Posted inରାଜ୍ୟ

୬ ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା

ଭୁବନେଶ୍ୱର, ୨୫।୩(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ରବିବାର ଓଡ଼ିଶାର ୧୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରାର୍ଥୀ ଘୋଷଣାରେ ଏବେ ବିଜେଡି ଏବଂ କଂଗ୍ରେସ ପଛରେ ପଡ଼ିଯାଇଛନ୍ତି। ହେଲେ ୬ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଦଳ ପ୍ରାର୍ଥୀ ବଦଳାଇଛି। ଏଥିରୁ ୪ଟି ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ଲୋକ ସଭା ଟିକେଟ ଦେଇନାହିଁ। ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଭାଜପା ମୟୂରଭଞ୍ଜରୁ ଟିକେଟ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ରାଜ୍ୟର ୩ ପ୍ରମୁଖ ଲୋକ ସଭା ଆସନ କଟକ, ଯାଜପୁର ଏବଂ କନ୍ଧମାଳରେ ଭାଜପା କାହାକୁ ପ୍ରାର୍ଥୀ କରିବ ସେନେଇ ଘୋଷଣା ନ କରିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏହି ୩ ଆସନରେ ଭାଜପା ଅନ୍ୟ ଦଳରୁ ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦେଇପାରେ ବୋଲି କୁହାଯାଉଛି।

ଭାଜପା ଯେଉଁ ୧୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି, ସେଥିରେ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ଏମ୍‌ପି ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ,  ବସନ୍ତ ପଣ୍ଡା ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ଏଥର ପ୍ରାର୍ଥୀ କରିନାହିଁ। ସୁରେଶଙ୍କ ସ୍ଥାନରେ ଦଳ ବରଗଡ଼ରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବାବେଳେ ସମ୍ବଲପୁରରେ ନିତେଶ ଗଙ୍ଗଦେବଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୟୂରଭଞ୍ଜରେ ନବ ଚରଣ ମାଝୀ, କଳାହାଣ୍ଡିରେ ମାଳବିକା କେଶରୀ ଦେଓଙ୍କୁ ନୂଆକରି ଦଳ ଟିକେଟ ଦେଇଛି। ସେହିପରି କୋରାପୁଟ ଲୋକ ସଭା ଆସନରେ ଗତଥର ଜୟରାମ ପାଙ୍ଗୀଙ୍କୁ ଦଳ ଟିକେଟ ଦେଇଥିବାବେଳେ ଭାଜପା ସେଠାରେ ୩ ନମ୍ବର ସ୍ଥାନରେ ରହିଥିଲା। ଏଥର ଦଳ ସେହି ଆସନରେ କାଲେରାମ ମାଝିଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବ୍ରହ୍ମପୁର ଆସନ ନିମନ୍ତେ ଗତଥର ଦଳ ଭୃଗୁ ବକ୍ସିପାତ୍ରଙ୍କୁ ଟିକେଟ ଦେଇଥିବା ବେଳେ ଏଥର ଏଠାରେ ବିଜେଡିରୁ ବହିଷ୍କୃତ ହୋଇ ଭାଜପାରେ ଯୋଗଦେଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ  ଟିକେଟ ଦେଇଛି।

ଗତଥର ବିଜୟୀ ହୋଇଥିବା ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତେଶ ଗଙ୍ଗଦେବ ଏବଂ ବିଶ୍ୱେଶ୍ୱରଙ୍କୁ ଦଳ କେଉଁଠାରେ ଥଇଥାନ କରିବ ନା ସେମାନେ ବିଧାନସଭା ନିର୍ବାଚନ ଲଢ଼ିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ବସନ୍ତ ଏବଂ ବିଶ୍ୱେଶ୍ୱର ବିଧାନସଭା ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ସେହିପରି ଧର୍ମେନ୍ଦ୍ର ଏଥର ସମ୍ବଲପୁରରୁ ଲୋକ ସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଥିବାବେଳେ ନିତେଶ ଏଥର ବାଦ୍‌ ପଡ଼ିପାରନ୍ତି ବୋଲି ମଧ୍ୟ ପ୍ରାୟ ସମସ୍ତଙ୍କୁ ଊଣା ଅଧିକେ ଜଣାଥିଲା। ୨୦୧୪ରୁ ୨୦୧୯ ନିତେଶ ଦେବଗଡ଼ରୁ ବିଧାୟକ ଥିଲେ। ତେଣୁ ତାଙ୍କୁ ଦଳ ପୁଣିଥରେ ସେହି ଆସନରୁ ବିଧାନସଭାକୁ ପଠାଇପାରେ। ହେଲେ ନିତେଶଙ୍କ ସ୍ତ୍ରୀ କିଛିଦିନ ହେବ ବିଜେଡି ସହ ସମ୍ପର୍କରେ ଥିବାରୁ ତାଙ୍କ ପରିବାର ଶାସକ ଦଳରେ ମଧ୍ୟ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ସେହିପରି କଟକ ଲୋକ ସଭା ଆସନରୁ ବିଜେଡି ଟିକେଟରେ ୬ଥର ବିଜୟୀ ହୋଇଥିବା ଭର୍ତ୍ତୃହରି ମହତାବ ୨ ଦିନ ତଳେ ଦଳ ଛାଡ଼ିଛନ୍ତି। ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri