Posted inଜାତୀୟ

ଭାଜପାରେ ଦେଶର ସବୁଠୁ ଧନୀ, ଗରିବ ବିଧାୟକ

ନୂଆଦିଲ୍ଲୀ,୨୦ା୩: ଭାଜପାରେ ଅଛନ୍ତି ଦେଶର ସବୁଠୁ ଧନୀ ଏବଂ ଗରିବ ବିଧାୟକ। ମହାରାଷ୍ଟ୍ରର ଘଟକୋପର ପୂର୍ବ ଆସନରେ ଭାଜପା ଟିକେଟ୍‌ରେ ବିଜୟୀ ହୋଇଥିବା ପରାଗ ଶାହା ଦେଶର ସବୁଠୁ ଧନୀ। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୩,୩୮୩ କୋଟି ଟଙ୍କା। ସେହିପରି ପଶ୍ଚିମବଙ୍ଗର ଇନ୍ଦସ ବିଧାନସଭା ଆସନରୁ ବିଜୟୀ ହୋଇଥିବା ଭାଜପା ନେତା ନିର୍ମଳ କୁମାର ଧାରା ହେଉଛନ୍ତି ସମସ୍ତଙ୍କଠାରୁ ଗରିବ। ଅନୁସୂଚିତ ଜାତି (ଏସ୍‌ସି) ବର୍ଗର ନେତା ନିର୍ମଳଙ୍କ ନାମରେ ମାତ୍ର ୧୭୦୦ ଟଙ୍କାର ସମ୍ପତ୍ତି ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ରିପୋର୍ଟରେ ଦର୍ଶାଯାଇଛି। ଦେଶର ୪,୦୯୨ ବିଧାୟକଙ୍କ ସମ୍ପତ୍ତି ଏବଂ ଆପରାଧିକ ରେକର୍ଡ ବ୍ୟତୀତ ଅନେକ ଦିଗ ଉପରେ ଏଡିଆର୍‌ ଅଧ୍ୟୟନ କରିଛି। ଓଡ଼ିଶାର ସବୁଠୁ ଗରିବ ବିଧାୟକ ହେଉଛନ୍ତି ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୨୪ରେ ବିଜୟୀ ହୋଇଥିବା ଭାଜପା ନେତ୍ରୀ ସଞ୍ଜଳି ମୁର୍ମୁ। ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ସଞ୍ଜଳିଙ୍କ ନାମରେ ମୋଟ ୩୫ ହଜାର ୭୬ ଟଙ୍କାର ସମ୍ପତ୍ତି ରହିଛି।
ଦେଶର ପ୍ରାୟ ୪ ହଜାର ବିଧାୟକଙ୍କ ପାଖରେ ରହିଛି ପାଖାପାଖି ୭୩ ହଜାର କୋଟି ଟଙ୍କା, ଯାହାକି ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟର ମୋଟ ବଜେଟଠାରୁ ଅଧିକ। ଦଳ ଅନୁଯାୟୀ ବିଧାୟକମାନଙ୍କ ସମ୍ପତ୍ତିକୁ ଦେଖିଲେ, ଭାଜପାର ୧,୬୫୩ ବିଧାୟକଙ୍କ ପାଖରେ ୨୬ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ କଂଗ୍ରେସର ୬୪୬ ବିଧାୟକଙ୍କ ମୋଟ ସମ୍ପତ୍ତି ହେଉଛି ପ୍ରାୟ ୧୭ ହଜାର କୋଟି ଟଙ୍କା। ଏହି ଦୁଇ ଜାତୀୟ ଦଳ ପରେ ଟିଡିପିର ୧୩୪ ବିଧାୟକଙ୍କ ପାଖରେ ପ୍ରାୟ ୯ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।
୧୦ ଧନୀ ବିଧାୟକଙ୍କ ମଧ୍ୟରେ ପରାଗ ଶାହା (୩,୩୮୩ କୋଟି ଟଙ୍କା) ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି କର୍ନାଟକର କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର (୧୪୧୩ କୋଟି ଟଙ୍କା), କର୍ନାଟକର ସ୍ବାଧୀନ ବିଧାୟକ କେ. ଏଚ୍‌. ପୁଟ୍ଟସ୍ବାମୀ ଗୌଡ଼ା (୧୨୬୭ କୋଟି), କର୍ନାଟକର କଂଗ୍ରେସ ବିଧାୟକ ପ୍ରିୟକ୍ରିଷ୍ଣା (୧୧୫୬ କୋଟି), ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ (୯୩୧ କୋଟି), ଆନ୍ଧ୍ରପ୍ରଦେଶ ଟିଡିପି ନେତା ପୋଙ୍ଗୁରୁ ନାରାୟଣ (୮୨୪ କୋଟି), ଆନ୍ଧ୍ରପ୍ରଦେଶ ଓ୍ବାଇଏସ୍‌ଆର୍‌ସିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀ (୭୫୭ କୋଟି), ଆନ୍ଧ୍ରପ୍ରଦେଶ ଟିଡିପି ବିଧାୟିକା ଭି. ପ୍ରଶାନ୍ତି ରେଡ୍ଡୀ (୭୧୬ କୋଟି), ଗୁଜରାଟର ଭାଜପା ବିଧାୟକ ଜୟନ୍ତୀଭାଇ ସୋମାଭାଇ ପଟେଲ (୬୬୧ କୋଟି) ଏବଂ କର୍ନାଟକର କଂଗ୍ରେସ ବିଧାୟକ ସୁରେଶ ବି.ଏସ୍‌. (୬୪୮ କୋଟି ଟଙ୍କା)।
ସେହିପରି ଦେଶର ୧୦ ଗରିବ ବିଧାୟକଙ୍କ ତାଲିକାରେ ନିର୍ମଳ କୁମାର ଧାରା (୧,୭୦୦ ଟଙ୍କା) ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ପଞ୍ଜାବର ଆପ୍‌ ବିଧାୟକ ନରିନ୍ଦର ପାଲ୍‌ ସିଂ ସାଓ୍ବନା (୧୮,୩୭୦ ଟଙ୍କା), ପଞ୍ଜାବର ଆପ୍‌ ବିଧାୟକ ନରିନ୍ଦର କୌର ଭାରାଜ (୨୪,୪୦୯ ଟଙ୍କା), ଜମ୍ମୁ ଓ କଶ୍ମୀରର ଆପ୍‌ ବିଧାୟକ ମେହରାଜ ମଲିକ (୨୯,୦୭୦ ଟଙ୍କା), ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ପୁଣ୍ଡରୀକାକ୍ଷ ଶାହା (୩୦,୪୨୩ ଟଙ୍କା), ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ବିଧାୟକ ଅନିଲ କୁମାର ଅନିଲ ପ୍ରଧାନ (୩୦,୪୯୬ ଟଙ୍କା), ଓଡ଼ିଶାର ଭାଜପା ବିଧାୟିକା ସଞ୍ଜଳି ମୁର୍ମୁ (୩୫,୦୭୬ ଟଙ୍କା), ପଶ୍ଚିମବଙ୍ଗର ଭାଜପା ବିଧାୟିକା ଚନ୍ଦନା ବାଉରୀ (୬୨,୨୯୬ ଟଙ୍କା), ତ୍ରିପୁରାର ଟିପ୍ରା ମୋଥା ପାର୍ଟି ବିଧାୟିକା ନନ୍ଦିତା ଦେବବର୍ମା (୬୩,୦୦୦ ଟଙ୍କା) ଏବଂ ବିହାରର ଆର୍‌ଜେଡି ବିଧାୟକ ରାମବିକାଶ ସାଡ଼ା (୭୦,୦୦୦ ଟଙ୍କା)।
ଦେଶର ଦକ୍ଷିଣାଞ୍ଚଳରେ ସବୁଠୁ ବେଶି ଧନୀ ବିଧାୟକ ରହିଛନ୍ତି। ସବୁଠୁ ବେଶୀ କର୍ନାଟକରେ ୩୧ ଜଣ, ଆନ୍ଧ୍ରପ୍ରଦେଶରେ ୨୭ଜଣ ବିଲେନିୟର ବିଧାୟକ ରହିଛନ୍ତି। ସେହିପରି ଏହି ତାଲିକାରେ ମହାରାଷ୍ଟ୍ରର ୧୮ଜଣ, ତେଲଙ୍ଗାନାରେ ୭ ଏବଂ ଗୁଜରାଟ ୬ଜଣ ବିଧାୟକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?