ଭାଜପା-ବିଜେଡି କର୍ମୀ ମୁହାଁମୁହିଁ: ସରପଞ୍ଚଙ୍କ ସ୍ବାମୀଙ୍କୁ ମାଡ଼ ମାରି ବନ୍ଧାହେଲେ ବ୍ଲକ ଅଧ୍ୟକ୍ଷ

ପାଟଣାଗଡ,୧।୯: ପାଟଣାଗଡ଼ ବିଡିଓଙ୍କ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ସହ ତାଙ୍କର ୪ଜଣ ସହଯୋଗୀ ମରୁଆଁ ସରପଞ୍ଚଙ୍କ ସ୍ବାମୀ ସ୍ବରୂପ ପରୁଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ରବିବାର ବ୍ଲକ ଅଧ୍ୟକ୍ଷ ବାଗଙ୍କୁ ଗିରଫ କରିଥିବା ଜଣାପଡିଛି।
ଶନିବାର ଅପରାହ୍ନରେ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସହ ଯାଇଥିବା ରଞ୍ଜିତ କୁମ୍ଭାର ଓ ଶିଶୁଦେବ ପଟେଲ କୌଣସି କାମକୁ ନେଇ ବିଡିଓଙ୍କ ସହ ଆଲୋଚନା କରୁଥିଲେ । ଏହି ସମୟରେ ବ୍ଲକ ଅଧ୍ୟକ୍ଷ ନୀଳାକାନ୍ତ ବାଗ, ରିଙ୍କୁ ମେହେର, ଜୟଚନ୍ଦ୍ର ନାଗ, ମାଧବ ବାଗ ଓ ଜୟନ୍ତ କୁମ୍ଭାର କାର୍ଯ୍ୟାଳୟକୁ ଆସି ସ୍ବରୂପଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସେ ଅଭିଯୋଗ କରିଥିଲେ।
ଅପରପକ୍ଷରେ ଜୟଚନ୍ଦ୍ର ନାଗଙ୍କ ଅଭିଯୋଗ ଅନୁସାରେ ସରପଞ୍ଚଙ୍କ ସ୍ବାମୀ ଅନେକ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାରୁ ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାଟଣାଗଡ଼ ଥାନରେ ଲିଖିତ ଅଭିଯୋଗ ପରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ମାଧବ ବାଗଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା। ଜୟଚନ୍ଦ୍ର ବାଗ ମଧ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ ସହିତ ଗାଳିଗୁଲଜ ହୋଇଥିବା ନେଇ ଥାନରେ ପାଲଟା ଅଭିଯୋଗ କରିଥିଲେ ।
ଆକ୍ରମଣକୁ ନେଇ ଭାଜପା ଓ ବିଜେଡି କର୍ମୀ ମୁହାଁ ମୁହିଁ ହୋଇଥିଲେ l ରବିବାର ବ୍ଲକ ଆଧ୍ୟକ୍ଷଙ୍କ ସମେତ ଦୁଇ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଥିବା ଥାନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଫେବୃଆରୀରୁ ରାଜ୍‌ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ

ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗ୍ରହମାନଙ୍କର ରାଜା ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି…

ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

କେନ୍ଦୁପତ୍ର କର୍ମଚାରୀ, ତୋଳାଳିଙ୍କ ପ୍ରତି ଅଣଦେଖା ମନୋଭାବ: ବର୍ଷସାରା କାମ ଯୋଗାଇବାକୁ ଦାବି

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ବର୍ଷସାରା କାମ ଯୋଗାଇବା ବଦଳରେ କେବଳ ସାମୟିକ ତଥା…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ…

ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri