Posted inଜାତୀୟ

ଭାଜପାକୁ ମିଳିଛି ୬୧୪ କୋଟି ଚାନ୍ଦା

ନୂଆଦିଲ୍ଲୀ,୧୫ା୨: ଗତ ଆର୍ଥତ୍କ ବର୍ଷରେ ଭାଜପାକୁ ୬୧୪.୬ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ କଂଗ୍ରେସ ପାଇଛି ୯୫.୪ କୋଟି। ନିର୍ବାଚନ ଉପରେ ନଜର ରଖୁଥିବା ଆସୋସିଏଶନ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦,୦୦୦ ଟଙ୍କାରୁ ଅଧିକ ଚାନ୍ଦାକୁ ରାଜନୈତିକ ଦଳଗୁଡ଼ିକ ଘୋଷଣା କରିଥାନ୍ତି। ଗତ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକ ମୋଟ ୭,୧୪୧ଟି ଚାନ୍ଦାରୁ ୭୮୦.୭୭ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି। ସେଥିରୁ ଭାଜପା ୪,୯୫୭ଟି ଚାନ୍ଦାରୁ ୬୧୪.୬୨୬ କୋଟି ପାଇଥିବାବେଳେ କଂଗ୍ରେସ ୧,୨୫୫ଟି ଚାନ୍ଦାରୁ ୯୫.୪୫ କୋଟି ଟଙ୍କା ପାଇଥିବା ଘୋଷଣା କରିଛି। ଭାଜପା ପାଇଥିବା ଚାନ୍ଦା କଂଗ୍ରେସ, ଏନ୍‌ସିପି, ସିପିଆଇ, ସିପିଆଇ-ଏମ୍‌, ନ୍ୟାଶନାଲ ପିପୁଲ୍‌ସ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ପାଇଥିବା ମୋଟ ଚାନ୍ଦାର ୩ ଗୁଣରୁ ଅଧିକ। କ୍ରମାଗତ ୧୬ ବର୍ଷ ହେଲା ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୨୦,୦୦୦ରୁ ଅଧିକ ଟଙ୍କାର କୌଣସି ଚାନ୍ଦା ପାଇ ନ ଥିବା ଘୋଷଣା କରିଛି।
ଜାତୀୟ ଦଳଗୁଡ଼ିକୁ ୨୦୨୦-୨୧ ବର୍ଷ ତୁଳନାରେ ୨୦୨୧-୨୨ରେ ୧୮୭.୦୨୬ କୋଟି ଟଙ୍କା ଅଧିକ ଚାନ୍ଦା ମିଳିଛି। ଏହା ପୂର୍ବବର୍ଷ ତୁଳନାରେ ୩୧.୫୦ ପ୍ରତିଶତ ଅଧିକ। ୨୦୨୦-୨୧ରେ ଭାଜପା ପାଇଥିବା ମୋଟ ଚାନ୍ଦା ପରିମାଣ ୪୭୭.୫୪୫ କୋଟି ଥିବାବେଳେ ଏହା ୨୮.୭୧ ପ୍ରତିଶତ ବୃଦ୍ଧି ପାଇ ଗତବର୍ଷ ୬୧୪.୬୨୬
କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି କଂଗ୍ରେସ ୨୦୨୦-୨୧ରେ ୭୪.୫୨୪ କୋଟି ଟଙ୍କା ପାଇଥିବାବେଳେ ଗତବର୍ଷ ୨୮ ପ୍ରତିଶତ ବୃଦ୍ଧି ପାଇ ୯୫.୪୫୯ କୋଟି ଟଙ୍କା ହୋଇଛି। ଅନ୍ୟପକ୍ଷରେ ସିପିଆଇଏମ୍‌ ଏବଂ ଏନ୍‌ପିଇପି ଚାନ୍ଦା ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି। ସିପିଆଇଏମ୍‌ ଚାନ୍ଦା ୨୨.୦୬ ପ୍ରତିଶତ ହ୍ରାସ
ପାଇ ୨.୮୪୬ କୋଟି ହୋଇଥିବାବେଳେ ଏନ୍‌ପିଇପି ଚାନ୍ଦା ୪୦.୫୦ ପ୍ରତିଶତ ହ୍ରାସ ପାଇ ୨୪.୧୦ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। କର୍ପୋରେଟର/ବ୍ୟବସାୟ ସେକ୍ଟରରୁ ମୋଟ ୨,୫୫୧ଟି ଚାନ୍ଦାରୁ ୬୨୫.୮୮୩ କୋଟି ଟଙ୍କା ଚାନ୍ଦା ମିଳିଛି; ଯାହାକି ମୋଟ ଚାନ୍ଦାର ୮୦.୧୬ ପ୍ରତିଶତ। ଏହା ବ୍ୟତୀତ ୪,୫୦୬ ବ୍ୟକ୍ତିଗତ ଚାନ୍ଦାରୁ ୧୫୩.୩୨୮ କୋଟି ଟଙ୍କା ମିଳିଛି। ଏହା ମୋଟ ଚାନ୍ଦାର ୧୯.୬୩୭୯ ପ୍ରତିଶତ। କର୍ପୋରେଟ ଚାନ୍ଦାରୁ ୫୪୮.୮୦୮ କୋଟି ଭାଜପାକୁ ଯାଇଥିବାବେଳେ ବ୍ୟକ୍ତିଗତ ଚାନ୍ଦା ୬୫.୭୭୪ କୋଟି ଏହି ଦଳକୁ ମିଳିଛି। ସେହିପରି କଂଗ୍ରେସ କର୍ପୋରେଟ/ବ୍ୟବସାୟ ସେକ୍ଟରରୁ ଚାନ୍ଦା ବାବଦରେ ୫୪.୫୬୭ କୋଟି ଏବଂ ବ୍ୟକ୍ତିଗତ ଚାନ୍ଦାରୁ ୪୦.୮୯୨ କୋଟି ଟଙ୍କା ପାଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ ଅନ୍ୟ ଜାତୀୟ ଦଳଗୁଡ଼ିକ ପାଇଥିବା ମୋଟ କର୍ପୋରେଟ ଚାନ୍ଦା ତୁଳନାରେ ଭାଜପା ଏକାକୀ ୭ ଗୁଣରୁ ଅଧିକ ପାଇଛି। ଭାଜପାକୁ ୫୪୮.୮୦୮ କୋଟି କର୍ପୋରେଟ ଚାନ୍ଦା ମିଳିଥିବାବେଳେ ଅନ୍ୟ ଦଳଗୁଡ଼ିକର ମୋଟ ୭୭.୦୭୫ କୋଟି ଟଙ୍କା କର୍ପୋରେଟ ଚାନ୍ଦା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri