Posted inରାଜ୍ୟ

ପୁଣି ଉଠିଲା ମେଣ୍ଟ ଧୂଆଁ, ଅମିତ ଶାହାଙ୍କ ସହ ନବୀନ କଥା ହୋଇଥିବା ଚର୍ଚ୍ଚା!

ଭୁବନେଶ୍ୱର,୧୦।୩: ଉଭୟ ଶିବିରରେ ଅସମ୍ଭବ ନୀରବତା ପରେ ପୁଣି ଥରେ ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ଭାଜପା ସଭାପତି ମନମୋହନ ସାମଲ ଏହି ଖବରକୁ ଖାରଜ କରିବା ପରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମଧ୍ୟ ମେଣ୍ଟ ହେଉ ନ ଥିବା ଭଳି ଇଙ୍ଗିତ ଦେଇସାରିଲେଣି। ଏହାରି ମଧ୍ୟରେ ରବିବାର ମନମୋହନଙ୍କ ସମେତ ଭାଜପା ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛନ୍ତି।

ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ପାଇଁ ଦିଲ୍ଲୀରେ ଆଲୋଚନା ଚାଲିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚର୍ଚ୍ଚା ହେଉଛି ଯେ, ଅମିତ ଶାହା ବିଜେଡି ମୁଖିଆ ନବୀନଙ୍କ ସହ କଥା ହୋଇଛନ୍ତି। ଯାହାପରେ ପୁଣି ମେଣ୍ଟ ପାଇଁ ଆଲୋଚନା ଆରମ୍ଭ ହୋଇଛି।

ଅନ୍ୟପଟେ ମେଣ୍ଟ ହେବ ନାହିଁ ବୋଲି କହୁଥିବା ଭାଜପା ସଭାପତି ମଧ୍ୟ ଦିଲ୍ଲୀ ଯିବା ସମୟରେ କହିଛନ୍ତି “ମୁଁ ଏବେ କିଛି କହିବା ଠିକ୍ ହେବ ନାହିଁ।” ଏବେ ଦେଖିବା ବାକି ରହିଲା ଦିଲ୍ଲୀରୁ ଫେରି ମନମୋହନଙ୍କ ପ୍ରତିକ୍ରିୟା କ’ଣ ରହୁଛି ବା କିଛି ବଡ଼ ଘୋଷଣା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri