ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ଯୁବ ମୋର୍ଚ୍ଚା ଜିଲା ସଭାପତିଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏହି ତାଲିକାରେ କଳାହାଣ୍ଡି ଜିଲା ଯୁବ ମୋର୍ଚ୍ଚାର ଜିଲା ସଭାପତି ଭାବେ ଅବିନାଶ ନନ୍ଦଙ୍କ ନାମ ରହିଛି। ଯାହାକୁ ନେଇ ଜିଲା ଭାଜପା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଅବିନାଶ ଜୟପାଟଣା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି,ଜିଲା ସଂଯୋଜକ,ଜିଲା ସାଧାରଣ ସମ୍ପାଦକ ଭଳି ବିଭିନ୍ନ ପଦବୀରେ ରହି ନିଜ ଦାୟିତ୍ୱକୁ ସୁଚାରୁରୁପେ ସମ୍ପାଦନା କରିଥିଲେ। ଆଗାମୀ ଦିନରେ ଜିଲାର ଯୁବ ମୋର୍ଚ୍ଚା ସଂଗଠନକୁ ତୃଣ ମୂଳ ସ୍ତରରେ ସୁଦୃଢ଼ କରିବା ସହ ଭାଜପା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକ ଲୋଚନକୁ ପହଞ୍ଚାଇବି ବୋଲି ନିଜ ପ୍ରତିକ୍ରିୟାରେ ଜିଲା ସଭାପତି ନନ୍ଦ ପ୍ରକାଶ କରିଛନ୍ତି।