Posted inଜାତୀୟ

ଭାଜପାକୁ ୨୦୨୪ରେ ପରାଜୟର ଭୟ, ଏଥିଲାଗି ବାରମ୍ବାର ବିାହାର ଗସ୍ତରେ ଆସୁଛନ୍ତି ଶାହା: ତେଜସ୍ବୀ

ପୂର୍ଣ୍ଣିଆ,୨୫।୨: ବିହାର ରାଜନୀତି ଲାଗି ଶନିବାର ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାରରେ ଦୁଇଟି ସଭାକୁ ସମ୍ବୋଧିତ କରି ଜେଡିୟୁ-ଆର୍‌ଜେଡି ମହାଗଠବନ୍ଧନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିବେ। ଅପରପକ୍ଷେ ପୁର୍ଣ୍ଣିଆରେ ମହାଗଠବନ୍ଧନର ସମସ୍ତେ ନେତା ଏକଜୁଟ ହୋଇ ଭାଜପା ମୁକ୍ତ ଭାରତ କରିବାକୁ ଘୋଷଣା କରିବେ। ଏହା ମଧ୍ୟରେ ଶାହାଙ୍କ ବିହାର ଗସ୍ତକୁ ନେଇ କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ୨୦୨୪ ଲୋକ ସଭା ନିର୍ବାଚନରେ ବିହାରରୁ କମ୍‌ ଆସନ ପାଇବାକୁ ନେଇ ଭାଜପା ଭୟଭୀତ ହୋଇପଡ଼ିଛି, ଏଥିଲାଗି ଶାହା ବାରମ୍ବାର ବିହାର ଗସ୍ତ କରୁଛନ୍ତି ବୋଲି ତେଜସ୍ବୀ କହିଛନ୍ତି।

ଏକ ସାକ୍ଷାତକାରରେ ତେଜସ୍ବୀ କହିଛନ୍ତି, ଶନିବାର ଆମ ସାଧାରଣ ସଭାରେ ଲକ୍ଷ ଲକ୍ଷ ଲୋକ ଯୋଗଦେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆମର ମହାଗଠବନ୍ଧନ ଭାଜପାର ଚିନ୍ତା ବଢ଼ାଇ ଦେଇଛି। ସେମାନେ ରାଜ୍ୟରେ ଆସନ ହରାଇବେ ବୋଲି ଭୟ କରୁଛନ୍ତି। ଏଥିଲାଗି ଶାହା ବାରମ୍ବାର ବିହାର ଗସ୍ତ କରୁଛନ୍ତି। ହେଲେ ଏହି ଗସ୍ତରୁ ଭାଜପା କିଛି ପାଇବ ନାହିଁ।

ଏହାଛଡ଼ା ଭାଜପା ଦଙ୍ଗା କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତେଜସ୍ବୀ କହିଛନ୍ତି, ଦେଶରେ ଭାଜପାର କେବଳ ଗୋଟିଏ କାମ ରହିଛି, ସେଇଟି ହେଲା ସମାଜରେ ଘୃଣାଭାବକୁ ବଢ଼ାଇବା ଏବଂ ଦଙ୍ଗା ସୃଷ୍ଟି କରିବା। ହେଲେ ଆମେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେବୁ। ସରକାର କେଉଁ କାରଣକୁ ବିହାରକୁ ପ୍ରତାରଣା କରିଛନ୍ତି ତାହା ଶାହା କହିବା ଉଚିତ। ବିହାର ଲାଗି କୌଣସି ସ୍ବତନ୍ତ୍ର ପ୍ୟାକେଜ୍‌ ନାହିଁ କି? ତେବେ ରାଜ୍ୟବାସୀ ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଭାଜପାକୁ କେନ୍ଦ୍ରରୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ତେଜସ୍ବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଇଁ ୩ କୋଭିଡ୍‌ ଟିକାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୭ା୪: ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ ପିଲାମାନଙ୍କ ଲାଗି ୩ଟି କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ଲାଗି ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ବାୟୋଲୋଜିକାଲ-ଇ ପ୍ରସ୍ତୁତ...

ପ୍ରିୟଙ୍କାଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୩ା୧୨(ପି.ଟି.): ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାରୁ ଏସ୍‌ପିଜି ହଟାଯିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋଧି ଇଷ୍ଟେଟ ବାସଭବନରେ ଗତ ସପ୍ତାହରେ ସୁରକ୍ଷାରେ...

ସିଲ୍‌ ହେଲା ନ୍ୟାଶନାଲ ହାଇଓ୍ବେ ଟୋଲ ପ୍ଲାଜା

ରାୟପୁର,୧୩।୩: ଛତିଶଗଡ଼ର ବସ୍ତର ଜିଲାର ଜାତୀୟ ରାଜପଥ-୩୦ର ବଡଇଗୁଡା ସ୍ଥିତ ଟୋଲ ପ୍ଲାଜା ନିକଟରେ ସୋମବାର କେତେକ ସ୍ଥୀନୀୟ ଲୋକ ତୀବ୍ର ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ...

‘ ଭାଜପା ପାଇଁ ଭୋଟ ନାହିଁ ’ ପୋଷ୍ଟର

କୋଲକାତା,୧୬।୩ : ଭାଜପା-ତୃଣମୂଳ କଂଗ୍ରେସ ମଧ୍ୟରେ ପଶ୍ଚିମବଙ୍ଗ ହାତେଇବା ପାଇଁ ଚାଲିଥିବା ଯୁଦ୍ଧ ଏବେ ପହଞ୍ଚିଛି କୋଲକାତାର ଆଇକ୍‌ନିକ କଫି ହାଉସରେ। କଲେଜ ଷ୍ଟ୍ରିଟ୍‌ରେ ଥିବା...

ବୃଦ୍ଧଙ୍କୁ ସ୍କୁଟରରେ ଘୋଷାଡ଼ିଲେ

ବେଙ୍ଗାଲୁରୁ, ୧୮।୧: ମଙ୍ଗଳବାର ବେଙ୍ଗାଲୁରୁର ଜନଗହଳି ସଡ଼କରେ ଜଣେ ବୃଦ୍ଧଙ୍କୁ ସ୍କୁଟର ଚାଳକ ଘୋଷାଡ଼ି ନେଇ ଗିରଫ ହୋଇଛନ୍ତି। ସ୍କୁଟର ଚଲାଉଥିବା ସାହିଲ ଏକ କାର୍‌...

କୃଷ୍ଣ ଜନ୍ମଭୂମିର ୧୦ ବର୍ଗ କିଲୋମିଟର ଅଞ୍ଚଳ ତୀର୍ଥସ୍ଥଳ ଘୋଷଣା

ଲକ୍ଷ୍ନୌ,୧୦ ।୯: ମଥୁରାକୁ ନେଇ ଯୋଗୀ ଆଦିତ୍ୟାନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନର ୧୦ ବର୍ଗ କିଲୋମିଟର...

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ: ଦୁଇ ସପ୍ତାହ ମଧ୍ୟରେ ବିଦ୍ୟାଳୟରେ ଏହା ଦ୍ୱିତୀୟ ଘଟଣା

ତିରୁଭାଲୁର,୨୫।୭: ତାମିଲନାଡୁର ତିରୁଭାଲୁର ଜିଲା ସାକ୍ରେଡ ହାର୍ଟ ବାଳିକା ବିଦ୍ୟାଳୟ ହଷ୍ଟେଲରୁ ସୋମବାର ପୋଲିସ ଜଣେ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି। ଛାତ୍ରୀ...

କୋର୍ଟ କମିଶନର ହଟିଲେ…

ବାରାଣସୀ, ୧୭।୫ : ଜ୍ଞାନବ୍ୟାପି ମାମଲାରେ ମୁସଲମାନ ପକ୍ଷଙ୍କ ଆବେଦନ ଅନୁସାରେ ବାରାଣସୀ କୋର୍ଟ କୋର୍ଟ କମିଶନର ଅଜୟ ମିଶ୍ରଙ୍କୁ ହଟାଇ ଦେଇଛନ୍ତି। ଅନ୍ୟ ଦୁଇ...

Advertisement
Archives

Model This Week