ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଭାଜପା ଜିଲାରେ ସଜବାଜ ଆରମ୍ଭ କରିଛି। ବିଶେଷ ଭାବେ ଗୁଣପୁର ବିଧାନସଭା ଓ ବିଷମକଟକ ବିଧାନସଭା ଆସନକୁ ଭାଜପା ଅଧିକା ଫୋକସ୍‌ରେ ରଖିଛି । କାରଣ ୨୦୦୦ ସାଧାରଣ ନିର୍ବାଚନରେ ବିଜେଡି ଭାଜପା ମେଣ୍ଟ ବେଳେ ଗୁଣପୁର ନିର୍ବାଚନମଣ୍ଡଳୀ ଟିକେଟ୍‌ ଭାଜପା ହାତରେ ପଡ଼ିଥିଲା । ସେଥିରେ ଭାଜପାରୁ ପ୍ରାର୍ଥୀ ହୋଇ ରାମମୂର୍ତ୍ତିି ଗମାଙ୍ଗ ବିଜୟୀ ହୋଇଥିଲେ । ଏଭଳିକି ୨୦୧୭ ପଞ୍ଚାୟତ ନିର୍ବାଚନରେ ତତ୍କାଳୀନ ଜିଲା ସଭାପତି ଶିବଶଙ୍କର ଉଲାକାଙ୍କ ନେତୃତ୍ୱରେ ଜିତିଥିବା ୪ଜିଲା ପରିଷଦ ଆସନ ମଧ୍ୟରୁ ଗୁଣପୁର ନିର୍ବାଚନମଣ୍ଡଳୀର ରାମନାଗୁଡ଼ା ବ୍ଲକର ଦୁଇଟି ଜୋନ, ପଦ୍ମପୁର ବ୍ଲକର ଗୋଟିଏ ଜୋନ ଏବଂ ବିଷମକଟକ ନିର୍ବାଚନମଣ୍ଡଳୀ ମୁନିଗୁଡ଼ା ବ୍ଲକର ଗୋଟିଏ ଜୋନ ଭାଜପା ଦଖଲ କରିଥିଲା। ଯାହାର ଫଳସ୍ବରୂପ ବର୍ତ୍ତମାନ ଜିଲା ସଭାପତି ଗୋପୀ ଆନନ୍ଦଙ୍କ ନେତୃତ୍ୱରେ ଭାଜପା ଦଳ ବିଷମକଟକ ଓ ଗୁଣପୁର ଆସନରେ ଦଳକୁ ସଂଗଠିତ କରୁଥିବା ଦେଖାଦେଇଛି। ବିଭିନ୍ନ ଦଳରେ ଆଗଧାଡ଼ିର ନେତା ଓ କର୍ମୀଙ୍କୁ ନେଇ ଦଳରେ ମିଶାଉଛି ଜିଲା ଭାଜପା ।

କଂଗ୍ରେସର ଜଣେ ପୂର୍ବତନ ବରିଷ୍ଠ ନେତା ତଥା ଦୁଇ ଜିଲା ପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ଦମ୍ପତି ବିଜୟ ଗମାଙ୍ଗ ଓ କେତକୀ ଗମାଙ୍ଗଙ୍କ ପୁଅ ଅବିନାଶ ଗମାଙ୍ଗ ଗୁରୁବାର ଭାଜପାରେ ଯୋଗଦାନ କରିଛନ୍ତି । ଭାଜପା ଜିଲା ପର୍ଯ୍ୟବେକ୍ଷକ କେ.ନାରାୟଣ ରାଓ, ଜିଲା ସଭାପତି ଗୋପୀ ଆନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଅବିନାଶ ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ନିକଟରେ ଦଳରେ ମିଶିଛନ୍ତି । ଯାହାକୁ ନେଇ ଗୁଣପୁର ରାଜନୀତି ଏକପ୍ରକାର ସରଗରମ ହୋଇଛି। ସେ ବର୍ତ୍ତମାନର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ କଡ଼ା ଟକ୍କର ଦେବାରେ ଅବିନାଶ ଭାଜପା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ଆଗାମୀ ପଞ୍ଚୁାୟତ ନିର୍ବାଚନରେ ଭାଜପା ଜିଲା ଦଖଲ କଲେ ତାହା ୨୦୨୯ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ଓ ଜିଲାର ତିନି ବିଧାନସଭା ଆସନକୁ ଅକ୍ତିଆର କରିବା ଲକ୍ଷ୍ୟରେ ଭାଜପା ନିଜର ସଂଗଠନ ବୃଦ୍ଧି କରିବାରେ ଲାଗିଥିବା ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri