ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି ପରେ ସୋମବାର ଅପରାହ୍ନରେ ଦାରିଙ୍ଗବାଡି ଭାଜପା ମଣ୍ଡଳର ସଭାପତି ମିଟୁ ସାହୁଙ୍କ ନେତୃତ୍ୱରେ ଅନ୍ୟ କର୍ମକର୍ତ୍ତା ଥାନାକୁ ଯାଇ ନୂତନ ଇନ୍ସପେକ୍ଟରଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହା ସହ ଦାରିଙ୍ଗବାଡିରେ ଘଟୁଥିବା ଟ୍ରାଫିକ ସମସ୍ୟାର ସମାଧାନ, ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ପୋଲିସ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରିବାକୁ ନିବେଦନ କରିଛନ୍ତି । ଭାଇଚାରାର ସହର ଦାରିଙ୍ଗବାଡିରେ ଶୃଙ୍ଖଳା ବଜାୟ ରଖିବାକୁ ଆବଶ୍ୟକ ଗୁରୁତ୍ୱ, ଜନଗହଳିରେ ଲୋକଙ୍କୁ ସାମାଜିକ ସୁରକ୍ଷା ଆଦି ଉପରେ କଡ଼ା ନଜର ସହ ପର୍ଯ୍ୟଟନ କ୍ଷେତ୍ରରେ ପାଟ୍ରୋଲିଂ ରାତିରେ ପାଟ୍ରୋଲିଂକୁ କଡାକଡି କରିବାକୁ ଦଳ ପକ୍ଷରୁ ନୂତନ ଇନ୍ସପେକ୍ଟରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନୂତନ ଇନ୍ସପେକ୍ଟର ସହ ଅନ୍ୟ ଜଣେ ସବଇନ୍ସପେକ୍ଟର ପ୍ରୋବେଶନରରେ ରହିଥିବାରୁ ତାଙ୍କୁ ମଧ୍ୟ ଦଳ ପକ୍ଷରୁ ସମ୍ବର୍ଦ୍ଦନା କରାଯାଇଥିଲା ଏହି ସମୟରେ ମଣ୍ଡଳ ସଭାପତିଙ୍କ ସମେତ ୨ ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ ରୁଦ୍ରମାଧବ ସାହୁ, ଜିଲା ଉପସଭାପତି ଅଜିତ କୁମାର ସାହୁ, ଜିଲା ସମ୍ପାଦକ ସନ୍ତୋଷ କୁମାର ସାହୁ, ମଣ୍ଡଳ ଉପସଭାପତି ସୁବାଷ ଚନ୍ଦ୍ର ସାହୁ, ଯୁବମୋର୍ଚ୍ଚାର ସଭାପତି ରୁଦ୍ର ନାରାୟଣ ବେହେରା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦିଲେଶ ମୂଳି, ମହେନ୍ଦ୍ର ଦାସ, କାର୍ଯ୍ୟକାରୀ ସଦସ୍ୟ ଦିଲୀପ ସାହୁ, ମଣ୍ଟୁ ସାହୁ, ରଞ୍ଜିତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଦାରିଙ୍ଗବାଡିରେ କାର୍ଯ୍ୟରତ ଆଇଆଇସି କନକ ମାଝିଙ୍କ ପଦନ୍ନୋତି ହୋଇ ଡିଏସପି ପାହ୍ୟାରେ ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ରହିଥିବାରୁ ଇନ୍ସପେକ୍ଟର ସଂଗ୍ରାମ କୁମାର ଜେନାଙ୍କୁ ଅତିରିକ୍ତ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ।


