ନିଜ ଗ୍ରାମ ଧୂଲୁଣ୍ଡାରୁ ପ୍ରଚାର ଆରମ୍ଭ

ଝାରସୁଗୁଡା ଅଫିସ, ୧୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଆସନ୍ତା ୩୧ରେ ଅନୁଷ୍ଠିତ ହେବ। ଏନେଇ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥତ୍ନୀପ୍ରାର୍ଥୀ ରଣନୀତି ପ୍ରସ୍ତୁତକରି ପ୍ରଚାର ମଇଦାନକୁ ଓହ୍ଲାଇଲେଣି। ଭାଜପା ପ୍ରାର୍ଥିନୀ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଲଖନପୁର ବ୍ଲକ୍‌ ୧୯ଖଣ୍ଡ ମୌଜା ନିଜ ଗ୍ରାମ ଧୂଲୁଣ୍ଡାରୁ ପ୍ରଚାର ଆରମ୍ଭ କରିଛନ୍ତି। ଗ୍ରାମଦେବୀ ସାଇପାଟ ଓ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପ୍ରାର୍ଥିନୀ ପଣ୍ଡା ନିଜ ସମର୍ଥକଙ୍କ ସହ ଧୂଲୁଣ୍ଡା, ଚାଣ୍ଟିପାଲି, ସରେଇପାଲି, କିରିତିମାଲ ଓ ସରଧା ଆଦି ଗ୍ରାମରେ ପହଞ୍ଚତ୍ ପ୍ରଚାରକରି ଭୋଟରଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରିଥିଲେ। ସେ କହିଥିଲେ, ୨୦୧୪ରେ ଅଞ୍ଚଳବାସୀ ତାଙ୍କୁ ବିପୁଳ ଭୋଟ୍‌ ଦେଇ ବିଧାନସଭାକୁ ପଠାଇଥିଲେ। ସେ ବିଧାୟିକା ଭାବେ ୫ବର୍ଷ ଧରି ଅଞ୍ଚଳର ବହୁ ଉନ୍ନୟନମୂଳକ କାମ କରିଛନ୍ତି। ଆଉ ବହୁ ଉନ୍ନୟନମୂଳକ କାମ ବାକି ରହିଯାଇଛି, ସେସବୁକୁ ପୂରଣ କରିବା ପାଇଁ ଏଥର ତାଙ୍କୁ ବିପୁଳ ପରିମାଣରେ ଭୋଟ୍‌ଦେଇ ଜୟଯୁକ୍ତ କରିବା ଲାଗି ସେ ଭୋଟରଙ୍କ ନିକଟରେ ନିବେଦନ କରିଥିଲେ। ଏହି ପ୍ରଚାରରେ ବରଗଡ଼ ଜିଲା ଭାଜପା ସଭାପତି ଅଶ୍ୱିନୀ ଷଡଙ୍ଗୀ, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ, ଜିଲା ସାଧାରଣ ସମ୍ପାଦକ ଚକାନନ୍ଦ ସା, ପଞ୍ଚଗାଁ ମଣ୍ଡଳ ସଭାପତି କୁନ୍ଦନ ସିଂହଦେଓ, ଡା.ଗିରିଶ ରାଉତ, ଜନାର୍ଦ୍ଦନ ପଣ୍ଡା, ନିମାଇଁ ସା,ସଞ୍ଚୁଲତା ସେଠ୍‌, ସୁକୁମାର ପୁରୋହିତ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ।
ପ୍ରକାଶ ଯେ, କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ ପ୍ରଥମେ ଗତ ଗୁରୁବାର ଗଣ୍ଡଘୋରାସ୍ଥିତ ମା’ ମୂଳଗୁଡି ମନ୍ଦିରରେ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ରବିବାର ବ୍ରଜରାଜନଗର ମା’ ରାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri