Posted inଜାତୀୟ

ଭାଜପାକୁ ମିଳିଛି ୨୭୬.୪୫ କୋଟି ଚାନ୍ଦା

ନୂଆଦିଲ୍ଲୀ, ୨୪।୬(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାଜପାକୁ ଇଲେକ୍ଟୋରାଲ ଟ୍ରଷ୍ଟରୁ ସର୍ବାଧିକ ୨୭୬.୪୫ କୋଟି ଟଙ୍କା ଚାନ୍ଦା ମିଳିଛି। ସବୁ ରାଜନୈତିକ ଦଳଙ୍କୁ ମିଳିଥିବା ମୋଟ ଚାନ୍ଦାର ଏହା ୭୬.୧୭% ବୋଲି ବୁଧବାର ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ଚାନ୍ଦା ସଂଗ୍ରହରେ ଭାଜପା ପଛକୁ ରହିଛି କଂଗ୍ରେସ। ଏହି ଦଳକୁ ୫୮ କୋଟି ଟଙ୍କା ଇଲେକ୍ଟୋରାଲ ଟ୍ରଷ୍ଟରୁ ମିଳିଛି, ଯାହାକି ମୋଟ ଚାନ୍ଦାର ୧୫.୯୮ ପ୍ରତିଶତ। ରାଜନୈତିକ ଦଳଗୁଡ଼ିକୁ ୭ଟି ଟ୍ରଷ୍ଟ ଜରିଆରେ ଚାନ୍ଦା ଦେବାରେ ଶୀର୍ଷରେ ରହିଛନ୍ତି ଜେଏସ୍‌ଡବ୍ଲ୍ୟୁ, ଆପୋଲୋ ଟାୟାର୍ସ, ଇଣ୍ଡିଆବୁଲ୍‌, ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଏବଂ ଡିଏଲ୍‌ଏଫ୍‌ ଗ୍ରୁପ୍‌ । ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିଃ ସର୍ବାଧିକ ୩୯.୧୦ କୋଟି ଟଙ୍କା ଚାନ୍ଦା ଦେଇଥିବାବେଳେ ଆପୋଲୋ ଟାୟାର୍ସ ୩୦ କୋଟି, ଇଣ୍ଡିଆବୁଲ୍ସ ଇନ୍‌ଫ୍ରାଇଷ୍ଟେଟ୍‌ ଲିଃ ୨୫ କୋଟି ଟଙ୍କା ବିଭିନ୍ନ ଟ୍ରଷ୍ଟକୁ ଦେଇଛି। ସେହିପରି ୨୦୧୯-୨୦ରେ ୧୮ ଜଣ ବ୍ୟକ୍ତି ଇଲେକ୍ଟୋରାଲ ଟ୍ରଷ୍ଟ୍‌କୁ ଚାନ୍ଦା ଦେଇଛନ୍ତି। ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ୍‌କୁ ୧୦ ଜଣ ମୋଟ ୨.୮୭ କୋଟି ଟଙ୍କା ଦେଇଥିବାବେଳେ ସ୍ମଲ୍‌ ଡୋନେଶନ୍ସ ଇଲେକ୍ଟୋରାଲ ଟ୍ରଷ୍ଟକୁ ୪ ଜଣ ୫.୫୦ ଲକ୍ଷ, ସ୍ବଦେଶୀ ଇଲେକ୍ଟୋରାଲ ଟ୍ରଷ୍ଟକୁ ୪ ଜଣ ୧ ଲକ୍ଷ ଟଙ୍କା ଚାନ୍ଦା ପୈଠ କରିଥିବା ଜଣାପଡ଼ିଛି।
ଏହା ବ୍ୟତୀତ ଅନ୍ୟ ୧୨ଟି ଦଳ ଏଏପି, ଏସ୍‌ଏଚ୍‌ଏସ୍‌, ଏସ୍‌ପି, ଯୁବ ଜନଜାଗୃତି ପାର୍ଟି, ଜନନାୟକ ପାର୍ଟି, ଜେଡିୟୁ, ଜେଏମ୍‌ଏମ୍‌, ଏଲ୍‌ଜେପି, ଏସ୍‌ଏଡି, ଆଇଏନ୍‌ଏଲ୍‌ଡି, ଜେକେଏନ୍‌ସି ଏବଂ ଆର୍‌ଏଲ୍‌ଡି ମିଳିତ ଭାବେ ୨୫.୪୬୫୨ କୋଟି ଟଙ୍କା ପାଇଥିବା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। ଇଲେକ୍ଟୋରାଲ ଟ୍ରଷ୍ଟର ଚାନ୍ଦା ରିପୋର୍ଟ ଦାଖଲ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିଲା। ୨୦୧୩ ଜାନୁୟାରୀ ପରେ ଗଠିତ ଏହି ୭ ଟ୍ରଷ୍ଟ ହେଲେ ସତ୍ୟ ଇଲେକ୍ଟୋରାଲ ଟ୍ରଷ୍ଟ, ପ୍ରତିନିଧି ଇଲେକ୍ଟୋରାଲ ଟ୍ରଷ୍ଟ, ପିପୁଲ୍ସ ଇଲେକ୍ଟୋରାଲ ଟ୍ରଷ୍ଟ, ପ୍ରୋଗ୍ରେସିଭ୍‌ ଇଲେକ୍ଟୋରାଲ ଟ୍ରଷ୍ଟ, ଜନହିତ ଇଲେକ୍ଟୋରାଲ ଟ୍ରଷ୍ଟ, ବଜାଜ ଇଲେକ୍ଟୋରାଲ ଟ୍ରଷ୍ଟ ଏବଂ ଜନପ୍ରଗତି ଇଲେକ୍ଟୋରାଲ ଟ୍ରଷ୍ଟ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିଡିଟିବି) ନିକଟରେ ପଞ୍ଜୀକୃତ ହୋଇଥିବା ୨୧ ଇଲେକ୍ଟୋରାଲ ଟ୍ରଷ୍ଟ ମଧ୍ୟରୁ ୧୪ଟି ନିର୍ବାଚନ କମିଶନଙ୍କ ନିକଟରେ ୨୦୧୯-୨୦ ବର୍ଷର ଚାନ୍ଦା ତଥ୍ୟ ଦାଖଲ କରିଥିବାବେଳେ କେବଳ ୭ଟିକୁ ଚାନ୍ଦା ମିଳିଥିବା ସେମାନେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri