ଆଗତ ହେଲା ମୋହନ ସରକାରର ପ୍ରଥମ ବଜେଟ୍: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ?

ଭୁବନେଶ୍ୱର,୨୫।୭: ରାଜ୍ୟରେ ପ୍ରଥମ ଥର ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି। ଯାହା ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ଅଟେ।

ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ଭାଜପା ସରକାର ଓଡ଼ିଆ ଅସ୍ମିତାର ବିକାଶ କରିବା ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟୟ ବରାଦ କରିଛନ୍ତି। ଓଡ଼ିଆ ଅସ୍ମିତା ପାଇଁ ମୋହନ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି।

ତେବେ ଭାଜପା ସରକାର ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ପୁରୀ ଶ୍ରୀମନ୍ଦିର ଲାଗି ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ସରକାର ଘୋଷଣା କରିଥିଲେ। ଯାହାଦ୍ୱାରା ଶ୍ରୀମନ୍ଦିରର ବିଭିନ୍ନ କାର୍ଯ୍ୟ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ। ପୂର୍ବ ଘୋଷଣା ମୁତାବକ ସରକାର ବଜେଟରେ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ବଜେଟରେ କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ସରକାର ହାତ ଖୋଲା କରିଛନ୍ତି। ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଟଙ୍କା ଥିଲା ବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟିକକୁ ବୃଦ୍ଧି ପାଇଛି। ଏଥିସହିତ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରି ସରକାର ଧାନ କୁଇଣ୍ଟାଲ ୩୧ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ ୮ଶହ ଟଙ୍କା ଅଧିକ ପାଇବେ ଚାଷୀ।

ଏହା ବ୍ୟତୀତ ସରକାର ଚାଷୀ ମାନଙ୍କ ପାଇଁ ନୂତନ ମୁଖ୍ୟମନ୍ତ୍ରୀ ଚାଷୀ ଯୋଜନା ଆଣିଛନ୍ତି। ଯେଉଁଥି ପାଇଁ ସରକାର ୧୯୩୫ କୋଟି ବ୍ୟୟବରାଦ କରିଛନ୍ତି। ସେହିପରି କୃଷି କ୍ଷେତ୍ରକୁ ବଳ ଦେବା ପାଇଁ ବଜେଟରେ ଚାଷୀଙ୍କ ପାଇଁ ସରକାର ‘ସମୃଦ୍ଧ କୃଷକ ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ କରାଯାଇଥିଲା ବେଳେ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରାଯାଇଛି।

ସେହିପରି ସରକାର ତାଙ୍କର ଅନ୍ୟ ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଲାଗି ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ କରିଛନ୍ତି। ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନା ଘୋଷଣା କରିଥିଲା।

ପୂର୍ବ ସରକାର ଅମଳରେ ଚାଲିଥିବା ଅନେକ ଯୋଜନାକୁ ସରକାର ଚାଲୁ ରଖିବାକୁ ସଂକେତ ଦେଇଥିବା ବେଳେ ଭୁବନେଶ୍ୱର ମେଟ୍ରୋ ରେଳ ପାଇଁ ସରକାର ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ନୂତନ ସହର ବିକଶିତ କରିବା ପାଇଁ ସରକାର ୯୧୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ବିଭିନ୍ନ ଯୋଜନା ତଥା ଶିଳ୍ପ ପାଇଁ ଆଗୁଆ ଜମି ଅଧିଗ୍ରହଣ କରିବା ପାଇଁ ସରକାର ଲ୍ୟାଣ୍ଡବ୍ୟାଙ୍କ ଯୋଜନାରେ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

ରାଜ୍ୟରେ ପ୍ରଥମ ଭାଜପା ସରକାର ଶିଳ୍ପ ବିଭାଗ ପାଇଁ ବଜେଟରେ ୮୦୮ କୋଟି ଟଙ୍କା ବ୍ୟୟବରାଦ କରିଛି। ୨୦୨୭ ସୁଦ୍ଧା ରାଉରକେଲା, ସମ୍ବଲପୁର, ପାରାଦୀପ, ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡର ବିକାଶ ପାଇଁ ସରକାର ୨୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ରାଜ୍ୟରେ ସିନେମାକୁ ଶକ୍ତି ଦେବା ଲକ୍ଷ୍ୟରେ ସରକାର କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ସେହିପରି ରାଜ୍ୟରେ ଚାଲିଥିବା ଏବଂ ନୂତନ ରେଳ ପ୍ରକଳ୍ପ ବିକଶିତ କରିବା ପାଇଁ ସରକାର ୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ରାଜ୍ୟରେ ସଡ଼କ ପଥ ଗମନାଗମନ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିଲା ବେଳେ, ସରକାର ଏଥିପାଇଁ ୬୧୮୦ କୋଟି ଟଙ୍କା ବ୍ୟୟବରଦ କରାଯାଇଛି।

ପୂର୍ବ ସରକାର ଅମଳରେ ରାଜ୍ୟରେ ଖେଳର ଅନେକ ବିକାଶ କରାଯିବ ସହିତ ଅନେକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ବେଳେ ନୂତନ ସରକାର ଏହି ଧାରାକୁ ଆଗେଇ ନେବା ଲାଗି ୯୫୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଓଡ଼ିଶା ଏକ ସମୁଦ୍ର କୁଳିଆ ରାଜ୍ୟ ହୋଇଥିବାରୁ ଏବଂ ବର୍ଷରେ ବନ୍ୟା ସାଙ୍ଗକୁ ବାତ୍ୟାର ଭୟ ଥିବାରୁ ସରକାର କୋୖଅଂଶୀ ପ୍ରକାର ବିପର୍ଯ୍ୟୟ ପରିଚାଳନା କରିବା ପାଇଁ ୩,୯୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେବା ଲାଗି ସରକାର ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ସେନାଗ୍ର ଶିକ୍ଷା ଯୋଜନାରେ ୩୭୯୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିଭଳି ପିଏମ ପୋଷଣ ଯୋଜନା ପାଇଁ ୯୯୭ କୋଟି ଟଙ୍କା ବରାଦ କରାଯାଇଛି।

ଗ୍ରାମାଞ୍ଚଳର ବିକାଶ କରିବା ଲକ୍ଷ୍ୟରେ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ୧୦୦୦ କୋଟି ଟଙ୍କା, ବସୁଧା ଯୋଜନା ପାଇଁ ୨୦୦୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୬୦୯୦ କୋଟି, ଜଳ ଜୀବନ ମିଶନ ପାଇଁ ୬୦୦୦ କୋଟି ଟଙ୍କାର ବଜେଟ ବରାଦ କରାଯାଇଛି।

ରାଜ୍ୟରେ ବିଭିନ୍ନ ନଦୀରେ ସେତୁ ନିର୍ମାଣ ପାଇଁ ୧୯୯୦ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପାଇଁ ୧୯୭୬ କୋଟି, ଗ୍ରମଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୨୩୧୯ କୋଟି ଏବଂ ସଡକ ସୁରକ୍ଷା ପାଇଁ ୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଓଡ଼ିଶାର ପ୍ରମୁଖ ମାର୍ଗରେ ବାସ ରହଣି ସ୍ଥାନ(ବସଷ୍ଟାଣ୍ଡ) ନିର୍ମାଣ କରିବା ପାଇଁ ୮୩୯ କୋଟି, ଗ୍ରାମାଞ୍ଚଳ ପରିବହନ ପାଇଁ ୧୯୮୫ କୋଟି, ଗ୍ରାମାଞ୍ଚଳ ପରିବହନ କ୍ଷେତ୍ରରେ ସରକାର ୧୦୮୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି।

ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବା ପାଇଁ ଭରପୁର ସୁଯୋଗ ଥିବା ବେଳେ ସରକାର ପର୍ୟ୍ୟଟନ ପାଇଁ ୮୦୦ କୋଟି, ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ୪୪୫ କୋଟି, ପର୍ୟ୍ୟଟନର ପ୍ରଚାର ପ୍ରସାର ପାଇଁ ୨୭୯ କୋଟି ଏବଂ ବରିଷ୍ଠ ନାଗରିକ ତୀର୍ଥ ଯୋଜନା ପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri