Posted inଜାତୀୟ

ଭାଜପାରେ ଦେଶର ସବୁଠୁ ଧନୀ, ଗରିବ ବିଧାୟକ

ନୂଆଦିଲ୍ଲୀ,୨୦ା୩: ଭାଜପାରେ ଅଛନ୍ତି ଦେଶର ସବୁଠୁ ଧନୀ ଏବଂ ଗରିବ ବିଧାୟକ। ମହାରାଷ୍ଟ୍ରର ଘଟକୋପର ପୂର୍ବ ଆସନରେ ଭାଜପା ଟିକେଟ୍‌ରେ ବିଜୟୀ ହୋଇଥିବା ପରାଗ ଶାହା ଦେଶର ସବୁଠୁ ଧନୀ। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୩,୩୮୩ କୋଟି ଟଙ୍କା। ସେହିପରି ପଶ୍ଚିମବଙ୍ଗର ଇନ୍ଦସ ବିଧାନସଭା ଆସନରୁ ବିଜୟୀ ହୋଇଥିବା ଭାଜପା ନେତା ନିର୍ମଳ କୁମାର ଧାରା ହେଉଛନ୍ତି ସମସ୍ତଙ୍କଠାରୁ ଗରିବ। ଅନୁସୂଚିତ ଜାତି (ଏସ୍‌ସି) ବର୍ଗର ନେତା ନିର୍ମଳଙ୍କ ନାମରେ ମାତ୍ର ୧୭୦୦ ଟଙ୍କାର ସମ୍ପତ୍ତି ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ରିପୋର୍ଟରେ ଦର୍ଶାଯାଇଛି। ଦେଶର ୪,୦୯୨ ବିଧାୟକଙ୍କ ସମ୍ପତ୍ତି ଏବଂ ଆପରାଧିକ ରେକର୍ଡ ବ୍ୟତୀତ ଅନେକ ଦିଗ ଉପରେ ଏଡିଆର୍‌ ଅଧ୍ୟୟନ କରିଛି। ଓଡ଼ିଶାର ସବୁଠୁ ଗରିବ ବିଧାୟକ ହେଉଛନ୍ତି ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୨୪ରେ ବିଜୟୀ ହୋଇଥିବା ଭାଜପା ନେତ୍ରୀ ସଞ୍ଜଳି ମୁର୍ମୁ। ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ସଞ୍ଜଳିଙ୍କ ନାମରେ ମୋଟ ୩୫ ହଜାର ୭୬ ଟଙ୍କାର ସମ୍ପତ୍ତି ରହିଛି।
ଦେଶର ପ୍ରାୟ ୪ ହଜାର ବିଧାୟକଙ୍କ ପାଖରେ ରହିଛି ପାଖାପାଖି ୭୩ ହଜାର କୋଟି ଟଙ୍କା, ଯାହାକି ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟର ମୋଟ ବଜେଟଠାରୁ ଅଧିକ। ଦଳ ଅନୁଯାୟୀ ବିଧାୟକମାନଙ୍କ ସମ୍ପତ୍ତିକୁ ଦେଖିଲେ, ଭାଜପାର ୧,୬୫୩ ବିଧାୟକଙ୍କ ପାଖରେ ୨୬ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ କଂଗ୍ରେସର ୬୪୬ ବିଧାୟକଙ୍କ ମୋଟ ସମ୍ପତ୍ତି ହେଉଛି ପ୍ରାୟ ୧୭ ହଜାର କୋଟି ଟଙ୍କା। ଏହି ଦୁଇ ଜାତୀୟ ଦଳ ପରେ ଟିଡିପିର ୧୩୪ ବିଧାୟକଙ୍କ ପାଖରେ ପ୍ରାୟ ୯ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।
୧୦ ଧନୀ ବିଧାୟକଙ୍କ ମଧ୍ୟରେ ପରାଗ ଶାହା (୩,୩୮୩ କୋଟି ଟଙ୍କା) ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି କର୍ନାଟକର କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର (୧୪୧୩ କୋଟି ଟଙ୍କା), କର୍ନାଟକର ସ୍ବାଧୀନ ବିଧାୟକ କେ. ଏଚ୍‌. ପୁଟ୍ଟସ୍ବାମୀ ଗୌଡ଼ା (୧୨୬୭ କୋଟି), କର୍ନାଟକର କଂଗ୍ରେସ ବିଧାୟକ ପ୍ରିୟକ୍ରିଷ୍ଣା (୧୧୫୬ କୋଟି), ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ (୯୩୧ କୋଟି), ଆନ୍ଧ୍ରପ୍ରଦେଶ ଟିଡିପି ନେତା ପୋଙ୍ଗୁରୁ ନାରାୟଣ (୮୨୪ କୋଟି), ଆନ୍ଧ୍ରପ୍ରଦେଶ ଓ୍ବାଇଏସ୍‌ଆର୍‌ସିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀ (୭୫୭ କୋଟି), ଆନ୍ଧ୍ରପ୍ରଦେଶ ଟିଡିପି ବିଧାୟିକା ଭି. ପ୍ରଶାନ୍ତି ରେଡ୍ଡୀ (୭୧୬ କୋଟି), ଗୁଜରାଟର ଭାଜପା ବିଧାୟକ ଜୟନ୍ତୀଭାଇ ସୋମାଭାଇ ପଟେଲ (୬୬୧ କୋଟି) ଏବଂ କର୍ନାଟକର କଂଗ୍ରେସ ବିଧାୟକ ସୁରେଶ ବି.ଏସ୍‌. (୬୪୮ କୋଟି ଟଙ୍କା)।
ସେହିପରି ଦେଶର ୧୦ ଗରିବ ବିଧାୟକଙ୍କ ତାଲିକାରେ ନିର୍ମଳ କୁମାର ଧାରା (୧,୭୦୦ ଟଙ୍କା) ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ପଞ୍ଜାବର ଆପ୍‌ ବିଧାୟକ ନରିନ୍ଦର ପାଲ୍‌ ସିଂ ସାଓ୍ବନା (୧୮,୩୭୦ ଟଙ୍କା), ପଞ୍ଜାବର ଆପ୍‌ ବିଧାୟକ ନରିନ୍ଦର କୌର ଭାରାଜ (୨୪,୪୦୯ ଟଙ୍କା), ଜମ୍ମୁ ଓ କଶ୍ମୀରର ଆପ୍‌ ବିଧାୟକ ମେହରାଜ ମଲିକ (୨୯,୦୭୦ ଟଙ୍କା), ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ପୁଣ୍ଡରୀକାକ୍ଷ ଶାହା (୩୦,୪୨୩ ଟଙ୍କା), ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ବିଧାୟକ ଅନିଲ କୁମାର ଅନିଲ ପ୍ରଧାନ (୩୦,୪୯୬ ଟଙ୍କା), ଓଡ଼ିଶାର ଭାଜପା ବିଧାୟିକା ସଞ୍ଜଳି ମୁର୍ମୁ (୩୫,୦୭୬ ଟଙ୍କା), ପଶ୍ଚିମବଙ୍ଗର ଭାଜପା ବିଧାୟିକା ଚନ୍ଦନା ବାଉରୀ (୬୨,୨୯୬ ଟଙ୍କା), ତ୍ରିପୁରାର ଟିପ୍ରା ମୋଥା ପାର୍ଟି ବିଧାୟିକା ନନ୍ଦିତା ଦେବବର୍ମା (୬୩,୦୦୦ ଟଙ୍କା) ଏବଂ ବିହାରର ଆର୍‌ଜେଡି ବିଧାୟକ ରାମବିକାଶ ସାଡ଼ା (୭୦,୦୦୦ ଟଙ୍କା)।
ଦେଶର ଦକ୍ଷିଣାଞ୍ଚଳରେ ସବୁଠୁ ବେଶି ଧନୀ ବିଧାୟକ ରହିଛନ୍ତି। ସବୁଠୁ ବେଶୀ କର୍ନାଟକରେ ୩୧ ଜଣ, ଆନ୍ଧ୍ରପ୍ରଦେଶରେ ୨୭ଜଣ ବିଲେନିୟର ବିଧାୟକ ରହିଛନ୍ତି। ସେହିପରି ଏହି ତାଲିକାରେ ମହାରାଷ୍ଟ୍ରର ୧୮ଜଣ, ତେଲଙ୍ଗାନାରେ ୭ ଏବଂ ଗୁଜରାଟ ୬ଜଣ ବିଧାୟକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri