Posted inଜାତୀୟ

୪ ବିଧାୟକଙ୍କୁ ଭାଜପା ଦେଇଛି ୨୦ କୋଟି ଟଙ୍କା ଲେଖାଏଁ ଅଫର, ଏଏପି ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ, ୨୪।୮ : ଦିଲ୍ଲୀର ମଦ ନୀତିକୁ ନେଇ ରାଜନୈତିକସ୍ତରରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ବୁଧବାର ଆମ ଆଦମୀ ପାର୍ଟି(ଏଏପି) ଏକ ଗଣମାଧ୍ୟମ ସମ୍ମିଳନୀ କରିଛି। ଏଏପିର ଏମ୍‌ପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ଏହି ହୀନ ଉଦ୍ଦେଶ୍ୟର ପର୍ଦ୍ଦାଫାଶ୍‌ ହୋଇଛି।

ଭାଜପା ଏଏପି ବିଧାୟକଙ୍କୁ ନିଜ ପଟକୁ ନେବାକୁ ୨୦ କୋଟି ଟଙ୍କାର ଅଫର ଦେଇଛି। ମାତ୍ର ସେମାନେ ଅରବିନ୍ଦ କେଜରିୱାଲଙ୍କ ସୈନିକ, ସେମାନେ ଭାଜପା ସାମ୍ନାରେ ଏଭଳି ବିକ୍ରି ହେବେ ନାହିଁ। ସଞ୍ଜୟ ସିଂ ଦାବି କରିଛନ୍ତି ଯେ ଭାଜପା ଏଏପିର ଚାରିଜଣ ବିଧାୟକ ସଞ୍ଜିବ ଝା ଏବଂ ସୋମନାଥ ଭାରତୀ, ଅଜୟ ଦତ୍ତ ଏବଂ କୁଲଦୀପ କୁମାରଙ୍କୁ ନିଜ ଆଡ଼କୁ ନେବାକୁ ଚେଷ୍ଟା କରିଛି ଏବଂ ସେମାନଙ୍କୁ ୨୦ କୋଟି ଟଙ୍କା ଲେଖାଏଁ ଅଫର ଦେଇଛି। କିନ୍ତୁ ଦିଲ୍ଲୀରେ ଏହାର ଉଦ୍ଦେଶ୍ୟରେ ଭାଜପା ସଫଳ ହେବ ନାହିଁ। ଫଳରେ ପୁଣିଥରେ ଭାଜପାର ଅପରେଶନ ଲୋଟସ ଫେଲ୍‌ ହୋଇଛି।

 

ଏହାପୂର୍ବରୁ ମଙ୍ଗଳବାର ଆମ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ କହିଥିଲେ ଯେ ଦ୍ୱିତୀୟ ଥର ପାଇଁ ବିଜେପିର ଅପରେଶନ ଲୋଟସ ବିଫଳ ହୋଇଛି। ୨୦୧୪ ପରେ ଏବେ ୨୦୨୨ରେ ଭାଜପାର ଅପରେଶନ ଲୋଟସ କାମ କରିନାହିଁ। ୨୦୧୪ରେ, ବିଜେପି ଏଏପି ବିଧାୟକଙ୍କୁ ୫ କୋଟି ଟଙ୍କା ଲେଖାଏଁ ଅଫର ଦେଇଥିଲା। ବର୍ତ୍ତମାନ ଦଳରେ ଯୋଗଦେବା ପାଇଁ ଭାଜପା ମନୀଷ ସିସୋଡିଆଙ୍କୁ ଅଫର ଦେଇଛି।

ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ଅପରେଶନ ଲୋଟସ ଭାଜପା ମୁଖ୍ୟାଳୟରୁ ଆରମ୍ଭ ହୋଇଥାଏ। ଯେଉଁ ରାଜ୍ୟରେ ଭାଜପା ପରାଜିତ ହୁଏ ସେଠାରେ ଅନ୍ୟ ଦଳର ବିଧାୟକ କିଣି ସରକାର ଗଠନ କରେ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri