ମେଣ୍ଟ ପାଲଟୁଛି ବଙ୍କୁଲି ବେଣ୍ଟ

ଭବନେଶ୍ୱର, ୧୮।୩ (ସୁନିତ୍‌ ମିଶ୍ର): ରାଜ୍ୟ ଭାଜପାରେ ଏବେ ମେଣ୍ଟ ପାଇଁ ଘୋର ବିରୋଧ ସୃଷ୍ଟି ହେଉଛି। ସାଧାରଣ କର୍ମୀ ଚିନ୍ତା କରୁଛନ୍ତି ଯେ, ଆଜି ଏଭଳି ଏକ ମୁହୂର୍ତ୍ତ ପହଞ୍ଚିଛି ଯେଉଁଥିରେ ଓଡ଼ିଶା ଭୋଟର ବିଜେଡି ପ୍ରତି ସମ୍ପୂର୍ଣ୍ଣ ଭାବେ ବିମୁଖ ହୋଇପଡ଼ିଛି। ବିଭିନ୍ନ କାରଣ ଥିବାବେଳେ ମୁଖ୍ୟ କାରଣ ଭାବେ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱକୁ ତାଙ୍କରି ଦଳ ଭିତରେ ହ୍ରାସ କରାଯାଉଛି ବୋଲି ଭାଜପାର କେତେକ ନେତା ମତ ଦେଉଛନ୍ତି। ଏହାର ପ୍ରମାଣ ଭାବେ ପଦାକୁ ଆସୁଥିବା ନବୀନଙ୍କ ଭିଡିଓଗୁଡ଼ିକୁ ଉଦାହରଣ ଭାବେ ଦେଖାଯାଉଛି। ସେମାନେ କହୁଛନ୍ତି ଯେ, ଏସବୁ ଭିଡିଓ ସାଧାରଣ ଭୋଟରଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ସେଥିପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ପ୍ରାୟ ଅଧିକାଂଶ ଦଳୀୟ ନେତା ମେଣ୍ଟକୁ ବିରୋଧ କରିବା ସହ ଏକାକୀ ଯିବା ପାଇଁ ପସନ୍ଦ କରୁଛନ୍ତି। ନେତାମାନଙ୍କ ସମର୍ଥନକୁ ଦେଖିଲେ ମନମୋହନ ମଧ୍ୟ ୩ ଥର ମେଣ୍ଟ ହେବନାହିଁ ବୋଲି କହିସାରିଲେଣି।
ଗୋଟିଏ ପଟେ ରାଜ୍ୟ ଶାଖାର ଏଭଳି ମନ୍ତବ୍ୟ ଜୋର୍‌ ଧରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କର ତାଙ୍କ ନିର୍ବାଚନ ପରବର୍ତ୍ତୀ ସମୟ ପାଇଁ ଏନ୍‌ଡିଏର ଭାବମୂର୍ତ୍ତିକୁ ଶକ୍ତିଶାଳୀ କରିବାକୁ ଚାହୁଁଥିବା ଭଳି ମନେହେଉଛି। ଏପରିସ୍ଥଳେ ଆନ୍ଧ୍ର ପ୍ରଦେଶର ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ସହିତ ଭାଜପାର ମେଣ୍ଟ ହୋଇଯାଇଛି। ସେହିଭଳି ଭାବେ ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ତାଙ୍କ ବିଜୁ ଜନତା ସହିତ ମେଣ୍ଟ ହେଲେ ଏନ୍‌ଡିଏ ଗ୍ରହଣୀୟତା ପରବର୍ତ୍ତୀ ସମୟରେ ବୃଦ୍ଧି ପାଇବ ବୋଲି ଭାଜପା କେନ୍ଦ୍ର ନେତୃତ୍ୱ ଭାବୁଥିବାର ଲକ୍ଷଣ ଦେଖାଯାଉଛି। ଉତ୍ତର ଓ ପଶ୍ଚିମ ଭାରତରେ ଭାଜପାର ଅନ୍ତର୍ଦ୍ୱନ୍ଦ୍ୱ ପଦାକୁ ଆସିବା ଫଳରେ ଅନେକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ହରିୟାଣା ମୁଖ୍ୟମନ୍ତ୍ରୀ ଥିବା ମନୋହରଲାଲ୍‌ ଖଟ୍ଟରଙ୍କୁ ବିଦା କରାଯାଇ ଅନ୍ୟ ଜଣଙ୍କୁ ସେହି ସ୍ଥାନରେ ଅବସ୍ଥାପିତ କରିବା ବିଷୟକୁ ଉଦାହରଣ ଭାବେ ଦର୍ଶାଯାଉଛି। ସେହିଭଳି ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ବୃଦ୍ଧି ପାଇବା ଫଳରେ ଭାଜପାର କେନ୍ଦ୍ର ନେତୃତ୍ୱ ଚିନ୍ତାମଗ୍ନ ହୋଇପଡ଼ିଛନ୍ତି ବୋଲି କେତେକ ମହଲରେ ଆଲୋଚନା କରାଯାଉଛି। ସବୁ ପର୍ଯ୍ୟବେକ୍ଷକ ଏକମତ ହେଉଛନ୍ତି ଯେ, ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ଯେଉଁଭଳି ଭାବେ ଚିନ୍ତା କରାଯାଉଥିଲା ସେଥିରେ ପରିବର୍ତ୍ତନ ଘଟିପାରେ। ତେଣୁ ଓଡ଼ିଶା ଭାଜପାରେ ତୀବ୍ର ବିରୋଧ ଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ମେଣ୍ଟ ସମ୍ପର୍କରେ କୌଣସି ସ୍ପଷ୍ଟ ମତ ଦଳର କେନ୍ଦ୍ର ନେତୃତ୍ୱ ଦେଉନାହାନ୍ତି, ଯାହାକି ଗୁଜବ ସୃଷ୍ଟିକାରୀଙ୍କୁ ଖୋରାକ ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri