Posted inରାଜ୍ୟ

୬ ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା

ଭୁବନେଶ୍ୱର, ୨୫।୩(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ରବିବାର ଓଡ଼ିଶାର ୧୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରାର୍ଥୀ ଘୋଷଣାରେ ଏବେ ବିଜେଡି ଏବଂ କଂଗ୍ରେସ ପଛରେ ପଡ଼ିଯାଇଛନ୍ତି। ହେଲେ ୬ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଦଳ ପ୍ରାର୍ଥୀ ବଦଳାଇଛି। ଏଥିରୁ ୪ଟି ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ଲୋକ ସଭା ଟିକେଟ ଦେଇନାହିଁ। ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଭାଜପା ମୟୂରଭଞ୍ଜରୁ ଟିକେଟ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ରାଜ୍ୟର ୩ ପ୍ରମୁଖ ଲୋକ ସଭା ଆସନ କଟକ, ଯାଜପୁର ଏବଂ କନ୍ଧମାଳରେ ଭାଜପା କାହାକୁ ପ୍ରାର୍ଥୀ କରିବ ସେନେଇ ଘୋଷଣା ନ କରିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏହି ୩ ଆସନରେ ଭାଜପା ଅନ୍ୟ ଦଳରୁ ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦେଇପାରେ ବୋଲି କୁହାଯାଉଛି।

ଭାଜପା ଯେଉଁ ୧୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି, ସେଥିରେ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ଏମ୍‌ପି ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ,  ବସନ୍ତ ପଣ୍ଡା ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ଏଥର ପ୍ରାର୍ଥୀ କରିନାହିଁ। ସୁରେଶଙ୍କ ସ୍ଥାନରେ ଦଳ ବରଗଡ଼ରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବାବେଳେ ସମ୍ବଲପୁରରେ ନିତେଶ ଗଙ୍ଗଦେବଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୟୂରଭଞ୍ଜରେ ନବ ଚରଣ ମାଝୀ, କଳାହାଣ୍ଡିରେ ମାଳବିକା କେଶରୀ ଦେଓଙ୍କୁ ନୂଆକରି ଦଳ ଟିକେଟ ଦେଇଛି। ସେହିପରି କୋରାପୁଟ ଲୋକ ସଭା ଆସନରେ ଗତଥର ଜୟରାମ ପାଙ୍ଗୀଙ୍କୁ ଦଳ ଟିକେଟ ଦେଇଥିବାବେଳେ ଭାଜପା ସେଠାରେ ୩ ନମ୍ବର ସ୍ଥାନରେ ରହିଥିଲା। ଏଥର ଦଳ ସେହି ଆସନରେ କାଲେରାମ ମାଝିଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବ୍ରହ୍ମପୁର ଆସନ ନିମନ୍ତେ ଗତଥର ଦଳ ଭୃଗୁ ବକ୍ସିପାତ୍ରଙ୍କୁ ଟିକେଟ ଦେଇଥିବା ବେଳେ ଏଥର ଏଠାରେ ବିଜେଡିରୁ ବହିଷ୍କୃତ ହୋଇ ଭାଜପାରେ ଯୋଗଦେଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ  ଟିକେଟ ଦେଇଛି।

ଗତଥର ବିଜୟୀ ହୋଇଥିବା ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତେଶ ଗଙ୍ଗଦେବ ଏବଂ ବିଶ୍ୱେଶ୍ୱରଙ୍କୁ ଦଳ କେଉଁଠାରେ ଥଇଥାନ କରିବ ନା ସେମାନେ ବିଧାନସଭା ନିର୍ବାଚନ ଲଢ଼ିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ବସନ୍ତ ଏବଂ ବିଶ୍ୱେଶ୍ୱର ବିଧାନସଭା ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ସେହିପରି ଧର୍ମେନ୍ଦ୍ର ଏଥର ସମ୍ବଲପୁରରୁ ଲୋକ ସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଥିବାବେଳେ ନିତେଶ ଏଥର ବାଦ୍‌ ପଡ଼ିପାରନ୍ତି ବୋଲି ମଧ୍ୟ ପ୍ରାୟ ସମସ୍ତଙ୍କୁ ଊଣା ଅଧିକେ ଜଣାଥିଲା। ୨୦୧୪ରୁ ୨୦୧୯ ନିତେଶ ଦେବଗଡ଼ରୁ ବିଧାୟକ ଥିଲେ। ତେଣୁ ତାଙ୍କୁ ଦଳ ପୁଣିଥରେ ସେହି ଆସନରୁ ବିଧାନସଭାକୁ ପଠାଇପାରେ। ହେଲେ ନିତେଶଙ୍କ ସ୍ତ୍ରୀ କିଛିଦିନ ହେବ ବିଜେଡି ସହ ସମ୍ପର୍କରେ ଥିବାରୁ ତାଙ୍କ ପରିବାର ଶାସକ ଦଳରେ ମଧ୍ୟ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ସେହିପରି କଟକ ଲୋକ ସଭା ଆସନରୁ ବିଜେଡି ଟିକେଟରେ ୬ଥର ବିଜୟୀ ହୋଇଥିବା ଭର୍ତ୍ତୃହରି ମହତାବ ୨ ଦିନ ତଳେ ଦଳ ଛାଡ଼ିଛନ୍ତି। ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri