Posted inଜାତୀୟ

ନାଗାଲାଣ୍ଡ-ତ୍ରିପୁରାରେ ଭାଜପା, ମେଘାଳୟରେ ଝୁଲା

ନୂଆଦିଲ୍ଲୀ, ୨୮ା୨:ତିନି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହେବା ସହ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ରିପୋର୍ଟ ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ଏଥିରେ କରାଯାଇଥିବା ଅନୁମାନ ଅନୁଯାୟୀ ତ୍ରିପୁରାରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଥିବାବେଳେ ନାଗାଲାଣ୍ଡରେ ଏହାର ମେଣ୍ଟ ସରକାର କ୍ଷମତାକୁ ଆସିବ। ତେବେ ମେଘାଳୟ ବିଧାନସଭା ଦଖଲ ପାଇଁ ଲଢ଼େଇ ଜୋର୍‌ଦାର ହୋଇଛି। ଏଠାରେ ଝୁଲା ବିଧାନସଭା ହୋଇପାରେ ବୋଲି ଅନୁମାନ କରାଯାଇଛି। କନ୍‌ରାଡ ସାଙ୍ଗ୍‌ମାଙ୍କ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ଏକକ ସଂଖ୍ୟାଗରିଷ୍ଠ ଦଳ ହେବାକୁ ଥିବାବେଳେ ଭାଜପା ତୃତୀୟ ସ୍ଥାନରେ ରହିପାରେ ବୋଲି ଆକଳନ କରାଯାଇଛି।
ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆର ଏକ୍‌ଜିଟ୍‌ ପୋଲ୍‌ ସର୍ଭେ ଅନୁଯାୟୀ ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀଙ୍କୁ ୩୬ରୁ ୪୫ ଆସନ ମିଳିବାକୁ ଥିବାବେଳେ ବାମ ମେଣ୍ଟକୁ ୬ରୁ ୧୧ ଆସନ ମିଳିପାରେ। ସେହିପରି ଜାନ୍‌ କୀ ବାତ୍‌ ପକ୍ଷରୁ କରାଯାଇଥିବା ସର୍ଭେରେ ଭାଜପା ମେଣ୍ଟ ୨୯ରୁ ୪୦ ଆସନ ପାଇବାକୁ ଥିବାବେଳେ ବାମଦଳକୁ ୯ରୁ ୧୬ ଆସନରେ ସୀମିତ ରହିବାକୁ ପଡ଼ିବ। ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ଅନୁଯାୟୀ, ଭାଜପା ୨୧ରୁ ୨୭ ଆସନ ପାଇବାକୁ ଥିବାବେଳେ ବାମଦଳ ୧୮ରୁ ୨୪ ଆସନ ପାଇବ। ଜି ନ୍ୟୁଜ-ମାଟ୍ରିଜ୍‌ ସର୍ଭେ ଅନୁଯାୟୀ, ଭାଜପା ୨୯ରୁ ୩୬, ବାମଦଳ ୧୩ରୁ ୨୧ ଆସନ ପାଇବ। କଂଗ୍ରେସ ଗୋଟିଏ ହେଲେ ଆସନ ଜିତିବ ନାହିଁ ବୋଲି ସମସ୍ତ ସଂସ୍ଥା ଆକଳନ କରିଛନ୍ତି। ମୋଟାମୋଟି ଭାବେ ଏହି ବିଧାନସଭାରେ ଭାଜପା ୩୨ ଏବଂ ବାମଦଳ ମେଣ୍ଟକୁ ୧୫ ଆସନ ମିଳିବ ବୋଲି ପୋଲ୍‌ ଅଫ୍‌ ଏକ୍‌ଜିଟ୍‌ ପୋଲ୍‌ସରେ କୁହାଯାଇଛି।
୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାରେ ଭାଜପା-ଏନ୍‌ଡିପିପି (ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି) ମେଣ୍ଟକୁ ୩୮ରୁ ୪୮ ଆସନ ମିଳିବ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ କହିଥିବାବେଳେ ଏହି ମେଣ୍ଟକୁ ୩୫ରୁ ୪୫ ସିଟ୍‌ ମିଳିବ ବୋଲି ଜାନ୍‌ କୀ ବାତ୍‌ ଆକଳନ କରିଛି। ସେହିପରି ଟାଇମ୍ସ ନାଓ ୩୯ରୁ ୪୯ ଆସନ ଆକଳନ କରିଥିବାବେଳେ ୩୫ରୁ ୪୩ ଆସନ ମିଳିବ ବୋଲି ଜି ନ୍ୟୁଜ୍‌-ମାଟ୍ରିଜ୍‌ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଏନ୍‌ପିଏଫ୍‌ (ନାଗା ପିପୁଲ୍ସ ଫ୍ରଣ୍ଟ) ଏହି ରାଜ୍ୟରେ ୨ରୁ ୧୦ ଆସନ ମଧ୍ୟରେ ସୀମିତ ରହିବାକୁ ଥିବାବେଳେ କଂଗ୍ରେସକୁ ୧ରୁ ୩ ଆସନ ମିଳିପାରେ। ପୋଲ୍‌ ଅଫ୍‌ ଏକ୍‌ଜିଟ୍‌ ପୋଲ୍‌ସ ଅନୁଯାୟୀ, ଭାଜପା ମେଣ୍ଟକୁ ନାଗାଲାଣ୍ଡ ବିଧାନସଭାରେ ୪୨ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୧ ଏବଂ ଏନ୍‌ପିଏଫ୍‌କୁ ୬ ଆସନ ମିଳିବ।
ଅନ୍ୟପକ୍ଷରେ ମେଘାଳୟରେ କଡ଼ା ଟକ୍କର ହୋଇଥିବା ବୁଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସେଠାରେ ୬୦ ଆସନରୁ ୫୯ଟିରେ ଭୋଟଗ୍ରହଣ କରାଯାଇଥିଲା। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ରିପୋର୍ଟରେ ଭାଜପାକୁ ୪ରୁ ୮ ଆସନ ମିଳିବାକୁ ଥିବାବେଳ କଂଗ୍ରେସକୁ ୬ରୁ ୧୨ ଏବଂ ଏନ୍‌ପିପିକୁ ୧୮ରୁ ୨୪ ଆସନ ମିଳିବ ବୋଲି କୁହାଯାଇଛି। ଜାନ୍‌ କୀ ବାତ୍‌ରେ ଭାଜପା ୩-୭, କଂଗ୍ରେସ ୬ରୁ ୧୧ ଏବଂ ଏନ୍‌ପିପି ୧୧ରୁ ୧୬ ଆସନ ପାଇବ ବୋଲି ଆକଳନ କରାଯାଇଛି। ଟାଇମ୍ସ ନାଓ ପୂର୍ବାନୁମାନ ଅନୁଯାୟୀ ଭାଜପାକୁ ୩ରୁ ୬ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୨ରୁ ୫ ଏବଂ ଏନ୍‌ପିପିକୁ ୧୮ରୁ ୨୬ ଆସନ ମିଳିବ। ସେହିପରି ଜି ନ୍ୟୁଜ୍‌-ମାଟ୍ରିଜ୍‌ ଅନୁଯାୟୀ ଭାଜପାକୁ ୬ରୁ ୧୧, କଂଗ୍ରେସକୁ ୩ରୁ ୬ ଏବଂ ଏନ୍‌ପିପିକୁ ୨୧ରୁ ୨୬ ଆସନ ମିଳିବ ବୋଲି କୁହାଯାଇଛି। ପୋଲ୍‌ ଅଫ୍‌ ଏକ୍‌ଜିଟ୍‌ ପୋଲ୍‌ସ ଅନୁଯାୟୀ ଭାଜପା ଏବଂ କଂଗ୍ରେସ ୬ଟି ଲେଖାଏ ଆସନ ପାଇବାକୁ ଥିବାବେଳେ ଏନ୍‌ପିପିକୁ ୨୦ ଆସନ ମିଳିବ। ତେବେ ତ୍ରିପୁରାରେ ରାଜ ପରିବାରର ପ୍ରଦ୍ୟୋତ କିଶୋର ଦେବବର୍ମା ଗ୍ରେଟର ଟିପ୍ରାଲାଣ୍ଡ ଦାବି ନେଇ ଗଠନ କରିଥିବା ଟିପ୍ରା ମୋଥା ଦଳ ୧୨ଟି ଆସନ ପାଇପାରେ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ତ୍ରିପୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ସୋମବାର ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ଲାଗି ମତଦାନ ହୋଇଥିଲା। ମାର୍ଚ୍ଚ ୨ରେ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ପାଇଁ ପୁଣି ଏକ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ଭାଜପାର ଆଉ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ମହାରାଷ୍ଟ୍ରର ଗୋଟିଏ ଲୋକ ସଭା ଆସନ ପାଇଁ...

ମୋଦି-ଯୋଗୀଙ୍କୁ ଯିଏ ନିଜର ଭାବେ ନାହିଁ ସେ ନିଜ ପିତାଙ୍କୁ ମଧ୍ୟ ଆପଣାଇପାରିବ ନାହିଁ :ଭାଜପା ଏମ୍‌ପି ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ଲକ୍ଷ୍ନୌ,୧୮।୪: ପଶ୍ଚିମ ୟୁପିରେ କ୍ଷତ୍ରିୟ ସମାଜର ଅସନ୍ତୋଷ ଭାରତୀୟ ଜନତା ପାର୍ଟିର ସମସ୍ୟାକୁ ବଢାଇ ଦେଇଛି। ଏହି ସମୟରେ ୟୁପିର ଗୌତମ ବୁଦ୍ଧ ନଗର ଲୋକ...

ପିଲାଙ୍କୁ ଦେଉଛନ୍ତି କି ସେରେଲାକ? ସାମ୍ନାକୁ ଆସିଲା ଚାଞ୍ଜଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୧୮।୪: ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

‘ଆଚରଣ ବିଧି ଉଲଂଘନ କରନ୍ତୁ ନାହିଁ’, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ନିର୍ବାଚନ ଆୟୋଗ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୭।୪: ମତଦାନ ଦିନ କୁଚ ବିହାର ଗସ୍ତ ବାତିଲ କରିବାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ...

ନାମାଙ୍କନ ଦାଖଲ କରି ଓହରିଲେ ଗୁଲାମ ନବୀ ଆଜାଦ, ଲଢିବେ ନାହିଁ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ, ୧୭।୪: ଡେମକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP) ମୁଖ୍ୟ ଗୁଲାମ ନବୀ ଆଜାଦ ୨୦୨୪ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବ ପୂର୍ବତନ...

ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୭।୪: ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଏଥିପାଇଁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri