ଭାଜପା ବିରୋଧରେ ବିଜେଡିର ସାଂଘାତିକ ଅଭିଯୋଗ: ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ସାଜିଛି ରାଜଭବନ

ଭୁବନେଶ୍ୱର, ୪।୧୦(ସୁନିତ୍‌ ମିଶ୍ର):ନିକଟରେ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭେଟିବା ଘଟଣାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। ବିଜେଡି ପକ୍ଷରୁ ଝାଡ଼ଖଣ୍ଡ ନିର୍ବାଚନ ସହ ରାଜଭବନରେ ଯୋଜନା ଚାଲିଛି ବୋଲି ଦାବି କରାଯାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ର କହିଛନ୍ତି, ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ସାଜିଛି। ଓଡ଼ିଶା ରାଜଭବନ ଏବେ ରାଜନୈତିକ ହବ୍‌ ପାଲଟିଛି। ହିମନ୍ତ ବିଶ୍ୱଶର୍ମା ଏବଂ ଭେଙ୍କୟା ନାଇଡୁ ନିକଟରେ ରାଜଭବନ ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜଭବନ ଯାଇ ଉଭୟ ନେତାଙ୍କୁ ଭେଟିଥିଲେ। ରାଜଭବନରୁ ଅଘୋଷିତ ନିର୍ଦ୍ଦେଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଗଲେ। ଚର୍ଚ୍ଚା ହେଉଛି ରାଜ୍ୟପାଳ ଝାଡ଼ଖଣ୍ଡ ନିର୍ବାଚନ ଲଢ଼ିବାକୁ ଯିବେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରେସ୍‌ରେ ରାଜ୍ୟପାଳ ଅଛନ୍ତି ବୋଲି ସସ୍ମିତ୍‌ କହିଛନ୍ତି।
କାଉଣ୍ଟରକରି ଭାଜପା ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ୨୪ ବର୍ଷ କ୍ଷମତାରେ ରହିବା ପରେ ଏବେ ଶାସନରୁ ପଳାଇଥିବାରୁ ବିଜେଡି ନେତାଙ୍କ ମତିଭ୍ରମ ହୋଇଗଲାଣି। ସେମାନଙ୍କୁ ସାମାନ୍ୟ ସୌଜନ୍ୟତା ବୁଝାପଡ଼ୁନାହିଁ। ବିଜେଡିରେ ଦିନକୁ ଦିନ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି। ଭୁବନେଶ୍ୱରରୁ ଆରମ୍ଭକରି ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ନେତା ଓ କର୍ମୀମାନେ ଏବେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏଥିରୁ ଧ୍ୟାନ ହଟାଇବା ପାଇଁ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗକରି ବିଳିବିଳି ହେଉଛି। ନିଜ ଘରେ ରାଜନୈତିକ ଅଶାନ୍ତିର ଅସନ୍ତୋଷ ଘଟୁଥିବାବେଳେ ରାଜଭବନକୁ ‘ଫୋପଡ଼’ ପକାଇବାକୁ ବିଜେଡି ପ୍ରୟାସ କରୁଛି। ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଭେଟିବା ସୌଜନ୍ୟତା ବା ବ୍ୟକ୍ତିଗତ ସମୀଚୀନ ହୋଇପାରେ। ଏହି ସାକ୍ଷାତକୁ ନେଇ ବିଜେଡିର ୨ ଜଣ ଏମ୍‌ପି ପ୍ରଶ୍ନ ଉଠାଇବାକୁ ଅସୌଜନ୍ୟତା କୁହାଯିବ। ଅତୀତରେ ନବୀନବାବୁଙ୍କୁ ଗୃହବନ୍ଦୀକରି ଅଣଓଡ଼ିଆ ଅଫିସରମାନେ ରାଜ୍ୟରେ ଶାସନ ଚଳାଉଥିଲେ। ସେତେବେଳେ ଏହି କୁହାଳିଆ ସାଂସଦମାନେ ଜଣେ ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଅଫିସରଙ୍କର ପଦଲେହନ କରୁଥିଲେ ବୋଲି ସେ କହିଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଝାଡ଼ଖଣ୍ଡ ନିର୍ବାଚନ ଦାୟିତ୍ୱରେ ଅଛନ୍ତି। ନିକଟରେ ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ଲାଗି ୨ ଘଣ୍ଟିଆ ରାଜ୍ୟ ଗସ୍ତରେ ଆସିଥିଲେ। ଏହି ଅବସରରେ ଏହା ତାଙ୍କର ବ୍ୟକ୍ତିଗତ ସ୍ତରର ଆଲୋଚନା ଲାଗି ଭେଟଘାଟ, ଏହା ସହ ଝାଡ଼ଖଣ୍ଡ ନିର୍ବାଚନର କୌଣସି ସମ୍ପର୍କ ନ ଥିବା କହିଥିଲେ। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ରାଜଭବନରେ ଥିଲେ। ଏହାର କିଛିଦିନ ଭିତରେ ମୋହନ ମାଝୀ ଝାଡ଼ଖଣ୍ଡ ପ୍ରଚାର ଲାଗି ଯିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?