Posted inଜାତୀୟ

ଭାଜପା ନିଜ ଲୋକ ପଠାଇ ଟିଏମ୍‌ସି ବୈଠକରେ କରୁଛି ଉପଦ୍ରବ: ମମତା

କୋଲକାତା,୧୯ ।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି । ରାଜନୈତିକ ପାର୍ଟି ମଧ୍ୟରେ କଥାକଟାକଟି ମଧ୍ୟ ଜାରି ରହିଛି । ମଙ୍ଗଳବାର ପୁରୁଲିଆରେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଓ ସିପିଏମ୍ ପାର୍ଟି ଆମ ବୈଠକରେ ନିଜ ଲୋକଙ୍କୁ ପଠାଇ ଉପଦ୍ରବ କରିବା ଆରମ୍ଭ କରି ଦେଇଛି । ଏବେ ଆମେବି ଏହାକୁ ଅପାଣାଇବୁ ବୋଲି ମମତା କହିଛନ୍ତି । ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏକ ଦଳିତ ପରିବାର କହିଲା ଆମେ ଭାଜପା ନେତାଙ୍କୁ ନିଜ ପକେଟରୁ ଖର୍ଚ୍ଚ କରି ଖାଇବାକୁ ଦେଲୁ, ଏବେ ଆମେ ଏହାକୁ ଭରଣା କରିବୁ କିପରି । ଏହାପରେ ମମତା ତାଙ୍କ କର୍ମୀଙ୍କୁ କହିଛନ୍ତି ଯଦି ଆପଣମାନେ ଏମିତି କିଛି ଦେଖୁଛନ୍ତି ତେବେ ଏହାର ଭରଣା କରନ୍ତୁ । ଯଦି କେହି ଆପଣଙ୍କୁ ଭୋଟ ଦେବାପାଇଁ ଟଙ୍କା ଦେଉଛନ୍ତି ତେବେ ସେ ଟଙ୍କା ଆପଣ ନିଅନ୍ତୁ । ଆପଣମାନେ ଲୋକ ସଭା ନିର୍ବାଚନରେ ଯେଉଁ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇଥିଲେ ସେ କେବେ ଥରଟେ ଅପାଣମାନଙ୍କ ପାଖକୁ ଆସିଲେଣି । ତେଣୁ ଭାଜପା ଭୋଟ ପୂର୍ବରୁ କେବଳ ମିଛ ପ୍ରତିଶ୍ରୁତି ଦେଇଥାଏ ବୋଲି ମମତା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତାଙ୍କ ବେଶରେ ଯୋଗୀଙ୍କ ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ଗୁଇନ୍ଦା ବିଭାଗ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଭୟ ରହିଛି। ଖବରଦାତା ବେଶରେ ଆତଙ୍କବାଦୀ ଗୋରଖପୁରର ଗୋରଖନାଥଙ୍କ ମନ୍ଦିର ବା ଭିଆଇପି...

ସରକାରଙ୍କ ଆର୍ଥିକ ଟିକା: ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା ପାଇଁ ୬୪ ହଜାର ୧୮୦ କୋଟି ଟଙ୍କାର ପ୍ରାବଧାନ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଦେଶବାସୀଙ୍କ ପାଇଁ ସରକାର ଆର୍ଥିକ ଟିକା ଆଣିଛନ୍ତି। ସ୍ବାସ୍ଥ୍ୟ ବଜେଟରେ ୧୩୭ ପ୍ରତିଶତ ବୃଦ୍ଧି କରାଯାଇଛି। ସ୍ବସ୍ଥ୍ୟା କ୍ଷେତ୍ରକୁ ୨.୨୩...

ମାଡ଼ି ଆସୁଛି ସଙ୍କଟ: ୬ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ଛୁଇଁବା ଆଶଙ୍କା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨।୮: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳରେ ଆମେରିକାର ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଦାବୀ ଲୋକଙ୍କ ମଧ୍ୟରେ କୋକୁଆ ଭୟ...

ସମୟ ସହିତ ନିଜର ପରିବର୍ତ୍ତନ ଜରୁରୀ…

ଅହମଦାବାଦ, ୨୧।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର  ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସିଭିଲ୍‌ ସର୍ଭିସ୍‌ ଡେ ଅବସରରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା...

ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କଲେ ରବର୍ଟ

ନୂଆଦିଲ୍ଲୀ,୩।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଭାରତରେ ଏବେ...

ତ୍ରିପୁରାରେ ସ୍ୱାଇନ ଫ୍ଲୁ: ଘୁଷୁରିଙ୍କୁ ମାରିବାକୁ ଦିଆଗଲା ନିର୍ଦ୍ଦେଶ

ଅଗରତାଲା,୧୯ ।୪: ଦେଶର ପୂର୍ବ ଭାଗରେ ଥିବା ରାଜ୍ୟ ମିଜୋରାମରେ ସ୍ୱାଇନ ଫ୍ଲୁ ବ୍ୟାପିବା ପରେ ଏବେ ଏହା ତ୍ରିପୁରାରେ ପହଞ୍ଚିଲାଣି । ତ୍ରିପୁରାର ସୋପାହିଜାଲା...

୨୭ ଶହ ଜମ୍ମୁ-କଶ୍ମୀର ଯୁବକ ସେନା ଓ ପୋଲିସରେ ଯୋଗ ଦେବେ

ନୂଆଦିଲ୍ଲୀ,୧୭।୯: ଜମ୍ମୁ-କଶ୍ମୀରର ସ୍ଥିତି ସ୍ବାଭାବିକ ହେବା ସହିତ ଏଠାରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମ ଜାରି ରହିଛି। ଏହା ଅନ୍ତର୍ଗତ ସ୍ଥାନୀୟ ଯୁବକଙ୍କୁ ସେନା ଓ ପୋଲିସରେ...

ବାପାଙ୍କ ମୃତ୍ୟୁପରେ ଚାଲିଥିଲା କୋକେଇ ସଜା: ପୁଅ କରିଦେଲେ ଏମିତି କାମ

ଦରଭଙ୍ଗା,୨୫।୭:ବିହାରର ଦରଭଙ୍ଗାରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି ଏକ ରୋଗରେ ବାପାଙ୍କ ମୃତ୍ୟୁ ହେବାପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକମାତ୍ର ପୁଅ...

Advertisement
Archives

Model This Week