ମେଣ୍ଟ ପାଲଟୁଛି ବଙ୍କୁଲି ବେଣ୍ଟ

ଭବନେଶ୍ୱର, ୧୮।୩ (ସୁନିତ୍‌ ମିଶ୍ର): ରାଜ୍ୟ ଭାଜପାରେ ଏବେ ମେଣ୍ଟ ପାଇଁ ଘୋର ବିରୋଧ ସୃଷ୍ଟି ହେଉଛି। ସାଧାରଣ କର୍ମୀ ଚିନ୍ତା କରୁଛନ୍ତି ଯେ, ଆଜି ଏଭଳି ଏକ ମୁହୂର୍ତ୍ତ ପହଞ୍ଚିଛି ଯେଉଁଥିରେ ଓଡ଼ିଶା ଭୋଟର ବିଜେଡି ପ୍ରତି ସମ୍ପୂର୍ଣ୍ଣ ଭାବେ ବିମୁଖ ହୋଇପଡ଼ିଛି। ବିଭିନ୍ନ କାରଣ ଥିବାବେଳେ ମୁଖ୍ୟ କାରଣ ଭାବେ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱକୁ ତାଙ୍କରି ଦଳ ଭିତରେ ହ୍ରାସ କରାଯାଉଛି ବୋଲି ଭାଜପାର କେତେକ ନେତା ମତ ଦେଉଛନ୍ତି। ଏହାର ପ୍ରମାଣ ଭାବେ ପଦାକୁ ଆସୁଥିବା ନବୀନଙ୍କ ଭିଡିଓଗୁଡ଼ିକୁ ଉଦାହରଣ ଭାବେ ଦେଖାଯାଉଛି। ସେମାନେ କହୁଛନ୍ତି ଯେ, ଏସବୁ ଭିଡିଓ ସାଧାରଣ ଭୋଟରଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ସେଥିପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ପ୍ରାୟ ଅଧିକାଂଶ ଦଳୀୟ ନେତା ମେଣ୍ଟକୁ ବିରୋଧ କରିବା ସହ ଏକାକୀ ଯିବା ପାଇଁ ପସନ୍ଦ କରୁଛନ୍ତି। ନେତାମାନଙ୍କ ସମର୍ଥନକୁ ଦେଖିଲେ ମନମୋହନ ମଧ୍ୟ ୩ ଥର ମେଣ୍ଟ ହେବନାହିଁ ବୋଲି କହିସାରିଲେଣି।
ଗୋଟିଏ ପଟେ ରାଜ୍ୟ ଶାଖାର ଏଭଳି ମନ୍ତବ୍ୟ ଜୋର୍‌ ଧରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କର ତାଙ୍କ ନିର୍ବାଚନ ପରବର୍ତ୍ତୀ ସମୟ ପାଇଁ ଏନ୍‌ଡିଏର ଭାବମୂର୍ତ୍ତିକୁ ଶକ୍ତିଶାଳୀ କରିବାକୁ ଚାହୁଁଥିବା ଭଳି ମନେହେଉଛି। ଏପରିସ୍ଥଳେ ଆନ୍ଧ୍ର ପ୍ରଦେଶର ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ସହିତ ଭାଜପାର ମେଣ୍ଟ ହୋଇଯାଇଛି। ସେହିଭଳି ଭାବେ ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ତାଙ୍କ ବିଜୁ ଜନତା ସହିତ ମେଣ୍ଟ ହେଲେ ଏନ୍‌ଡିଏ ଗ୍ରହଣୀୟତା ପରବର୍ତ୍ତୀ ସମୟରେ ବୃଦ୍ଧି ପାଇବ ବୋଲି ଭାଜପା କେନ୍ଦ୍ର ନେତୃତ୍ୱ ଭାବୁଥିବାର ଲକ୍ଷଣ ଦେଖାଯାଉଛି। ଉତ୍ତର ଓ ପଶ୍ଚିମ ଭାରତରେ ଭାଜପାର ଅନ୍ତର୍ଦ୍ୱନ୍ଦ୍ୱ ପଦାକୁ ଆସିବା ଫଳରେ ଅନେକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ହରିୟାଣା ମୁଖ୍ୟମନ୍ତ୍ରୀ ଥିବା ମନୋହରଲାଲ୍‌ ଖଟ୍ଟରଙ୍କୁ ବିଦା କରାଯାଇ ଅନ୍ୟ ଜଣଙ୍କୁ ସେହି ସ୍ଥାନରେ ଅବସ୍ଥାପିତ କରିବା ବିଷୟକୁ ଉଦାହରଣ ଭାବେ ଦର୍ଶାଯାଉଛି। ସେହିଭଳି ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ବୃଦ୍ଧି ପାଇବା ଫଳରେ ଭାଜପାର କେନ୍ଦ୍ର ନେତୃତ୍ୱ ଚିନ୍ତାମଗ୍ନ ହୋଇପଡ଼ିଛନ୍ତି ବୋଲି କେତେକ ମହଲରେ ଆଲୋଚନା କରାଯାଉଛି। ସବୁ ପର୍ଯ୍ୟବେକ୍ଷକ ଏକମତ ହେଉଛନ୍ତି ଯେ, ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ଯେଉଁଭଳି ଭାବେ ଚିନ୍ତା କରାଯାଉଥିଲା ସେଥିରେ ପରିବର୍ତ୍ତନ ଘଟିପାରେ। ତେଣୁ ଓଡ଼ିଶା ଭାଜପାରେ ତୀବ୍ର ବିରୋଧ ଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ମେଣ୍ଟ ସମ୍ପର୍କରେ କୌଣସି ସ୍ପଷ୍ଟ ମତ ଦଳର କେନ୍ଦ୍ର ନେତୃତ୍ୱ ଦେଉନାହାନ୍ତି, ଯାହାକି ଗୁଜବ ସୃଷ୍ଟିକାରୀଙ୍କୁ ଖୋରାକ ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri