ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର ୧୨ଟି ବ୍ଲକରେ ମୋଟ ୨୧ ଜଣିଆ ଜିଲାସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଛି। ଏଥିରେ ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକ ଅଞ୍ଚଳର ୩ ଜଣଙ୍କୁ ଗୁରୁ ଦାୟିତ୍ୱ ବଣ୍ଟନ କରାଯାଇଛି। ସେମାନଙ୍କ ମଧ୍ୟରେ ରାଇକିଆ ବ୍ଲକ ସୁଗଡବାଡ଼ି ପଞ୍ଚାୟତରେ ରହୁଥିବା ସୁକାନ୍ତ କୁମାର ସାହୁ ଓରଫ ଟୁଟୁଙ୍କୁ ଜିଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି। ଅନ୍ୟଙ୍କ ମଧ୍ୟରେ ଦଳର ଦାରିଙ୍ଗବାଡି ବ୍ଲକର ବରିଷ୍ଠ ନେତା ଅଜିତ କୁମାର ସାହୁଙ୍କୁ ଜିଲା ଉପସଭାପତି ଏବଂ ସନ୍ତୋଷ କୁମାର ସାହୁଙ୍କୁ ଜିଲା ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଦାରିଙ୍ଗବାଡି ଭାଜପା ମଣ୍ଡଳ ସଭାପତିଙ୍କ ସମେତ ଅନ୍ୟମାନେ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରକାଶ ଯେ, ଏହି ୨୧ ଜଣିଆ ଜିଲାସ୍ତରୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ରହିଛନ୍ତି। ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ସମେତ ମୋଟ ୮ ଜଣ ଉପସଭାପତି, ୩ ଜଣ ସାଧାରଣ ସମ୍ପାଦକ, ୮ ଜଣ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷ ଭାବେ ଚୟନ ଓ ଦାୟିତ୍ୱ ବଣ୍ଟନ କରାଯାଇଛି।
ଭାଜପାରୁ ଏହି ଦାୟିତ୍ୱ ପାଇବା ପରେ ଜିଲା ସଭାପତି ପଣ୍ଡିତ କୁମାର ବିଶି ମାଝୀଙ୍କ ସମେତ
ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଫୁଲବାଣୀ ବିଧାୟକ ଉମାଚାରଣ ମଲିକଙ୍କୁ ଜିଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାଧୁବାଦ ଜଣାଇବା ସହ ଯେଉଁ ଦାୟିତ୍ୱ ଦିଆଯାଇଛି,ତାହା ସୂଚାରୁ ରୂପେ କାର୍ଯ୍ୟ ତୁଲାଇବେ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily


