ଆଗତ ହେଲା ମୋହନ ସରକାରର ପ୍ରଥମ ବଜେଟ୍: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ?

ଭୁବନେଶ୍ୱର,୨୫।୭: ରାଜ୍ୟରେ ପ୍ରଥମ ଥର ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି। ଯାହା ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ଅଟେ।

ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ଭାଜପା ସରକାର ଓଡ଼ିଆ ଅସ୍ମିତାର ବିକାଶ କରିବା ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟୟ ବରାଦ କରିଛନ୍ତି। ଓଡ଼ିଆ ଅସ୍ମିତା ପାଇଁ ମୋହନ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି।

ତେବେ ଭାଜପା ସରକାର ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ପୁରୀ ଶ୍ରୀମନ୍ଦିର ଲାଗି ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ସରକାର ଘୋଷଣା କରିଥିଲେ। ଯାହାଦ୍ୱାରା ଶ୍ରୀମନ୍ଦିରର ବିଭିନ୍ନ କାର୍ଯ୍ୟ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ। ପୂର୍ବ ଘୋଷଣା ମୁତାବକ ସରକାର ବଜେଟରେ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ବଜେଟରେ କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ସରକାର ହାତ ଖୋଲା କରିଛନ୍ତି। ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଟଙ୍କା ଥିଲା ବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟିକକୁ ବୃଦ୍ଧି ପାଇଛି। ଏଥିସହିତ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରି ସରକାର ଧାନ କୁଇଣ୍ଟାଲ ୩୧ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ ୮ଶହ ଟଙ୍କା ଅଧିକ ପାଇବେ ଚାଷୀ।

ଏହା ବ୍ୟତୀତ ସରକାର ଚାଷୀ ମାନଙ୍କ ପାଇଁ ନୂତନ ମୁଖ୍ୟମନ୍ତ୍ରୀ ଚାଷୀ ଯୋଜନା ଆଣିଛନ୍ତି। ଯେଉଁଥି ପାଇଁ ସରକାର ୧୯୩୫ କୋଟି ବ୍ୟୟବରାଦ କରିଛନ୍ତି। ସେହିପରି କୃଷି କ୍ଷେତ୍ରକୁ ବଳ ଦେବା ପାଇଁ ବଜେଟରେ ଚାଷୀଙ୍କ ପାଇଁ ସରକାର ‘ସମୃଦ୍ଧ କୃଷକ ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ କରାଯାଇଥିଲା ବେଳେ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରାଯାଇଛି।

ସେହିପରି ସରକାର ତାଙ୍କର ଅନ୍ୟ ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଲାଗି ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ କରିଛନ୍ତି। ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନା ଘୋଷଣା କରିଥିଲା।

ପୂର୍ବ ସରକାର ଅମଳରେ ଚାଲିଥିବା ଅନେକ ଯୋଜନାକୁ ସରକାର ଚାଲୁ ରଖିବାକୁ ସଂକେତ ଦେଇଥିବା ବେଳେ ଭୁବନେଶ୍ୱର ମେଟ୍ରୋ ରେଳ ପାଇଁ ସରକାର ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ନୂତନ ସହର ବିକଶିତ କରିବା ପାଇଁ ସରକାର ୯୧୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ବିଭିନ୍ନ ଯୋଜନା ତଥା ଶିଳ୍ପ ପାଇଁ ଆଗୁଆ ଜମି ଅଧିଗ୍ରହଣ କରିବା ପାଇଁ ସରକାର ଲ୍ୟାଣ୍ଡବ୍ୟାଙ୍କ ଯୋଜନାରେ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

ରାଜ୍ୟରେ ପ୍ରଥମ ଭାଜପା ସରକାର ଶିଳ୍ପ ବିଭାଗ ପାଇଁ ବଜେଟରେ ୮୦୮ କୋଟି ଟଙ୍କା ବ୍ୟୟବରାଦ କରିଛି। ୨୦୨୭ ସୁଦ୍ଧା ରାଉରକେଲା, ସମ୍ବଲପୁର, ପାରାଦୀପ, ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡର ବିକାଶ ପାଇଁ ସରକାର ୨୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ରାଜ୍ୟରେ ସିନେମାକୁ ଶକ୍ତି ଦେବା ଲକ୍ଷ୍ୟରେ ସରକାର କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ସେହିପରି ରାଜ୍ୟରେ ଚାଲିଥିବା ଏବଂ ନୂତନ ରେଳ ପ୍ରକଳ୍ପ ବିକଶିତ କରିବା ପାଇଁ ସରକାର ୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ରାଜ୍ୟରେ ସଡ଼କ ପଥ ଗମନାଗମନ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିଲା ବେଳେ, ସରକାର ଏଥିପାଇଁ ୬୧୮୦ କୋଟି ଟଙ୍କା ବ୍ୟୟବରଦ କରାଯାଇଛି।

ପୂର୍ବ ସରକାର ଅମଳରେ ରାଜ୍ୟରେ ଖେଳର ଅନେକ ବିକାଶ କରାଯିବ ସହିତ ଅନେକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ବେଳେ ନୂତନ ସରକାର ଏହି ଧାରାକୁ ଆଗେଇ ନେବା ଲାଗି ୯୫୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଓଡ଼ିଶା ଏକ ସମୁଦ୍ର କୁଳିଆ ରାଜ୍ୟ ହୋଇଥିବାରୁ ଏବଂ ବର୍ଷରେ ବନ୍ୟା ସାଙ୍ଗକୁ ବାତ୍ୟାର ଭୟ ଥିବାରୁ ସରକାର କୋୖଅଂଶୀ ପ୍ରକାର ବିପର୍ଯ୍ୟୟ ପରିଚାଳନା କରିବା ପାଇଁ ୩,୯୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେବା ଲାଗି ସରକାର ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ସେନାଗ୍ର ଶିକ୍ଷା ଯୋଜନାରେ ୩୭୯୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିଭଳି ପିଏମ ପୋଷଣ ଯୋଜନା ପାଇଁ ୯୯୭ କୋଟି ଟଙ୍କା ବରାଦ କରାଯାଇଛି।

ଗ୍ରାମାଞ୍ଚଳର ବିକାଶ କରିବା ଲକ୍ଷ୍ୟରେ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ୧୦୦୦ କୋଟି ଟଙ୍କା, ବସୁଧା ଯୋଜନା ପାଇଁ ୨୦୦୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୬୦୯୦ କୋଟି, ଜଳ ଜୀବନ ମିଶନ ପାଇଁ ୬୦୦୦ କୋଟି ଟଙ୍କାର ବଜେଟ ବରାଦ କରାଯାଇଛି।

ରାଜ୍ୟରେ ବିଭିନ୍ନ ନଦୀରେ ସେତୁ ନିର୍ମାଣ ପାଇଁ ୧୯୯୦ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପାଇଁ ୧୯୭୬ କୋଟି, ଗ୍ରମଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୨୩୧୯ କୋଟି ଏବଂ ସଡକ ସୁରକ୍ଷା ପାଇଁ ୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଓଡ଼ିଶାର ପ୍ରମୁଖ ମାର୍ଗରେ ବାସ ରହଣି ସ୍ଥାନ(ବସଷ୍ଟାଣ୍ଡ) ନିର୍ମାଣ କରିବା ପାଇଁ ୮୩୯ କୋଟି, ଗ୍ରାମାଞ୍ଚଳ ପରିବହନ ପାଇଁ ୧୯୮୫ କୋଟି, ଗ୍ରାମାଞ୍ଚଳ ପରିବହନ କ୍ଷେତ୍ରରେ ସରକାର ୧୦୮୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି।

ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବା ପାଇଁ ଭରପୁର ସୁଯୋଗ ଥିବା ବେଳେ ସରକାର ପର୍ୟ୍ୟଟନ ପାଇଁ ୮୦୦ କୋଟି, ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ୪୪୫ କୋଟି, ପର୍ୟ୍ୟଟନର ପ୍ରଚାର ପ୍ରସାର ପାଇଁ ୨୭୯ କୋଟି ଏବଂ ବରିଷ୍ଠ ନାଗରିକ ତୀର୍ଥ ଯୋଜନା ପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri