Posted inଜାତୀୟ

ବିଧାନସଭାରେ ଭାଜପା-ସିପିଆଇ ବିଧାୟକ ମୁହାଁମୁହିଁ,ସ୍ଥିତି ସମ୍ଭାଳିଲେ ମାର୍ଶଲ…

ପାଟନା,୧୪।୩ : ମଙ୍ଗଳବାର ଦିନ ବିହାର ବିଧାନସଭାରେ ପ୍ରଶ୍ନ କାଳ ସମୟରେ ଭାଜପା ଏବଂ ସିପିଆଇ (ଏମଏଲ) ବିଧାୟକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଉଭୟ ପକ୍ଷରୁ ବହୁ ଉତ୍ତେଜନା ଦେଖାଦେଇଥିଲା। ବିଧାୟକମାନେ ବାଚସ୍ପତିଙ୍କ ଆସନଠାରୁ ପରସ୍ପରର ଆସନ ଆଡକୁ ମାଡି ଆସିବା ଆରମ୍ଭ କରିଥିଲେ। ବିଧାନସଭାର ବାଚସ୍ପତି ସୁରକ୍ଷା ପାଇଁ ମାର୍ଶଲମାନଙ୍କୁ ଡାକିଥିଲେ।

ଅଧା ଡଜନରୁ ଅଧିକ ମାର୍ଶଲ ଏକ କର୍ଡନ କରି ଉଭୟ ଦଳର କ୍ରୋଧିତ ବିଧାୟକଙ୍କୁ ଅଟକାଇଥିଲେ। ଏହାପୂର୍ବରୁ ଭାଜପା ବିଧାୟକ ଲକ୍ଷେନ୍ଦ୍ର କୁମାର ରୋଶନ ତାଙ୍କ ମାଇକ ଭାଙ୍ଗି ଦେଇଥିଲେ। ଏହି ଉତ୍ତେଜନା ମଧ୍ୟରେ ବାଚସ୍ପତି ପ୍ରଶ୍ନ କାଳ ଅଧାରୁୁ ବନ୍ଦ କରିଦେଇଥିଲେ ଏବଂ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଗୃହର ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା।
ଭାଜପାର ପାଟପୁର ବିଧାୟକ ଲକ୍ଷେନ୍ଦ୍ର କୁମାର ରୋଶନ ଏକ ତାରକା ପ୍ରଶ୍ନ ମାଧ୍ୟମରେ ଅଙ୍ଗନୱାଡି କର୍ମୀ ଏବଂ ସହାୟକଙ୍କ ସମ୍ମାନ ବୃଦ୍ଧି ସହ ଜଡିତ ପ୍ରଶ୍ନ ଉଠାଇଥିଲେ। ସାମାଜିକ କଲ୍ୟାଣ ମନ୍ତ୍ରୀ ମଧ୍ୟ ଏହାର ଉତ୍ତର ଦେଇଥିଲେ। ଏହି ସମୟରେ ସେ ସପ୍ଲିମେଣ୍ଟାରୀ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ତିନୋଟି ସପ୍ଲିମେଣ୍ଟାରୀ ପ୍ରଶ୍ନ ପରେ ବିଧାନସଭା ବାଚସ୍ପତି ଆୱଧ ବିହାରୀ ଚୌଧୁରୀ ତାଙ୍କୁ ଅଟକାଇଥିଲେ।

ଫଳରେ କ୍ରୋଧରେ ଲକ୍ଷେନ୍ଦ୍ର ନିଜର ମାଇକ ଭାଙ୍ଗି ଦେଇଥିଲେ। ଏହା ଉପରେ ସିପିଆଇ (ଏମଏଲ) ର ସତ୍ୟଦେବ ରାମ ବାଚସ୍ପତିଙ୍କୁ ଇଶାରା କରି ସୂଚାଇ କହିଥିଲେ ଯେ ମାଇକକୁ ଜାଣିଶୁଣି ଭଙ୍ଗା ଯାଇଛି। ଏହା ଉପରେ ସିପିଆଇ (ଏମଏଲ) ଏବଂ ଭାଜପା ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ଭଳି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ଓ୍ବେଲରେ ପହଞ୍ଚି ପରସ୍ପର ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରି ମାଡି ଆସିଥିଲେ।

ଉଭୟ ପକ୍ଷ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଯଦି ମାର୍ଶାଲମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରି ନ ଥାନ୍ତେ, ତେବେ ଏକ ଅଘଟଣ ଘଟିଥାନ୍ତା। କଂଗ୍ରେସର ଶକିଲ ଅହମ୍ମଦ ଖାନ ଓ୍ବେଲକୁ ଆସି ଉଭୟ ପକ୍ଷଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଆରଜେଡିର ଭାଇ ବିରେନ୍ଦ୍ର ସତ୍ୟଦେବ ରାମ ଏବଂ ଅନ୍ୟାନ୍ୟ ସିପିଆଇ (ଏମଏଲ) ବିଧାୟକମାନଙ୍କୁ ସମ୍ଭାଳିଥିଲେ।

ଭାଜପା ବିଧାୟକ ଲକ୍ଷେନ୍ଦ୍ର କହିଛନ୍ତି ଯେ ମାଇକ ପୂର୍ବରୁ ଖୋଲା ଥିଲା। ସେ ଏହାକୁ ଛୁଇଁବା ମାତ୍ରେ ଏହା ଖସି ପଡ଼ିଥିଲା। ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା ଅଭିଯୋଗ କରିଛନ୍ତି ଯେ ଶାସକ ଦଳର ବିଧାୟକ ଭାଜପାର ଦଲିତ ବିଧାୟକଙ୍କୁ ଦୁର୍ବ୍ୟବହାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri