେଭଳି ପରୀକ୍ଷା ନିଆଗଲେ ତନ୍ମଧ୍ୟରୁ ଅଧିକାଂଶ ହିନ୍ଦୁ ବେଦ,ରାମାୟଣ ଓ ମହାଭାରତର ପାଞ୍ଚ ଧାଡ଼ି କହିପାରିବେ ନାହିଁ। ଏଥିସହିତ ମନେରଖିବାକୁ ହେବ ଯେ, ରାମାୟଣ ବୋଇଲେ ଗୋଟିଏ କାବ୍ୟ ନୁହେଁ। କାମ୍ବୋଡିଆ ଏବଂ ଇଣ୍ଡୋନେସିଆଠାରୁ ଆରମ୍ଭ କରି ଭାରତ, ଆଫଗାନିସ୍ତାନ ପର୍ଯ୍ୟନ୍ତ ରାମାୟଣର ଅନେକ ଭିନ୍ନ ସଂସ୍କରଣ ରହିଛି। ବାଲ୍ମୀକିଙ୍କର ରାମାୟଣକୁ ମୂଳ ରାମାୟଣ ବୋଲି ଅନେକ ବିଦ୍ୱାନ୍‌ ମାନନ୍ତି ନାହିଁ। ତେଣୁ କେଉଁ ରାମାୟଣର ପଙ୍‌କ୍ତି ଜଣେ କହୁଛି, ତାହା ଅନ୍ୟ ଜଣେ ଜାଣିବା କଷ୍ଟକର। ସେହିଭଳି ଓଡ଼ିଶାର ଗ୍ରାମାଞ୍ଚଳରେ ପଢ଼ାଯାଉଥିବା ଭାଗବତ ଏବଂ ଉତ୍ତର ଭାରତରେ ପଠନ ହେଉଥିବା ବେଦର ଅନେକ ଅଙ୍ଗରେ ସାମଞ୍ଜସ୍ୟ ରହେନାହିଁ। ତେଣୁ ମୃତ୍ୟୁମୁଖରେ ପଡ଼ିଥିବା ହିନ୍ଦୁ କେଉଁ ସଂସ୍କରଣକୁ ଉଚ୍ଚାରଣ କଲେ ଅପରପକ୍ଷ ତାଙ୍କୁ ହିନ୍ଦୁ ବୋଲି ସ୍ବୀକାର କରିବେ ତାହା କହିବା କାହାରି ପାଇଁ ସହଜ ନୁହେଁ। ଆଜି ତଥାକଥିତ ବିଦ୍ୱାନ୍‌ମାନେ କୂପମଣ୍ଡୁକ ହୋଇ ନିଜର ଅଳ୍ପ ଜ୍ଞାନରେ ସନ୍ତୁଷ୍ଟ ରହିପାରନ୍ତି। ସେଥିପାଇଁ ହିନ୍ଦୁ ଭାବେ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟିତ ବ୍ୟକ୍ତି ଅନ୍ୟ ଜଣକ ଦ୍ୱାରା ଗୃହୀତ ହେବ ବୋଲି କୌଣସି ପ୍ରତିଶ୍ରୁତି ଦେଇହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri