Posted inଜାତୀୟ

୧୫୦ରୁ ଊର୍ଦ୍ଧ୍ୱ ଆସନ ଲକ୍ଷ୍ୟରେ ଭାଜପା

ଅହମଦାବାଦ,୯।୫: ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ହୋଇଛି। ରାଜ୍ୟ ଭାଜପା ସଭାପତି ସି.ଆର୍‌. ପାଟିଲ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଛି। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ୧୫୦ରୁ ଊର୍ଦ୍ଧ୍ୱ ଆସନ ହାତେଇବା ଲାଗି ଦଳ ଲକ୍ଷ୍ୟ ରଖିଛି।
ଦଳର ଜାତୀୟ ସ୍ତରର ବରିଷ୍ଠ ନେତାମାନେ ଗତ ୬ ମାସ ହେଲା ରାଜ୍ୟକୁ ବାରମ୍ବାର ଗସ୍ତରେ ଆସି ତୃଣମୂଳ ସ୍ତରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭାଜପା ସାଧାରଣ ସମ୍ପାଦକ ବି.ଏଲ୍‌. ସନ୍ତୋଷ ଦୁଇଦିନିଆ ଗୁଜରାଟ ଗସ୍ତରେ ଆସି ଆରଏସ୍‌ଏସ୍‌ ପ୍ରଚାରକ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଭାଜପା ସଭାପତି ଓ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟିଥିଲେ। ତାଙ୍କ ଆକଳନ ଆଧାରରେ କେନ୍ଦ୍ରୀୟ ନେତା ପ୍ରଚାର ରଣନୀତି ପ୍ରସ୍ତୁତ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏହା ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦୁଇଦିନିଆ ଗସ୍ତରେ ଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ସାଧାରଣ ସଭା ଓ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇସାରିଲେଣି। ୟୁପି ରାଜ୍ୟପାଳ ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ ପଟେଲ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜନସଭାକୁ ସମ୍ବୋଧିତ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ବାରମ୍ବାର ଉକ୍ତ ରାଜ୍ୟକୁ ଗସ୍ତରେ ଯାଉଛନ୍ତି। ସେହିପରି ଦଳର ଗୁଜରାଟ ପ୍ରଭାରୀ ଭୂପେନ୍ଦ୍ର ଯାଦବ ଗତ ମାସ ୨୧ରେ ତୃଣମୂଳ ସ୍ତରରେ ସ୍ଥିତି ସମୀକ୍ଷା କରିଥିଲେ।
ସେହିପରି ଗତ ୬ ମାସ ମଧ୍ୟରେ ଗୈରିକ ଦଳ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଗଲାଣି। ଦଳର ଯୁବ ଶାଖା ପକ୍ଷରୁ ‘ଯୁବ ଯାତ୍ରା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ମହିଳା ସେଲ୍‌ ପକ୍ଷରୁ ବିଭିନ୍ନ ସଭାର ଆୟୋଜନ କରାଯାଇଥିଲା। ଦଳର ମିଡିଆ ସେଲ୍‌ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଗଣମାଧ୍ୟମ ସଂସ୍ଥା ନିକଟରେ ପହଞ୍ଚତ୍ବାକୁ ଉଦ୍ୟମ ଚଳାଇଛି।
୧୯୯୫ରୁ ଭାଜପା ଗୁଜରାଟରେ କ୍ଷମତାରେ ରହିଛି। ତେବେ ୨୦୧୭ ନିର୍ବାଚନରେ ଦଳକୁ ପୂର୍ବାପେକ୍ଷା ୧୦ ଆସନ କମ୍‌ ମିଳିଥିଲା। ଏହି ନିର୍ବାଚନରେ ଭାଜପାକୁ ୯୯ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ କଂଗ୍ରେସର ଭୋଟ ଭାଗ ୪୧.୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏଥର ଦରଦାମ୍‌ ବୃଦ୍ଧି, ବେରୋଜଗାରୀ ଏବଂ ସରକାର ବିରୋଧୀ ହାଓ୍ବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୨୦୨୦ ଜୁଲାଇରେ ସି.ଆର୍‌. ପାଟିଲଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବା ସହ ୨୦୨୧ ସେପ୍ଟେମ୍ବରରେ ସରକାରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri