Posted inUncategorized

ବିଧାନସଭାକୁ ଗାଈ ଆଣିଲା ଭାଜପା

ଜୟପୁର,୨୧ା୯: ରାଜସ୍ଥାନରେ ଲମ୍ପି ଚର୍ମରୋଗ ଅଦ୍ୟାବଧି ୫୭,୦୦୦ ଗୋରୁଙ୍କ ଜୀବନ ନେଲାଣି। ଏହି ରୋଗରେ ୧୧ ଲକ୍ଷ ଗୋରୁ ପ୍ରଭାବିତ ହେଲେଣି। ଗୋରୁଙ୍କ ଲମ୍ପିଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ସ୍ଥାନୀୟ କୃଷକଙ୍କୁ କ୍ଷତି ସହିବାକୁ ପଡ଼ୁଛି। ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ଦର୍ଶାଇ ଜୟପୁରରେ ଭାଜପା କର୍ମୀମାନେ ମଙ୍ଗଳବାର ବଡ଼ ବିକ୍ଷୋଭ କରିଛନ୍ତି। ଭାଜପା ପକ୍ଷରୁ ବିଧାନସଭା ଘେରାଓ ବେଳେ ପୋଲିସ ବ୍ୟାରିକେଡିଂ କରି ସେମାନଙ୍କୁ ଅଟକାଇଥିଲା। ଏପରି କି ରାଜ୍ୟ ଭାଜପା ସଭାପତି ସତୀଶ ପୁନିଆ ଓ ବରିଷ୍ଠ ନେତା ଅରୁଣ ଚତୁର୍ବେଦୀଙ୍କୁ ମାଡ଼ ମାରିଥିଲା। ଏଥିରେ ଉଭୟେ ଆହତ ହୋଇଥିବା ଭାଜପା ଅଭିଯୋଗ ଆଣିଛି। ଅନେକ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଛି।
ଭାଜପା ଅଫିସରୁ ଦଳୀୟ କର୍ମୀମାନେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ବିଧାନସଭା ଘେରାଓ କରିବାକୁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ବୈସ ଗୋଡାଉନ୍‌ ସର୍କଲରେ ଅଟକାଇଥିଲା। କିନ୍ତୁ ଭାଜପା ନେତା ଓ କର୍ମୀ ପୋଲିସ କଥା ନ ଶୁଣି ବ୍ୟାରିକେଡ୍‌ ଭାଙ୍ଗି ଗୃହକୁ ପ୍ରବେଶ କରିଥିଲେ। ପୁଷ୍କର ବିଧାୟକ ସୁରେଶ ସିଂ ରାଓ୍ବତ୍‌ ଓ ଅନ୍ୟ କେତେଜଣ ଏମ୍‌ଏଲ୍‌ଏ ବିଧାନସଭାକୁ ଗାଈ ଆଣି ପ୍ରତିବାଦ କରିଥିଲେ। ଏନେଇ ଭାଜପା ସଭାପତି ପୁନିଆ କହିଛନ୍ତି, ଲମ୍ପି ଚର୍ମରୋଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ଧରାପଡ଼ିଯାଇଛନ୍ତି। କେନ୍ଦ୍ର ସରକାର ଏହି ରୋଗକୁ ମହାମାରୀ ରୂପେ ଘୋଷଣା କରନ୍ତୁ ବୋଲି ଦାବି କରି ମୁଖମନ୍ତ୍ରୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗୁଜରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ହରିୟାଣା ସରକାର ଏହି ଲମ୍ପି ନିରାକରଣ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଇଛନ୍ତି। ଗେହଲଟ ସରକାର ପ୍ରତି ପ୍ରଭାବିତ ଗାଈ ମାଲିକଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନ ବିଧାନସଭାରେ ବିତର୍କ ବେଳେ ପ୍ରାଣୀଧନ ମନ୍ତ୍ରୀ ଲାଲଚନ୍ଦ କଟାରିଆ ବିବୃତି ରଖି କହିଛନ୍ତି, ଗୋରୁଙ୍କୁ ଲମ୍ପିରୁ ରକ୍ଷା କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରାଣୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରାଯାଉଛି। ରୋଗ ନିରାକରଣ ପାଇଁ ପର୍ଯ୍ୟାପ୍ତ ଔଷଧ ଯୋଗାଇ ଦିଆଯାଉଛି। ଗୋରୁଙ୍କୁ ରକ୍ଷା କରିବାରେ କୌଣସି ହେଳା କରାଯାଇ ନାହିଁ। ଷ୍ଟାଫ୍‌ ସଙ୍କଟ ଯେପରି ନ ହେବ ସେଥିଲାଗି ୨୦୦ ଭେଟେରିନାରି ଡାକ୍ତରଙ୍କ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri