Posted inଜାତୀୟ

ଭାଜପା ନିୟନ୍ତ୍ରଣରେ ୬୩୦ ଆସନ

ଲକ୍ଷ୍ନୌ, ୧୧।୭: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିବା ପରେ ଶନିବାର ଅନୁଷ୍ଠିତ ବ୍ଲକ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗୈରିକ ଦଳ ବାଜିମାତ୍‌ କରିଛି। ରାଜ୍ୟର ମୋଟ ୮୨୫ ବ୍ଲକ୍‌ ପ୍ରମୁଖ ଆସନ ମଧ୍ୟରୁ ଭାଜପା ସମର୍ଥତ୍ତ ପ୍ରାର୍ଥୀ ୬୩୦ରୁ ଊର୍ଦ୍ଧ୍ୱ ଆସନରେ ବିଜୟୀ ହୋଇଛନ୍ତି। ଗ୍ରାମାଞ୍ଚଳରେ ଭାଜପା ନିଜର ବହୁଳ ଉପସ୍ଥିତିକୁ ପୁଣିଥରେ ପ୍ରମାଣିତ କରିପାରିଛି। ଶନିବାର ଦିନ ୧୧ରେ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ଭୋଟଗଣତି ଆରମ୍ଭ ହୋଇଥିଲା। ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ବ୍ଲକ୍‌ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଗୁରୁତ୍ୱ ଦିଆଯାଉଛି। ତେବେ ମତଦାନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଯାଇଛି। ହମିରପୁର ଜିଲାରେ ଭାଜପା କର୍ମୀମାନେ ସମାଜବାଦୀ ପାର୍ଟି କର୍ମୀମାନଙ୍କୁ ଆକ୍ରମଣ କରିବା ସହ ଭୋଟରମାନଙ୍କୁ ବୁଥ୍‌ ମଧ୍ୟକୁ ଛାଡ଼ି ନ ଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ବେଳେ ପୋଲିସ ଉପରେ ମାଡ଼ ହେବା ସହ କେତେକ ଗାଡ଼ି ଭାଙ୍ଗିରୁଜି ଯାଇଛି। ସେହିପରି ଚନ୍ଦାଉଲି, ଇଟାଓ୍ବା ଏବଂ ଅଯୋଧ୍ୟା ଜିଲାରେ ଭାଜପା ଏବଂ ସମାଜବାଦୀ ପାର୍ଟି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ନାମାଙ୍କନ ପତ୍ର ଦାଖଲ ବେଳେ ମହିଳା ପ୍ରାର୍ଥୀଙ୍କୁ ଅସଦ୍‌ବ୍ୟବହାର ଏବଂ ଭୋଟ ବେଳେ ହିଂସାକାଣ୍ଡକୁ ନେଇ ରାଜ୍ୟ ଭାଜପା ସରକାରକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri