ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ଚିନ୍ମୟ ସାହୁ ପ୍ରକାଶ କରିଛନ୍ତି।

ଏପରିକି ବିଜେଡ଼ିର ଧାରଣା, ଆନ୍ଦୋଳନ ନେଇ ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଶେଷରେ ନ୍ୟାୟ ନ ମିଳିଲେ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ MMDR ପ୍ରତ୍ୟାହାର ନେଇ ୨୦ ଭାଜପା ଏମ୍‌ପିଙ୍କୁ ଚିଠି ଲେଖିଛନ୍ତି। ଭାଜପା ନେତାଙ୍କ ପାଇଁ ପାର୍ଟି ବଡ଼ ମାଟି ନୁହେଁ ବୋଲି ବିଜେଡି ଅଭିଯୋଗ କରିଛି। ହେଲେ ବିଜେଡିର ଅଭିଯୋଗ ଉପରେ ଭାଜପା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ।

Share
Tags: BJDbjpMMDR