Posted inଜାତୀୟ

ଭାଜପାକୁ ୨୦୨୪ରେ ପରାଜୟର ଭୟ, ଏଥିଲାଗି ବାରମ୍ବାର ବିାହାର ଗସ୍ତରେ ଆସୁଛନ୍ତି ଶାହା: ତେଜସ୍ବୀ

ପୂର୍ଣ୍ଣିଆ,୨୫।୨: ବିହାର ରାଜନୀତି ଲାଗି ଶନିବାର ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାରରେ ଦୁଇଟି ସଭାକୁ ସମ୍ବୋଧିତ କରି ଜେଡିୟୁ-ଆର୍‌ଜେଡି ମହାଗଠବନ୍ଧନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିବେ। ଅପରପକ୍ଷେ ପୁର୍ଣ୍ଣିଆରେ ମହାଗଠବନ୍ଧନର ସମସ୍ତେ ନେତା ଏକଜୁଟ ହୋଇ ଭାଜପା ମୁକ୍ତ ଭାରତ କରିବାକୁ ଘୋଷଣା କରିବେ। ଏହା ମଧ୍ୟରେ ଶାହାଙ୍କ ବିହାର ଗସ୍ତକୁ ନେଇ କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ୨୦୨୪ ଲୋକ ସଭା ନିର୍ବାଚନରେ ବିହାରରୁ କମ୍‌ ଆସନ ପାଇବାକୁ ନେଇ ଭାଜପା ଭୟଭୀତ ହୋଇପଡ଼ିଛି, ଏଥିଲାଗି ଶାହା ବାରମ୍ବାର ବିହାର ଗସ୍ତ କରୁଛନ୍ତି ବୋଲି ତେଜସ୍ବୀ କହିଛନ୍ତି।

ଏକ ସାକ୍ଷାତକାରରେ ତେଜସ୍ବୀ କହିଛନ୍ତି, ଶନିବାର ଆମ ସାଧାରଣ ସଭାରେ ଲକ୍ଷ ଲକ୍ଷ ଲୋକ ଯୋଗଦେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆମର ମହାଗଠବନ୍ଧନ ଭାଜପାର ଚିନ୍ତା ବଢ଼ାଇ ଦେଇଛି। ସେମାନେ ରାଜ୍ୟରେ ଆସନ ହରାଇବେ ବୋଲି ଭୟ କରୁଛନ୍ତି। ଏଥିଲାଗି ଶାହା ବାରମ୍ବାର ବିହାର ଗସ୍ତ କରୁଛନ୍ତି। ହେଲେ ଏହି ଗସ୍ତରୁ ଭାଜପା କିଛି ପାଇବ ନାହିଁ।

ଏହାଛଡ଼ା ଭାଜପା ଦଙ୍ଗା କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତେଜସ୍ବୀ କହିଛନ୍ତି, ଦେଶରେ ଭାଜପାର କେବଳ ଗୋଟିଏ କାମ ରହିଛି, ସେଇଟି ହେଲା ସମାଜରେ ଘୃଣାଭାବକୁ ବଢ଼ାଇବା ଏବଂ ଦଙ୍ଗା ସୃଷ୍ଟି କରିବା। ହେଲେ ଆମେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେବୁ। ସରକାର କେଉଁ କାରଣକୁ ବିହାରକୁ ପ୍ରତାରଣା କରିଛନ୍ତି ତାହା ଶାହା କହିବା ଉଚିତ। ବିହାର ଲାଗି କୌଣସି ସ୍ବତନ୍ତ୍ର ପ୍ୟାକେଜ୍‌ ନାହିଁ କି? ତେବେ ରାଜ୍ୟବାସୀ ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଭାଜପାକୁ କେନ୍ଦ୍ରରୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ତେଜସ୍ବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri