Posted inଜାତୀୟ

ଭାଜପାକୁ ମିଳିଛି ୨୭୬.୪୫ କୋଟି ଚାନ୍ଦା

ନୂଆଦିଲ୍ଲୀ, ୨୪।୬(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାଜପାକୁ ଇଲେକ୍ଟୋରାଲ ଟ୍ରଷ୍ଟରୁ ସର୍ବାଧିକ ୨୭୬.୪୫ କୋଟି ଟଙ୍କା ଚାନ୍ଦା ମିଳିଛି। ସବୁ ରାଜନୈତିକ ଦଳଙ୍କୁ ମିଳିଥିବା ମୋଟ ଚାନ୍ଦାର ଏହା ୭୬.୧୭% ବୋଲି ବୁଧବାର ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ଚାନ୍ଦା ସଂଗ୍ରହରେ ଭାଜପା ପଛକୁ ରହିଛି କଂଗ୍ରେସ। ଏହି ଦଳକୁ ୫୮ କୋଟି ଟଙ୍କା ଇଲେକ୍ଟୋରାଲ ଟ୍ରଷ୍ଟରୁ ମିଳିଛି, ଯାହାକି ମୋଟ ଚାନ୍ଦାର ୧୫.୯୮ ପ୍ରତିଶତ। ରାଜନୈତିକ ଦଳଗୁଡ଼ିକୁ ୭ଟି ଟ୍ରଷ୍ଟ ଜରିଆରେ ଚାନ୍ଦା ଦେବାରେ ଶୀର୍ଷରେ ରହିଛନ୍ତି ଜେଏସ୍‌ଡବ୍ଲ୍ୟୁ, ଆପୋଲୋ ଟାୟାର୍ସ, ଇଣ୍ଡିଆବୁଲ୍‌, ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଏବଂ ଡିଏଲ୍‌ଏଫ୍‌ ଗ୍ରୁପ୍‌ । ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିଃ ସର୍ବାଧିକ ୩୯.୧୦ କୋଟି ଟଙ୍କା ଚାନ୍ଦା ଦେଇଥିବାବେଳେ ଆପୋଲୋ ଟାୟାର୍ସ ୩୦ କୋଟି, ଇଣ୍ଡିଆବୁଲ୍ସ ଇନ୍‌ଫ୍ରାଇଷ୍ଟେଟ୍‌ ଲିଃ ୨୫ କୋଟି ଟଙ୍କା ବିଭିନ୍ନ ଟ୍ରଷ୍ଟକୁ ଦେଇଛି। ସେହିପରି ୨୦୧୯-୨୦ରେ ୧୮ ଜଣ ବ୍ୟକ୍ତି ଇଲେକ୍ଟୋରାଲ ଟ୍ରଷ୍ଟ୍‌କୁ ଚାନ୍ଦା ଦେଇଛନ୍ତି। ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ୍‌କୁ ୧୦ ଜଣ ମୋଟ ୨.୮୭ କୋଟି ଟଙ୍କା ଦେଇଥିବାବେଳେ ସ୍ମଲ୍‌ ଡୋନେଶନ୍ସ ଇଲେକ୍ଟୋରାଲ ଟ୍ରଷ୍ଟକୁ ୪ ଜଣ ୫.୫୦ ଲକ୍ଷ, ସ୍ବଦେଶୀ ଇଲେକ୍ଟୋରାଲ ଟ୍ରଷ୍ଟକୁ ୪ ଜଣ ୧ ଲକ୍ଷ ଟଙ୍କା ଚାନ୍ଦା ପୈଠ କରିଥିବା ଜଣାପଡ଼ିଛି।
ଏହା ବ୍ୟତୀତ ଅନ୍ୟ ୧୨ଟି ଦଳ ଏଏପି, ଏସ୍‌ଏଚ୍‌ଏସ୍‌, ଏସ୍‌ପି, ଯୁବ ଜନଜାଗୃତି ପାର୍ଟି, ଜନନାୟକ ପାର୍ଟି, ଜେଡିୟୁ, ଜେଏମ୍‌ଏମ୍‌, ଏଲ୍‌ଜେପି, ଏସ୍‌ଏଡି, ଆଇଏନ୍‌ଏଲ୍‌ଡି, ଜେକେଏନ୍‌ସି ଏବଂ ଆର୍‌ଏଲ୍‌ଡି ମିଳିତ ଭାବେ ୨୫.୪୬୫୨ କୋଟି ଟଙ୍କା ପାଇଥିବା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। ଇଲେକ୍ଟୋରାଲ ଟ୍ରଷ୍ଟର ଚାନ୍ଦା ରିପୋର୍ଟ ଦାଖଲ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିଲା। ୨୦୧୩ ଜାନୁୟାରୀ ପରେ ଗଠିତ ଏହି ୭ ଟ୍ରଷ୍ଟ ହେଲେ ସତ୍ୟ ଇଲେକ୍ଟୋରାଲ ଟ୍ରଷ୍ଟ, ପ୍ରତିନିଧି ଇଲେକ୍ଟୋରାଲ ଟ୍ରଷ୍ଟ, ପିପୁଲ୍ସ ଇଲେକ୍ଟୋରାଲ ଟ୍ରଷ୍ଟ, ପ୍ରୋଗ୍ରେସିଭ୍‌ ଇଲେକ୍ଟୋରାଲ ଟ୍ରଷ୍ଟ, ଜନହିତ ଇଲେକ୍ଟୋରାଲ ଟ୍ରଷ୍ଟ, ବଜାଜ ଇଲେକ୍ଟୋରାଲ ଟ୍ରଷ୍ଟ ଏବଂ ଜନପ୍ରଗତି ଇଲେକ୍ଟୋରାଲ ଟ୍ରଷ୍ଟ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିଡିଟିବି) ନିକଟରେ ପଞ୍ଜୀକୃତ ହୋଇଥିବା ୨୧ ଇଲେକ୍ଟୋରାଲ ଟ୍ରଷ୍ଟ ମଧ୍ୟରୁ ୧୪ଟି ନିର୍ବାଚନ କମିଶନଙ୍କ ନିକଟରେ ୨୦୧୯-୨୦ ବର୍ଷର ଚାନ୍ଦା ତଥ୍ୟ ଦାଖଲ କରିଥିବାବେଳେ କେବଳ ୭ଟିକୁ ଚାନ୍ଦା ମିଳିଥିବା ସେମାନେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri