ଭାଜପା ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଜୁନାଗଡ଼, ୨୭।୧୧ (ଡି.ଏନ.ଏ.)  – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାବସପୁର ମଣ୍ଡଳସ୍ଥିତ ଚକୁଳି ଗ୍ରାମଠାରେ ଗୁରୁବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସମ୍ବିଧାନ ପ୍ରଣେତା ଡ. ବି ଆର ଆମ୍ବେଡକରଙ୍କ ଫୋଟୋ ଚିତ୍ରରେ ଫୁଲମାଲ ଦିଆଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଶର୍ମିଷ୍ଟା ମେହେର, ମଣ୍ଡଳ ସଭାପତି ବବୃ ବାହାନ ମୁଣ୍ଡ, ବରିଷ୍ଠ ଭାଜପା ନେତା କାଲି ପ୍ରସାଦ ରାୟଗୁରୁ, ମଣ୍ଡଳ ସଂଯୋଜକ କ୍ଷେତ୍ର ମୋହନ ନାଏକ, ସତ୍ୟ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି ବାବା ସାହେବ ଆମ୍ବେଡକରଙ୍କ ଜୀବନୀ ଓ ସମ୍ବିଧାନ ପ୍ରତି ତାଙ୍କର ଅଦାନ ଉପରେ ମତ ପୋଷଣ କରିଥିଲେ। କାର୍ଯ୍ୟକ୍ରମରେ ଭାଜପା ସକ୍ରିୟ କର୍ମୀ ଶମ୍ଭୁ ପ୍ରସାଦ ସାହୁ, ଶରାସେନ ନାଏକ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।