ଭୁବନେଶ୍ୱର,୯।୫: ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଶୁକ୍ରବାର ଘୋଷଣା କରିଛନ୍ତି। ୨୬ଟି ଜିଲା ପାଇଁ ନାଁ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଭୋଳି ସାହୁଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ନିଯୁକ୍ତି ଦିଆଯାଇଛି। କଳାହାଣ୍ଡି ଜିଲା ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଭାବେ କାଞ୍ଚନ ବାଗଙ୍କ ନାମ ରହିଛି। ସେହିପରି ବଲାଙ୍ଗୀର ପାଇଁ ରଞ୍ଜିତା ପାଣିଗ୍ରାହୀ , ବରଗଡ ପାଇଁ ବିଶାଖା ଅଗ୍ରଓ୍ବାଲଙ୍କ ନାଁ ରହିଛି। ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଭାବେ ନିଯୁକ୍ତି ମିଳିବା ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ…